ଯୋଗିତା ବାଲି ନୁହଁନ୍ତି ବରଂ ଏ ହେଉଛନ୍ତି ମିଥୁନଙ୍କ ପ୍ରଥମ ପତ୍ନୀ, ଜାଣନ୍ତୁ ଆଉ କିଏ କିଏ ଅଛନ୍ତି ଏହି ଅଭିନେତାଙ୍କ ପରିବାରରେ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ (ମିମୋହ) ଙ୍କ ବିରୋଧରେ ୩୮ ବର୍ଷର ଜଣେ ମହିଳା ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଓ ଗର୍ଭପାତ କରାଇଥିବା ଅଭିଯୋଗରେ କେସ ଦାୟର କରିଛନ୍ତି । ମିଥୁନଙ୍କ ପତ୍ନୀ ଯୋଗିତା ବାଲିଙ୍କୁ ମଧ୍ୟ ଏହି କେସରେ ଆରୋପି ବୋଲି କୁହାଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଏହି ଅଭିନେତ୍ରୀ-ମଡେଲ ଉଭୟଙ୍କ ବିରୋଧରେ କେସ ଦାୟର କରିଛନ୍ତି । କହି ଦେଉଛୁ ମିଥୁନ ୧୯୮୨ ମସିହାରେ ଅଭିନେତ୍ରୀ ଯୋଗିତା ବାଲିଙ୍କୁ ବିବାହ କରିଥିଲେ ଯିଏ ତାଙ୍କର ଦ୍ୱିତୀୟ ପତ୍ନୀ ଅଟନ୍ତି ।

ଯୋଗିତା ବାଲିଙ୍କ ପୂର୍ବରୁ ମିଥୁନ ହେଲେନା ଲୁକଙ୍କୁ ବିବାହ କରିଥିଲେ । ୭୦ ଦଶକରେ ହେଲେନା ଫ୍ୟାଶନ ଜଗତରେ ଜଣେ ଜଣାଶୁଣା ନାମ ଥିଲେ । ସେ ୧୯୮୦ ରେ ଆସିଥିବା ଫିଲ୍ମ ‘ଜୁଦାଇ’ ରେ କାମ କରିଥିଲେ । ହେଲେନାଙ୍କୁ ବିବାହ କରିବା ପୂର୍ବରୁ ମିଥୁନଙ୍କର ସାରିକା ଠାକୁରଙ୍କ ସହିତ ମଧ୍ୟ ପ୍ରେମ ସମ୍ପର୍କ ଥିଲା ।

ସାରିକାଙ୍କ ସହିତ ବ୍ରେକଅପ ପରେ ମିଥୁନ ଏକ ନୂଆ ସାଥୀ ଖୋଜୁଥିଲେ । ଏହି ସମୟରେ ମିଥୁନଙ୍କୁ ହେଲେନାଙ୍କ ସାଥ ମିଳିଥିଲା ଏବଂ ଦୁହେଁ ୧୯୭୯ ରେ ବିବାହ କରିଥିଲେ । ଷ୍ଟାରଡଷ୍ଟ ମିଗାଜିନରେ ଦେଇଥିବା ଇଣ୍ଟରଭ୍ୟୁଉରେ ହେଲେନା କହିଛନ୍ତି – ମିଥୁନ ସକାଳ ୬ ଟାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ତାଙ୍କୁ ବିବାହ ପାଇଁ ମନାଉ ଥିଲେ । ଯଦିଓ ସେମାନଙ୍କ ବିବାହ ମାତ୍ର ୪ ମାସ ଚାଲିଥିଲା ।

ଉଭୟଙ୍କ ବିବାହ ଭାଙ୍ଗିବାର ସବୁଠାରୁ ବଡ କାରଣ ହେଉଛି ମିଥୁନଙ୍କ ସମ୍ପର୍କ ଯୋଗିତ ବାଲିଙ୍କ ସହିତ ବଡ଼ିବାକୁ ଲାଗିଥିଲା । ଅନ୍ୟ ପଟେ ମିଥୁନ ହେଲେନାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଜାଭେଦ ଖାନଙ୍କୁ ନେଇ ମଧ୍ୟ କମ୍ମେଟ ମାରୁଥିଲେ ।

ଏହା ବ୍ୟତୀତ ଅନ୍ୟ ଏକ କାରଣ ଥିଲା ଯାହା ବିଷୟରେ ହେଲେନା ନିଜେ ଏକ ଇଣ୍ଟରଭ୍ୟୁଉରେ କହିଥିଲେ । ହେଲେନାଙ୍କ କହିବା ଅନୁସାରେ ମିଥୁନ ନିଜ ଘରେ ତାଙ୍କ ଦୁଇ ବନ୍ଧୁ ଏବଂ କୁକୁର ସହିତ ଘରେ ରହୁଥିଲେ । ବିବାହ ପରେ ମଧ୍ୟ ସେହି ସିଫ୍ଟ ରହିଥିଲା ।

ହେଲେନାଙ୍କ କହିବା ଅନୁସାରେ ତାଙ୍କର ଦୁଇ ବନ୍ଧୁ ତାଙ୍କର ଟଙ୍କା ଖର୍ଚ୍ଚ କରୁଥିଲେ ଯାହା ମତେ ବିଲକୁଲ ପସନ୍ଦ ନଥିଲା । ଏହା ଉପରେ ମୁଁ ତାଙ୍କୁ ଦୁଇ ବନ୍ଧୁଙ୍କୁ ଅଲଗା କରିବା ପାଇଁ କହିଥିଲି ତେବେ ସେ କହିଲେ – ତୁମକୁ ଯିବାର ଅଛି ଯଦି ଚାଲିଯାଅ ସେମାନେ କୋଉଠିକୁ ଯିବେ ନାହିଁ । ଏହା ପରେ ଆମେ ଦୁହେଁ ଅଲଗା ହୋଇଗଲୁ ।

ବିବାହ ଭାଙ୍ଗିବା ପରେ ହେଲେନା ମଧ୍ୟ ମିଥୁନଙ୍କୁ ଦେଖାଇବାକୁ ଚାହୁଁଥିଲେ ସେ ମଧ୍ୟ ଜଣେ ଭଲ ଅଭିନେତ୍ରୀ ହୋଇପାରିବେ । ଏହା ପରେ ସେ କିଛି ଫିଲ୍ମରେ କାମ ମଧ୍ୟ କରିଥିଲେ କିନ୍ତୁ ସଫଳତା ମିଳିନଥିଲା । ମିଡିଆ ରିପୋର୍ଟ ଅନୁସାରେ ହେଲେନା ବର୍ତ୍ତମାନ ନ୍ୟୁୟର୍କରେ ରହୁଛନ୍ତି ଏବଂ ଡେଲଟା ଏୟାରଲାଇନ୍ସରେ ପାଇଲଟ ଏଟେଣ୍ଡେଟ ଭାବରେ କାମ କରୁଛନ୍ତି ।

ଯୋଗିତା ବାଲିଙ୍କ ଠାରୁ ମିଥୁନଙ୍କର ୩ ଟି ସନ୍ତାନ ଅଛନ୍ତି । ବଡ ପୁଅର ନାମ ମିମୋହ (ମହାଅକ୍ଷୟ), ମଝି ପୁଅର ନାମ ରିମୋହ (ଉସମେୟ) ଏବଂ ସାନ ପୁଅର ନାମ ନମାସି । ଏହା ବ୍ୟତୀତ ମିଥୁନ ଏବଂ ଯୋଗିତା ଗୋଟେ ଝିଅଙ୍କୁ ପୋଷ୍ୟ ନେଇଛନ୍ତି ଯାହାର ନାମ ଦେଶାନି ଅଟେ ।

ମିଥୁନଙ୍କ ବଡ ପୁଅ ମିମୋହଙ୍କ ବିବାହ ମଶୁର ଅଭିନେତ୍ରୀ ଶୀଲା ଶର୍ମା ଏବଂ ନିର୍ମାତା-ନିର୍ଦ୍ଦେଶକ ସୁଭାଷ ଶର୍ମାଙ୍କ ଝିଅ ମଦାଲସାଙ୍କ ସହିତ ହୋଇଥିଲା । ଉଭୟ ଜୁଲାଇ ୨୦୧୮ ରେ ସାତ ଫେରା ନେଇଥିଲେ । ମଦାଲସା ମଧ୍ୟ ନିଜର ମାଙ୍କ ପରି ଜଣେ ଅଭିନେତ୍ରୀ ଅଟନ୍ତି । ସେ ବର୍ତ୍ତମାନ ଲୋକପ୍ରିୟ ଟିଭି ଶୋ ଅନୁପମାରେ କାୟା ଝାବେରି ରୋଲରେ ଅଭିନୟ କରୁଛନ୍ତି ।

ମଦାଲସା ୨୦୦୯ ରେ ତେଲୁଗୁ ଫିଲ୍ମ ‘ଫିଟିଂଗ’ ରେ ଅଭିନୟ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ କନ୍ନଡ ଫିଲ୍ମ ‘ଶୈର୍ଯ୍ୟ’ ରେ ମଧ୍ୟ କାମ କରିଛନ୍ତି । ମଦାଲସା ସୋସିଆଲ ମିଡିଆରେ ବହୁତ ଏକଟିବ ରହିଥାନ୍ତି ସେ ସବୁବେଳେ ନିଜର ବୋଲ୍ଡ ଫଟୋ ଏଠାରେ ସେୟାର କରିଥାନ୍ତି ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *