ଦେଶରେ ଚାଲିଛି ଅଜବ ଗଜବ ପ୍ରଥା, ମହିଳାମାନଙ୍କୁ ଜବରଦସ୍ତ ଉଠାଇ ନେଇ ବିବାହ କରାଯାଏ, ପ୍ରଥାକୁ ଉଠାଇବାକୁ କରାଯାଉଛି ଉଦ୍ୟମ

ଇଣ୍ଡୋନେସିଆର ବାଲୀର ପୂର୍ବ ଭାଗରେ ସୁମ୍ବା ନାମକ ଏକ ଦ୍ୱୀପ ଅଛି ଯେଉଁଠି ଲୋକମାନେ ଏକ ଭିନ୍ନ ଧରଣର ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରିଥାନ୍ତି, କିନ୍ତୁ ବିବାଦୀୟ ପରମ୍ପରା ହେତୁ ଏହି ଦ୍ୱୀପ ବହୁତ ଥର ନ୍ୟୁଜରେ ଆସିଥାଏ। ବାସ୍ତବରେ, ସୁମ୍ବାରେ, ଯଦି ଜଣଙ୍କୁ ଏକ ମହିଳାଙ୍ ପସନ୍ଦ ଆସିଥାଏ ତେବେ ସେ ତାଙ୍କୁ ଅପହରଣ କରିପାରେ ଏବଂ ଅନେକ ସମୟରେ ମହିଳାଙ୍କୁ ସେହି ବ୍ୟକ୍ତିଙ୍କ ସହ ବଳପୂର୍ବକ ବିବାହ କରିବାକୁ ପଡେ।

ଏହି ପ୍ରଥା ଅନୁସାରେ, ପୁଅର ସମ୍ପର୍କୀୟମାନେ ତାଙ୍କ ସହିତ ମିଶି ଝିଅକୁ ଅପହରଣ କରିଥାନ୍ତି ଏବଂ ଏହା ଅପରାଧ ଶ୍ରେଣୀଭୁକ୍ତ ନୁହେଁ। ଅବଶ୍ୟ, ଏହି ବିବାହରେ ମହିଳାଙ୍କ ଇଚ୍ଛା ସମାନ ନୁହେଁ ଏବଂ ପ୍ରାୟତଃ ଏପରି ବିବାହରେ, ମହିଳାଙ୍କ ଭବିଷ୍ୟତ,ସ୍ୱପ୍ନ ଭାଙ୍ଗିଯାଏ ଏବଂ ଏହା ସେମାନଙ୍କୁ ମାନସିକ ସ୍ତରରେ ବହୁତ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ।

ଏହି ଦ୍ୱୀପରେ ପ୍ରାୟ ସାଢେ ସାତ ଲକ୍ଷ ଲୋକ ବାସ କରନ୍ତି ଏବଂ ମାନବ ଅଧିକାର ସମୂହ ଏବଂ ଅନେକ ମହିଳା ଅଧିକାର ଗୋଷ୍ଠୀ ମଧ୍ୟ ଏହି ଅଭ୍ୟାସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ତଥାପି, ଏହି ପରମ୍ପରା ସୁମ୍ବାର କିଛି ଅଞ୍ଚଳରେ ଜାରି ରହିଛି। ଚଳିତ ବର୍ଷ ସୋସିଆଲ ମିଡିଆରେ ଦୁଇଜଣ ମହିଳାଙ୍କୁ ଅପହରଣର ଭିଡିଓ ଭାଇରାଲ ହେବା ପରେ ଇଣ୍ଡୋନେସିଆ ସରକାର ଏହି ପ୍ରଥା ଉପରେ ରୋକ୍ ଲଗାଇବା ପାଇଁ ଧ୍ୟାନ ଦେଉଛନ୍ତି।

