ଏହି ଘଟଣା ୨୦୧୯ର ଅଟେ । ବାସ୍ତବରେ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗରେ ରାସ୍ତାରେ ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଝଗଡା ସମୟରେ ମହିଳା ଜଣକ ପୁରୁଷକୁ ଚୁମ୍ବନ ଦେବାବେଳେ ତାଙ୍କ ଜିଭକୁ କାମୁଡ଼ିଥିଲେ। ଯେତେବେଳେ ସେହି ବ୍ୟକ୍ତି ପାଟିରୁ ଜିଭ ଖଣ୍ଡେ ତଳେ ପକାଇଲେ, ସେଠାରେ ଉପସ୍ଥିତ ଏକ ପକ୍ଷୀ ତାକୁ ’ନେଇ ଉଡ଼ିଗଲା । ଏହି କାରଣରୁ ବ୍ୟକ୍ତି ଜଣକ ଅସ୍ତ୍ରୋପଚାର କରିପାରିଲେ ନାହିଁ ଏବଂ ସେ ସବୁଦିନ ପାଇଁ ମୂକ ହୋଇଗଲେ! ଗୁରୁବାର ଏହି ମାମଲାରେ ରାୟ ପ୍ରଦାନ କରୁଥିବାବେଳେ କୋ-ର୍ଟ ଉକ୍ତ ମହିଳାଙ୍କୁ ଦୋ-ଷୀ ସାବ୍ୟସ୍ତ କରିଛନ୍ତି।
ସଂପୂର୍ଣ୍ଣ ଘଟ-ଣା କଣ ଥିଲା ?
ଖବର ଅନୁଯାୟୀ, ୧ ଅଗଷ୍ଟ ୨୦୧୯ ସନ୍ଧ୍ୟାରେ ଜେମ୍ସ ମ୍ୟାକେଙ୍କି କୌଣସି ଏକ ସ୍ଥାନକୁ ଯାଉଥିଲେ। ହଠାତ୍ ରାସ୍ତାରେ, ୨୭ ବର୍ଷୀୟ ବେଥାନି ରିଆନ୍ ତାଙ୍କ ସହ ଯୁକ୍ତିତର୍କ କଲେ । ବିତର୍କ ଖୁବ୍ ଶୀଘ୍ର ଏକ ଝଗଡାରେ ପରିଣତ ହେଇଗଲା । ଏହି ଝଗଡ଼ା ସମୟରେ ବେଥାନି ହଠାତ୍ ଜେମ୍ସଙ୍କ ଉପରକୁ ଡେଇ ତାଙ୍କୁ ଜବରଦସ୍ତ ଚୁମ୍ବନ ଦେଇ ଦାନ୍ତରେ ତାଙ୍କ ଜିଭକୁ କାମୁଡ଼ିଦେଲେ । ଜେମ୍ସ କିଛି ବୁଝିବା ପୂର୍ବରୁ, ସେ ଜିଭ ଖଣ୍ଡକୁ ପାଟିରୁ ପକାଇଲେ, ଯାହାକୁ ପାଖରେ ବୁଲୁଥିବା ଏକ ସମୁଦ୍ରି ପକ୍ଷୀ ନେଇ ଉଡ଼ିଗଲା ।
ଜେମ୍ସ ସବୁଦିନ ପାଇଁ ମୁକ ହୋଇଗଲେ
A woman bit off a man's tongue in a street fight in Edinburgh and a seagull grabbed it and flew away https://t.co/hRkmmwJCbp
— Brandon Livesay (@brando_lives) February 22, 2021
ଡେଲି ମେଲ ରିପୋର୍ଟ ଅନୁଯାୟୀ, ଏଡିନବର୍ଗ ଶେରିଫ କୋ-ର୍ଟରେ ଏହି ଘଟ-ଣାର ଶୁଣାଣି ଚାଲିଥିଲା। ଜେମ୍ସଙ୍କ ଓ-କି-ଲ ସୁଜେନ ଡିକ୍ସନ୍ କୋ-ର୍ଟଙ୍କୁ କହିଛନ୍ତି ଯେ ବିବାଦ ସମୟରେ ଯେତେବେଳେ ଜେମ୍ସ ଅଭି-ଯୁକ୍ତ-ଙ୍କ ଆଡକୁ ଗଲେ, ସେ ପ୍ରଥମେ ଜେମ୍ସଙ୍କୁ ଠେଲି ଦେଲେ ଏବଂ ପରେ ତାଙ୍କୁ ଚୁମ୍ବନ ଦେଇଥିଲେ। ଏହି ସମୟ ମଧ୍ୟରେ ସେ ଦାନ୍ତରେ ଜେମ୍ସଙ୍କ ଜିଭ କାଟିଦେଲେ।
ମହିଳା ଜଣକ ଦୋ-ଷୀ ବୋଲି ବିବେଚିତ ହେଲେ
ବେଥାନିଙ୍କ ଏହି କାର୍ଯ୍ୟ ହେତୁ ଜେମ୍ସ ସବୁଦିନ ପାଇଁ ମୂକ ହୋଇଯାଇଛନ୍ତି ବୋଲି ସୁଜେନ କୋ-ର୍ଟଙ୍କୁ କହିଛନ୍ତି। ସେ କହିଛନ୍ତି ଯେ ଘଟ-ଣା ପରେ ରକ୍ତରେ ଭିଜିଥିବା ଜେମ୍ସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଜିଭ ଖଣ୍ଡ ନ ଥିବାରୁ ତାଙ୍କର ଅସ୍ତ୍ରୋପଚାର ହୋଇପାରିଲା ନାହିଁ। ସମସ୍ତ ଯୁକ୍ତି ଶୁଣିବା ପରେ କୋ-ର୍ଟ ବେଥାନି ରିଆନଙ୍କୁ ଜେମ୍ସଙ୍କୁ ଠେଲି ଜବରଦସ୍ତ ଚୁମ୍ବନ ଏବଂ ଜିଭ କାମୁଡ଼ି ଛିଣ୍ଡାଇବା ପାଇଁ ଦୋ-ଷୀ ସା-ବ୍ୟ-ସ୍ତ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।