WWEରେ ନିଜ ଫାଇଟ ଦ୍ଵାରା ଦର୍ଶକଙ୍କ ମନୋରଂଜନ କରି ସାରିଥିବା ଟାୟଲର ରେକ୍ସ ବର୍ତ୍ତମାନ ଖୁଲାସା କରିଛନ୍ତି କି ସେ ଟ୍ରାନ୍ସଜେଣ୍ଡର ଅଟନ୍ତି ଏବଂ ସେ ଏବେଠାରୁ ଗୈବୀ ଟୁଫ୍ଟ ନାମରେ ପରିଚିତ ହେବେ। ଗୈବୀ ନିଜ ଲମ୍ବା ଚଉଡା ଇନଷ୍ଟାଗ୍ରାମ ପୋଷ୍ଟରେ ଟ୍ରାନ୍ସଜେଣ୍ଡର ହେବାର କଥା କହିଛନ୍ତି। ସେ ବର୍ଷ୨୦୦୯ ରୁ ନେଇ ବର୍ଷ୨୦୧୪ ପର୍ଯ୍ୟନ୍ତ ରେସଲିଙ୍ଗରେ ଆକ୍ଟିଭ ଥିଲେ।
ଗୈବୀ ଏକ ପ୍ରେସ ରିଲିଜ ଜାରୀ କରିଥିଲେ ଏବଂ ଏଥିରେ ଲେଖିଥିଲେ କି ଜଣେ ପୂର୍ବ ଡବ୍ଲୁଡବ୍ଲୁଇ ଷ୍ଟାର ଠାରୁ ନେଇ ବଡ଼ି ବିଲ୍ଡର, ଫିଟନେସ ଗୁରୁ, ମୋଟିବେଶନଲ ସ୍ପିକର ଏବଂ ମୋଟରସାଇକେଲ ରେସରରୁ ବର୍ତ୍ତମାନ ସେ ଏକ ସୁନ୍ଦର ମହିଳା ହେବାର ଯାତ୍ରା ସ୍ଥିର କରୁଛନ୍ତି। ଏକ ଭଲ ରେସଲିଙ୍ଗ କ୍ୟାରିୟର ଏବଂ ଅନେକ ରେସଲର୍ସଙ୍କ ସହିତ ରିଙ୍ଗରେ ଫାଇଟ କରୁଥିବା ଟେଲରଙ୍କ ମନରେ ଅନେକ ବର୍ଷରୁ ଏକ ଅନ୍ତରୀଣ ଲଢେଇ ଚାଲୁଥିଲା ଯାହା ଉପରେ ବର୍ତ୍ତମାନ ସେ ସଫଳତା ପାଇ ସାରିଛନ୍ତି।
ବର୍ଷ ୨୦୧୪ରେ ଗୈବୀ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ରେସଲିଙ୍ଗକୁ ବିଦାୟ ଦେଇ ଦେଇଥିଲେ। ସେ ଫିଟନେସ ଗୁରୁ ଏବଂ ମୋଟିଭେଷଶନଲ ସ୍ପିକର ମଧ୍ୟ ଅଟନ୍ତି। ଗୈବୀ କହିଥିଲେ କି ତାଙ୍କ ପାଇଁ ଏହା ସହଜ ନଥିଲା ଏବଂ ପୂର୍ବ ଆଠମାସ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ମାସଥିଲା। ସେ ନିଜ ପୋଷ୍ଟରେ ଲେଖିଥିଲେ କି ମୋତେ ଏହି କଥାକୁ ନେଇ ବହୁତ ଚିନ୍ତା ହେଉଥିଲା କି ମୁଁ କେମିତି ଏହି ବିଷୟରେ ଦୁନିଆକୁ ଜଣାଇବି କିନ୍ତୁ ଯେଉଁଦିନ ମୁଁ ଲୋକଙ୍କ ବିଚାରର ଖାତିରି କରିବା ଛାଡ଼ିଦେଲି, ସେହି ଦିନଠାରୁ ମୁଁ ସଂପୂର୍ଣ୍ଣ ଭାବରେ ସ୍ଵାଧୀନ ହୋଇ ଯାଇଥିଲି।
ରେସଲର ଏକ ଇଣ୍ଟରବ୍ୟୁରେ କହିଥିଲେ କି ଯେତେବେଳେ ସେ ୧୦ବର୍ଷର ଥିଲେ ତ ସେ ନିଜ ମାଆଙ୍କ ପୋଷାକ ପିନ୍ଧି ଦେଖୁଥିଲେ କିନ୍ତୁ ସେ କେବେବି ନିଜ ବ୍ୟକ୍ତିତ୍ଵର ଏହି ଅଂଶ ବିଷୟରେ ଲୋକମାନଙ୍କ ସହ କଥା ହେଉନଥିଲେ। ଗୈବୀ ଏହି ଘଟଣାରେ ନିଜ ସ୍ତ୍ରୀଙ୍କୁ ବହୁତ ବଡ଼ ସମର୍ଥକ ବୋଲି କହିଛନ୍ତି। ସେ ବର୍ଷ ୨୦୦୨ରେ ବାହା ହୋଇଥିଲେ ଏବଂ ଦୁଇ ଜଣଙ୍କର ୯ବର୍ଷର ଛୁଆ ଅଛି। ଗୈବୀ କହିଥିଲେ କି ସେ ନିଜ ସ୍ତ୍ରୀଙ୍କ ସହିତ ସେ-କ୍ସୁ-ଆଲୀ ଆକ୍ଟିଭ ନୁହନ୍ତି ଏବଂ ସେ ପରିଶେଷରେ ଏକ୍ସଫ୍ଲୋର କରୁଛନ୍ତି।
ଏହି ପ୍ରେସ ରିଲିଜର ଶେଷରେ ଲେଖିଥିଲେ କି ଏହା ଏକ ଏମିତି କାହାଣୀ ଅଟେ ଯାହା ରେସଲିଙ୍ଗ ଏବଂ ବାକି ସ୍ପୋଟର୍ସ ଫ୍ୟାନ୍ସ, ଫ୍ରେଣ୍ଡସ, ଫଲୋଅର୍ସଙ୍କୁ ମିସ କରିବା ଉଚିତ ନୁହେଁ ବିଶେଷ କରି ଏଲଜୀବୀଟୀକ୍ୟୁ କମ୍ୟୁନିଟୀରେ ରହୁଥିବା ଲୋକଙ୍କୁ। ଯଦି କୌଣସି ବି ମନୁଷ୍ୟ ଏହି ମହତ୍ତ୍ୱପୂର୍ଣ୍ଣ ଟ୍ରାନ୍ସଜେଣ୍ଡରର ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଗୈବୀ ଏବଂ ତାଙ୍କ ସ୍ତ୍ରୀ ପ୍ରିଶ୍ଚୀଲା ସବୁବେଳେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।