୨୦୨୦ଠାରୁ ମଧ୍ୟ ଖରାପ ଥିଲା ଏହି ବର୍ଷ,ସାରା ଦୁନିଆରେ ଖେଳି ଯାଇଥିଲା ବିଧ୍ୱଂଶ

ନୂଆ ଦିଲ୍ଲୀ: ବର୍ଷ ୨୦୨୦ ବର୍ତ୍ତମାନ ବିଦାୟ ନେଇ ସାରିଛି, କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କ ମନରେ ୨୦୨୦କୁ ନେଇ ଖରାପ ଅନୁଭବ ଯୋଡ଼ି ହୋଇ ରହିଛି। ଏମିତିରେ ଲୋକ କହୁଛନ୍ତି କି ସେମାନେ ବର୍ଷ ୨୦୨୦ଭଳି ଏତେ ଖରାପ ବର୍ଷ କେବେବି ଦେଖି ନାହାନ୍ତି। ହେଲେ ଏହା ପୂରା ସତ୍ୟ ନୁହେଁ।

ସବୁଠାରୁ ଖରାପ ବର୍ଷ ନଥିଲା ୨୦୨୦

ବର୍ଷ ୨୦୨୦ରେ ଦୁନିଆରେ କରୋନାର ବିଧ୍ୱଂଶ ଦେଖାଯାଇଥିଲା। ଆତଙ୍କବାଦର ଧ୍ୱଂସ ଖେଳି ଯାଇଥିଲା। ଯୁଦ୍ଧର ଧ୍ବଂସ ଦେଖାଯାଇଛି। ଲକ୍ଷଲକ୍ଷ ଲୋକ ଜୀବନ ଦେଉଥିବାର ଦେଖାଯାଇଛି। ଭୋକ ଉପାସରେ ବଢୁଥିବାର ଦେଖାଯାଇଛି। ବେରୋଜଗାରରେ ଲୋକଙ୍କୁ ବଢୁଥିବାର ଦେଖାଯାଇଛି। ଦୁନିଆକୁ ଲାଗୁଛି କି ଏହାତ ଆଜି ପର୍ଯ୍ୟନ୍ତ ସବୁଠାରୁ ଖରାପ ବର୍ଷ ଥିଲା,ଯାହା ବହୁତ କଷ୍ଟରେ ବିତିଛି, କିନ୍ତୁ ଶୋଧକର୍ତାମାନେ କହିଛନ୍ତି କି ବର୍ଷ୨୦୨୦ ସବୁଠାରୁ ଖରାପ ବର୍ଷ ନଥିଲା, ବରଂ ଗୋଟିଏ ବର୍ଷ ଏମିତି ବି ଥିଲା, ଯେତେବେଳେ ପୂରା ଦୁନିଆରେ ହାହାକାର ଖେଳି ଯାଇଥିଲା।

ଏହାଥିଲା ସବୁଠାରୁ ଖରାପ ବର୍ଷ

ଇତିହାସକାର ଏବଂ ଶୋଧକର୍ତାମାନେ ଖୁଲାସା କରିଛନ୍ତି କି ଆଜି ପର୍ଯ୍ୟନ୍ତ ସବୁଠାରୁ ଖରାପ ବର୍ଷ ୫୩୬ ହୋଇଥିଲା। ୧୪୮୪ବର୍ଷ ପୂର୍ବରୁ ଖ୍ରୀ.ପୂ ୫୩୬ରେ ସାରା ଦୁନିଆ ଅନ୍ଧକାରରେ ଡୁବି ଯାଇଥିଲା। ସେହି ବର୍ଷ ପୂରା ୧୮ ମାସ ପର୍ଯ୍ୟନ୍ତ ଧରିତ୍ରୀ ଅନ୍ଧକାରରେ ଡୁବି ଯାଇଥିଲା। ଏକ ଅଜବପ୍ରକାର ଧ୍ବଂସ ପୂରା ୟୁରୋପ, ମିଡିଲ ଇଷ୍ଟ ଏସିଆ ଏବଂ ଏସିଆର ଅନ୍ୟ ଦେଶରେ ଛାଇ ଯାଇଥିଲା। ଦିନ ତ ହେଉଥିଲା, କିନ୍ତୁ ସୂର୍ଯ୍ୟଙ୍କର ଦର୍ଶନ ମିଳୁନଥିଲା।

ବହୁତ ଭୟାବହ ଥିଲା ସମୟ

୫୩୬ ସୂଚନାର ସମୟ ଏତେ ଭୟାବହ ଥିଲାକି ଦିନରେ ମଧ୍ୟ ଲୋକ ନିଜ ଛାଇକୁ ଦେଖି ପାରୁନଥିଲେ। ତାପମାତ୍ରା ବହୁତ ତଳକୁ ଖସି ଯାଇଥିଲା। ସବୁକିଛି ଅଟକି ଯାଇଥିଲା। ଫସଲ ବଢୁନଥିଲା ଏବଂ ଲୋକମାନେ ଭୋକରେ ମରୁଥିଲେ। ଏହି ୧୮ମାସକୁ ଡାର୍କ ଏଜ ଅଥବା ଅନ୍ଧକାର ଯୁଗ କୁହାଯାଉଥିଲା। ଏତେ ବଡ଼ ଧ୍ଵଂସ ପଛରେ କିଛି ସ୍ବତନ୍ତ୍ର ବଡ଼ କାରଣ ଥିଲା।

ଏକ ଜ୍ୱଳାଭିମୁଖୀ

ଶୋଧକର୍ତାମାନେ ସେହି ସମୟରେ ଏହି କଥା ବିଷୟରେ ଜାଣିବାରେ ସଫଳ ହୋଇଛନ୍ତି କି ସେହି ଅନ୍ଧକାର ଯୁଗର ମୁଖ୍ୟ କାରଣ କଣ ଥିଲା। ବାସ୍ତବରେ, ଆଇସଲ୍ୟାଣ୍ଡରେ ସେହି ବର୍ଷ ଏକ ଜ୍ବଳାଭିମୁଖୀ ଫାଟିଥିଲା। ହିଷ୍ଟ୍ରି ଡଟ କମର ରିପୋର୍ଟରେ ଦାବି କରାଯାଇଛି କି ଜ୍ବଳାଭିମୁଖୀର ସ୍ତର କିଛି ଏମିତି ଖେଳି ଯାଇଥିଲା କି ମକର ରେଖାର ଉତ୍ତରର ଅଧିକାଂଶ ଅଞ୍ଚଳ ଧୂଆଁରେ ଭରି ଯାଇଥିଲା ଏବଂ ପାଖାପାଖି ଏହି ୧୮ମାସ ମଧ୍ୟରେ ଲକ୍ଷଲକ୍ଷ ଲୋକ ମୃ-ତ୍ୟୁ ମୁଖକୁ ଚାଲି ଯାଇଥିଲେ।

ସେହି ବର୍ଷ ହୋଇନଥିଲା ଯୁଦ୍ଧ, କିନ୍ତୁ ଖେଳି ଯାଇଥିଲା ଭୟ

ଦୈବିଦୁର୍ବିପାକ ହେଉଛି କି ଧ୍ୱଂସରେ ଡରି ଯାଇଥିବା ଲୋକ ସେହି ବର୍ଷ ଯୁଦ୍ଧରୁ ଦୂରେଇ ହୋଇ ରହିଥିଲେ। କୈାଣସି ଯୁଦ୍ଧ ହୋଇନଥିଲା। ଯେଉଁ କାରଣରୁ ଯୁଦ୍ଧର ମଇଦାନରେ ତ କାହାର ମୃ-ତ୍ୟୁ ହୋଇନଥିଲା, କିନ୍ତୁ ଏହି ୧୮ମାସର ଅନ୍ଧକାର ମନୁଷ୍ୟର ଅଣ୍ଟା ଭାଙ୍ଗି ଦେଇଥିଲା।

Leave a Reply

Your email address will not be published. Required fields are marked *