ବାଞ୍ଝ ମହିଳା ଚୋ-ରି-କଲେ ୬ମାସର ଛୁଆ, ଶାଶୁଙ୍କୁ କହିଲେ-ଏଇ ନିଅନ୍ତୁ ଆପଣଙ୍କ ନାତି, ଆଜି ହିଁ ଜନ୍ମ ହୋଇଛି

ଜଣେ ମାଆ ତାର ନବଜାତ ଶିଶୁକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାଏ। ଯଦି ସେ ଚୋ-ରି ହେଇଯାଏ ତାହେଲେ ତାର କଲିଜା ବାହାରି ଯାଇଥାଏ। ବର୍ତମାନ ଏମିତି ହିଁ କିଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଏଠାରେ ଗତ ସୋମବାର ଦିନ ରବୀନୀ ନାମକ ଜଣେ ମ‌ହିଳାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ଜିଲ୍ଲା ଚିକିତ୍ସାଳୟରେ ନିଜ ସ୍ବାମୀ ଏବଂ ଦୁଇ ଛୁଆଙ୍କ ସହିତ ଆସିଥିଲେ।

ମହିଳା ଏବଂ ତାଙ୍କ ସ୍ବାମୀ ଡାକ୍ତରଙ୍କ ପାଖରେ ଚିକିତ୍ସା କରୁଥିଲେ। ଏହା ମଧ୍ୟରେ ସେ ନିଜ ୬ମାସର ପୁଅକୁ ୮ବର୍ଷର ଝିଅକୁ ସମ୍ଭାଳିବା ପାଇଁ ଦେଇଥିଲେ। ୮ବର୍ଷୀୟ ଭଉଣୀ ନିଜର ଛୋଟ ଭାଇଙ୍କୁ ନେଇ ଡାକ୍ତରଖାନାରେ ବୁଲିବାକୁ ଲାଗିଲେ। ଏଠାରେ ତାଙ୍କର ଜଣେ ମହିଳାଙ୍କ ସହ ଦେଖା ହୋଇଥିଲେ ଯିଏ ବିସ୍କୁଟ ପାଇଁ ଛୁଆକୁ ୨୦ଟଙ୍କା ଦେଇଥିଲେ।

ମହିଳା ଜଣଙ୍କ ବୁଝାସୁଝା କରି ଛୁଆଠାରୁ ତାର ନବଜାତ ଭାଇଙ୍କୁ ନେଇ ଯାଇଥିଲେ ଏବଂ ତାକୁ ଦୋକାନକୁ ବିସ୍କୁଟ ଆଣିବା ପାଇଁ ପଠେଇଥିଲେ। ଯେତେବେଳେ ପିଲାଟି ବିସ୍କୁଟ ଆଣି ଆସିଥିଲା ତ ତାର ୬ମାସର ଭାଇ ଏବଂ ମ‌ହିଳା ଦୁଇଜଣ ଯାକ ନଥିଲେ।

ଏହାର ଖବର ପାଇବା ମାତ୍ରେ ହିଁ ସେମାନଙ୍କ ପରିବାର ଗୋପାଳଗଞ୍ଜ ଥାନାରେ ପହଁଞ୍ଚିଥିଲେ। ଏଠାରେ ଜଋବାଖେଡାର ପାଲୀତୋଡା ଗାଁ ନିବାସୀ ଛୁଆର ବାପା ମନୋଜ ଅହିରବାର ଛୁଆ ନିଖୋଜର ରିପୋର୍ଟ ଜମା କରିଥିଲେ। ଏହାପରେ ଗୋପାଳଗଞ୍ଜ ଟୀଆଇ ଉପମା ସିଂହ,ଏସପୀ ବିକ୍ରମ ସିଂହ କୁଶବାହା ଏବଂ ସୀଏସପୀ ପ୍ରଜାପତି ମିଶି ଛୁଆକୁ ଖୋଜିବା ଆରମ୍ଭ କରିଥିଲେ।

ସବୁଠାରୁ ପ୍ରଥମେ ଡାକ୍ତରଖାନାର ସିସିଟିଭି ଫୁଟେଜ ଦେଖା ଯାଇଥିଲା କିନ୍ତୁ ସେଇଟା ଖରାପ ଥିବା କାରଣରୁ କିଛି କାମ ହୋଇପାରି ନଥିଲା। ଏହାପରେ ପୂରା ଜିଲ୍ଲାକୁ ଅବ-ରୋଧ କରି ପ୍ରତି ଗାଁରେ ଖୋ-ଜା କାର୍ଯ୍ୟକ୍ରମ କରାଗଲା। ଫଳାଫଳ ଏହା ଆସିଥିଲା କି କେବଳ ୭ଘଣ୍ଟାରେ ହିଁ ପୋ-ଲିସ ଛୁଆକୁ ଖୋ-ଜି ପାରିଥିଲେ।

ଯେତେବେଳେ ମହିଳା ଟୀଆଇ ଉପମା ସିଂହ ଛୁଆକୁ ନେଇ ପରିବାର ପାଖକୁ ଯାଇଥିଲେ ତ ଖୁସିରେ ସେମାନଙ୍କ ଆଖି ଭରି ଯାଇଥିଲା।ପୂରା ଗାଁରେ ପୋ-ଲିସିଙ୍କର ଏହି ପ୍ରୟାସକୁ ତାଳି ବଜାଇ ସ୍ବାଗତ କରିଥିଲେ।ମାଆ ରବିନୀ କହିଥିଲେ ‘ମାଡାମ ଆପଣ ମୋ ନିଶ୍ଵାସ ଫେରାଇ ଦେଇଛନ୍ତି। ମୋତେ ତ ଲାଗୁଥିଲା କି ମୋ ଛୁଆ ଆଉ ମିଳିବ ନାହିଁ, ଜଣା ନାହିଁ ଠିକ ଭାବରେ ଥିବା କି ନାହିଁ।’ ସେଠାରେ ୬ମାସର ଛୁଆକୁ ବୁଢ଼ାଜେଜେ ନିଜ ନାତିକୁ ପୁଣିଥରେ ଦେଖି ଏତେ ଖୁସି ହୋଇ ଯାଇଥିଲେ କି ପୋ-ଲିସବାଲାଙ୍କ ପାଦତଳେ ନଇଁପଡ଼ି ଧନ୍ୟବାଦ ଦେବାକୁ ଲାଗିଥିଲେ।

ସେଠାରେ ଯେତେବେଳେ ଚୋ-ରମହିଳାଙ୍କୁ ଛୁଆକୁ ଚୋ-ରେଇବାର କାରଣ ପଚାରିଥିଲେ ତ ସେ କହିଥିଲେ କି ‘ମୁଁ ୬ବର୍ଷରୁ ମାଆ ହେବା ପାଇଁ ଚେଷ୍ଟା କରୁଛି କିନ୍ତୁ ସଫଳତା ମିଳୁନାହିଁ। ଶଶୁରଘର ଲୋକେ ମୋତେ ନିନ୍ଦା କରୁଛନ୍ତି। ଏହା ମଧ୍ୟରେ ଯେତେବେଳେ ସେଦିନ ମୁଁ ଡାକ୍ତରଖାନାରେ ଛୁଆକୁ ଦେଖିଥିଲି ତ ମୋର ମୁଣ୍ଡକୁ ଏହା କଥା ଜୁଟିଥିଲା। ମୁଁ ଝିଅଟିକୁ ବୁଝାସୁଝା କରି ଛୁଆକୁ ଚୋରିକରି ଆଣିଲି। ପରେ ମୋ ଶାଶୁଙ୍କୁ କହିଥିଲି କି ଏଇ ନିଅନ୍ତୁ ଆପଣଙ୍କ ନାତି। ମୋର ପ୍ରସବ ଆଜି ହୋଇଛି।’

ହେଲେ ଶାଶୁଙ୍କର ବୋହୂର କଥା ଉପରେ ସନ୍ଦେହ ହୋଇଥିଲା। ଗାଁ ଲୋକଙ୍କୁ ମଧ୍ୟ ଏହି କଥା ବିଶ୍ଵାସ ହୋଇନଥିଲା କି ମହିଳା ଗର୍ଭବତୀ ନହୋଇ ଗୋଟିଏ ଦିନରେ ମାଆ କେମିତି ହୋଇଗଲେ। ବହୁତ ଶୀଘ୍ର ଗାଁରେ ଏହି କଥା ଖେଳି ଯାଇଥିଲା ଏବଂ କେହି ଜଣେ ଏହାର ସୂଚନା ସ୍ଥାନୀୟ ପୋ-ଲିସଙ୍କୁ ମଧ୍ୟ ଦେଇଥିଲେ। ବାସ ଏହିପରି ପୋ-ଲିସ ସିଧାସଳଖ ଛୁଆକୁ ପାଇଗଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *