ପୁରାଣ ଶାସ୍ତ୍ର ମତରେ କଇଁଛ ଯିଏକି ଭଗବାନ ବିଷ୍ଣୁ ଙ୍କ ଏକ ଅବତାର। କଇଁଛ ମାନେ ଜଳଚର ଅଟନ୍ତି। ପ୍ରଭୁ ବିଷ୍ଣୁ ଙ୍କ ସହିତ ମାତା ଲଷ୍ମୀ ଙ୍କର ବାସ ବି ଜଳରେ। ଏଥିପାଇଁ ପ୍ରଭୁ ବିଷ୍ଣୁଙ୍କ ସହ ମାତା ଲଷ୍ମୀ ଙ୍କର କୃପା ରହିଥାଏ ସେହି କଇଁଛ ମୁଦି ଉପରେ। ଏଥିପାଇଁ ଏହି ମୁଦି ଧାରଣ କରିଥିବା ବ୍ୟକ୍ତିକୁ ଧର୍ଯ୍ୟ, ଶାନ୍ତି, ସହନଶୀଳତା, ବିନମ୍ରତା ପ୍ରାପ୍ତ ହୋଇଥାଏ। ଏହି ମୁଦି ଧାରଣ କରିବା ଦ୍ୱାରା ମନୁଷ୍ୟ ଧନବାନ ହେବା ସହ ନିଜ ମନର ଓ ଘରର ନକରାତ୍ମକ କୁ ଦୁରେଇ ସକାରାତ୍ମକ କୁ ପ୍ରାପ୍ତ କରିଥାଏ।
କିନ୍ତୁ ଅଧିକାଂଶ ଲୋକ ତାହା ଜାଣିପାରନ୍ତି ନାହିଁ, ଯେ କେଉଁ ଭଳି ଓ କେଉଁ ରାଶି ର ବ୍ୟକ୍ତି ଏହାକୁ ପିନ୍ଧିଲେ ଉତ୍ତମ ହୋଇଥାଏ। ଯଦି ଆପଣ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା।
ଆମେ ଜାଣନ୍ତି ଯେ ରୂପା ଜଳ ତତ୍ତ୍ୱ ର ଅଟେ। ଏଣୁ ମୁଦି ଟି ରୂପା କିମ୍ବା ଚାନ୍ଦି ର ହେବା ଆବଶ୍ୟକ। ଏହି ମୁଦି ର ଧାତୁ ପରିବର୍ତ୍ତନ କରିପାରିବେ ନିଜ ନିଜର ରାଶି ଅନୁସାରେ। କିନ୍ତୁ ମୁଦି ର କଇଁଛ ଭାଗଟି ରୂପାର ଓ ଅନ୍ୟ ଭାଗ ଅଲଗା ଧାତୁର ହୋଇଥିଲେ ବି ତାହା ଭଲ। ଏହି ମୁଦି କୁ ଆପଣ ଦକ୍ଷିଣ ହାତ ଅଥବା ଡାହାଣ ହାତରେ ପିନ୍ଧି ପାରିବେ।
ଏହି ମୁଦି କୁ ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ ଦକ୍ଷିଣ ବା ଡାହାଣ ହାତରେ ପିନ୍ଧିବା ଆବଶ୍ୟକ। ନଚେତ ଓଲଟା ଫଳ ଆପଣଙ୍କୁ ମିଳିପାରେ। ଏହି ମୁଦି କୁ କେବେ ହେଲେ ବୁଢ଼ା ଆଙ୍ଗୁଳି, କନିଷ୍ଠ ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳିରେ ପିନ୍ଧିବେ ନାହିଁ। ଏହାକୁ କେବଳ ମଧ୍ୟମ ଓ ଅନାମିକା ଆଙ୍ଗୁଳି ରେ ପିନ୍ଧି ପାରିବେ।
ମେଷ ରାଶି, ସିଂହ ରାଶି, ଧନୁ ରାଶି, କୁମ୍ଭ ରାଶି ର ବ୍ୟକ୍ତି ମାନେ ପିନ୍ଧିଲେ ବହୁତ ଶୁଭଫଳ ପ୍ରାପ୍ତ କରିବେ। ସେମାନେ ଜୀବନ ରେ ଧନ, ଐଶ୍ୱର୍ଯ୍ୟ ରେ ଭରି ହୋଇଯାଏ। କିନ୍ତୁ କନ୍ୟା ରାଶି, ବିଚ୍ଛା ରାଶି, ମୀନ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ମୁଦି ଟି ଅଶୁଭ ଦାୟକ ହୋଇଥାଏ। ଏବଂ ଏହି ବ୍ୟକ୍ତି ମାନଙ୍କୁ ଲାଭ ବଦଳରେ କ୍ଷତି ମିଳିଥାଏ। ଅନ୍ୟାନ୍ୟ ରାଶି ମାନଙ୍କ ପାଇଁ ଏହି ମୁଦି ଟି ସାମୁହିକ ଫଳ ଦାୟକ ହୋଇଥାଏ।
ଏହି ବିଚ୍ଛା ମୁଦି କୁ ଆପଣ ଶୁକ୍ରବାର ରେ ପିନ୍ଧିଲେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାକୁ ମଧ୍ୟ ଆପଣ ଶୁକ୍ରବାର ରେ କିଣିବା ପାଇଁ ନିୟମ ରହିଛି। ଏହା ସହ ଏହି ମୁଦି କୁ ସୂର୍ଯ୍ୟାସ୍ତ ପୂର୍ବରୁ ପିନ୍ଧିବା ନିୟମ ରହିଛି। ଏହାକୁ ପିନ୍ଧିବା ପୂର୍ବରୁ ବହୁତ ନିୟମ ରହିଛି ଆସନ୍ତୁ ଜାଣିବା।
ଏହାକୁ ପ୍ରଥମେ ଆପଣ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ। ପରେ ଏଥିରେ ପଞ୍ଚାମୃତ ସିଞ୍ଚନ କରିଦିଅନ୍ତୁ। ତା ପରେ ଏହି ମୁଦି କୁ ନେଇ ଲକ୍ଷ୍ମୀ ନାରାୟଣ ଙ୍କ ପାଖରେ ରଖି ପୂଜା କରନ୍ତୁ। ଏବଂ ଏହା ପରେ ମୁଦି ଟିକୁ ଧାରଣ କରନ୍ତୁ। ଏଭଳି କରିବା ଦ୍ୱାରା ଲଷ୍ମୀ ନାରାୟଣ ଙ୍କ ଅସୀମ କୃପା ମିଳିଥାଏ। ଯାହା ଫଳରେ ବ୍ୟକ୍ତି କୁ ଶୀତଳତା, ଧର୍ଯ୍ୟ, ବିନମ୍ରତା, ଶାନ୍ତି, ଧନ- ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। ଏହି ମୁଦି କୁ ଶୁଦ୍ଧିକ୍ରିୟା ରୀତି ରେ ପିନ୍ଧିଲେ ଅଶୁଭ ହୋଇଥାଏ। ତେଣୁ ଏହି ମୁଦି କୁ ପୂର୍ବରୁ ଓହ୍ଲାଇ ଭଗବାନ ଙ୍କ ପାଖରେ ରଖିଦେବେ। ଏହାକୁ ଆପଣ ପୁନଃ ପିନ୍ଧିଲା ବେଳେ ଗଙ୍ଗାଜଳ ଓ ପଞ୍ଚାମୃତ ରେ ସିଞ୍ଚନ କରି ପିନ୍ଧିବେ।
ଜ୍ୟୋତିଷ ଶାସ୍ତ୍ର ଓ ଈଶ୍ବର ଙ୍କୁ ଯଦି ଆପଣ ଭରସା ଓ ବିଶ୍ୱାସ କରନ୍ତି ତେବେ ଏହି ମୁଦି କୁ ଅବଶ୍ୟ ଧାରଣ କରନ୍ତୁ। ଯେଉଁ ମାନେ ନିଜର ରାଶି ଜାଣି ନାହାନ୍ତି ଏହି ମୁଦି କୁ ଧାରଣ କରନ୍ତୁ ନାହିଁ। ଯଦି ଧାରଣ କରିଛନ୍ତି, ତେବେ କିଛି ଦିନ ଅପେକ୍ଷା କରନ୍ତୁ ଯଦି ଅଶୁଭ ସୂଚନା ମିଳିଲା ତେବେ ପିନ୍ଧନ୍ତୁ ନାହିଁ। କିମ୍ବା ଆପଣ ଏହି ମୁଦି କୁ ଶୋଇବା ବେଳେ ତକିଆ ତଳେ ରଖି ଶୁଅନ୍ତୁ। ଯଦି କିଛି ଦିନ ଭିତରେ ଆପଣଙ୍କୁ ଅଶୁଭ ସ୍ବପ୍ନ ଆସେ ତେବେ ଏହାକୁ ପିନ୍ଧନ୍ତୁ ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।