ସେହି ଭିଡିଓରେ ଜଣେ ୨୧ ବର୍ଷୀୟା ମହିଳା ଥିଲେ, ଯାହାଙ୍କୁ ତାଙ୍କ ମାମୁଙ୍କ ଘରୁ ଉଠାଇ ନିଆଯାଇଥିଲା ଯାହା ଦ୍ବାରା ମହିଳା ଜଣକ ଖରାପ ଚିତ୍କାର କରିଥିଲେ; କିନ୍ତୁ ତାଙ୍କୁ ଅପହରଣ କରିଥିବା ଲୋକମାନଙ୍କୁ କିଛି ଫରକ୍ ପଡୁନଥାଏ। ଖବର ଅନୁଯାୟୀ, ପୂର୍ବରୁ ଏହି ମହିଳାଙ୍କ ପରିବାର ଏହି ବିବାହ ବିରୁଦ୍ଧରେ ଥିଲେ, କିନ୍ତୁ ପୁଅର ପରିବାର ସହ କଥା ହେବା ପରେ ଏହି ମହିଳାଙ୍କ ପରିବାର ଏହି ବିବାହରେ ରାଜି ହୋଇଥିଲେ।ଏହା ବ୍ୟତୀତ ଅନ୍ୟ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ଲୋକ ବିବାହିତା ମହିଳାଙ୍କୁ ଅପହରଣ କରି ନେଇଥିଲେ। ଯେତେବେଳେ ମହିଳାଙ୍କ ପରିବାର ଏହାକୁ ବିରୋଧ କରିଥିଲେ ସେତେବେଳେ ମହିଳାଙ୍କୁ ମୁକ୍ତ କରାଯାଇଥିଲା,କାରଣ ସେ ବିବାହିତ ଥିଲେ। ଆଉ ମଧ୍ୟ କହିଛନ୍ତି ଯେ ତାଙ୍କୁ ଅପହରଣ ପରେ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଥିଲା।

ଏହିପରି ଅପହରଣର ଅଧିକାଂଶ କ୍ଷେତ୍ରରେ, ମହିଳାମାନଙ୍କର ଖାସ ବିକଳ୍ପ କିଛି ନଥାଏ। କାରଣ ଯଦି ସେମାନେ ବିବାହ କରିବାକୁ ମନା କରନ୍ତି ତେବେ ସେମାନଙ୍କୁ ସୁମ୍ବା ସମାଜରେ ଖରାପ କୁହାଯାଏ ଏବଂ ଲୋକମାନେ ପ୍ରାୟତଃ ଏହି ମହିଳାମାନଙ୍କୁ ଭୁଲ ବୁଝନ୍ତି ଏବଂ ସେମାନଙ୍କୁ ନିର୍ଯାତନା ଦିଅନ୍ତି। ଆଉ ମଧ୍ୟ କୁହନ୍ତି କି ଏମାନଙ୍କର ଆଉ କେବେ ବି ବିବାହ ହୋଇପାରିବ ନାହିଁ।ଏଭଳି ପରିସ୍ଥିତିରେ ଅନେକ ମହିଳା ଦରରେ ବିବାହକୁ ଭାଙ୍ଗି ପାରନ୍ତି ନାହିଁ। ଖବର ଅନୁଯାୟୀ, ଏହି ଅଭ୍ୟାସ ହେତୁ ଏହି କ୍ଷେତ୍ରରେ ବାଲ୍ୟ ବିବାହର ଘଟଣା ମଧ୍ୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଇଣ୍ଡୋନେସିଆର ମନ୍ତ୍ରୀ ବିନତୈଙ୍ଗ୍ ବିସିସିଆଇ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଏଠାରେ ଧାର୍ମିକ ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ଏହା ସାମ୍ନାକୁ ଆସିଛି ଯେ ମହିଳାଙ୍କୁ ଅପହରଣ କରିବା ଏବଂ ସେମାନଙ୍କୁ ବିବାହ କରିବା କୌଣସି ପ୍ରକାରେ ସୁମ୍ବାଙ୍କ ମହାନ ପରମ୍ପରା ସହିତ ଜଡିତ ହୋଇପାରିବ ନାହିଁ। ସେ ଆଉ ମଧ୍ୟ କହିଛନ୍ତି ଯେ ଏହି ଅଭ୍ୟାସ ମହିଳାମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଶୋଷଣ କରିଥାଏ ଏବଂ ଆଧୁନିକ ଯୁଗରେ ଏହି ଅଭ୍ୟାସକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ଉଦ୍ୟମ କରାଯିବ କାରଣ ଏହା ମହିଳାଙ୍କ ଅଧିକାର ବିରୁଦ୍ଧରେ ଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *