ଲହୁଣୀରୁ ନୁହେଁ ଆପଣ ପାଣିରେ ବନେଇ ପାରିବେ ଘିଅ , କେବଳ ଦୁଇଟି ଜିନିଷରେ ଫ୍ରିରେ ଘରେ ବସି ଖାଅନ୍ତୁ ଘିଅ

ପାଣିରୁ ଘିଅ ବାହାର କରିବା କଥା ଶୁଣି ଆପଣ ଭାବୁଥିବେ ଆମେ ମଜାକ କରୁଛୁ ବୋଲି କିନ୍ତୁ ଏମିତି ନୁହେଁ। ଲହୁଣୀରୁ ଆପଣ କେତେଥର ଘିଅ ବାହାର କରିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ଯେଉଁଥିରେ ଆପଣ ପାଣିରୁ ଘିଅ ବାହାର କରିପାରିବେ। ମାନେ ଲହୁଣୀର ସେତିକି ମାତ୍ରାରେ ଆପଣ ଅଧିକ ଘିଅ ବାହାର କରିପାରିବେ। ଏହାର ଉପାୟ ବହୁତ ସହଜ ଏବଂ ସୁନ୍ଦର। ଏହା ପାଇଁ ଆପଣଙ୍କୁ କୌଣସି ଅଧିକ କାମ କରିବାକୁ ପଡିବ ନାହିଁ। ପାଣିରୁ ଘିଅ ବାହାର କରିବା ଉପାୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହା ପାଇଁ ଆପଣଙ୍କୁ ଦରକାର ପନ୍ଦର ଦିନର ଜମା ଥିବା ଲହୁଣୀ ପାଣି।

ସର୍ବ ପ୍ରଥମେ ଲହୁଣୀକୁ ଦଶ ରୁ ପନ୍ଦର ଦିନ ଜମା କରନ୍ତୁ। ଆପଣ ଗାଈ କ୍ଷୀର ବା ପ୍ୟାକେଟ କ୍ଷୀର ବ୍ୟବହାର କରିପାରିବେ।

ଆଞ୍ଚ କମ କରିଦିଅନ୍ତୁ ଏବଂ ତାକୁ ଫୁଟିବାକୁ ଦିଅନ୍ତୁ।

ଧିରେ ଧିରେ ଲହୁଣୀକୁ ଗୋଳାନ୍ତୁ। ଏହି ପ୍ରକ୍ରିୟା ସେମିତି ହେବ ଯେମିତି ସାଧାରଣ ଘିଅ ତିଆରି କରିବାରେ କରାଯାଏ।

୨୦ ରୁ ୨୫ ମିନିଟ ପରେ ଲହୁଣୀରୁ ଘିଅ ବାହାରିବାକୁ ଲାଗିବ। ଏଥିରେ ଆଞ୍ଚ କମ କରିଦିଅନ୍ତୁ।

କିଛି ସମୟ ପରେ ଲହୁଣୀ ଜଳି ଯିବ ଏବଂ ଘିଅ ଅଲଗା ହୋଇଯିବ। ଏବେ ଘିଅକୁ କାଢି ଡଭାରେ ରଖିଦିଅନ୍ତୁ।

ଏବେ ଜଳି ଯାଇଥିବା ଲହୁଣୀକୁ ପୁଣି ଥରେ କଡେଇରେ ପକାନ୍ତୁ ଏବଂ ଗ୍ୟାସ ଉପରେ ରଖିଦିଅନ୍ତୁ। ସେଥିରେ ଦୁଇ ଗ୍ଲାସ ପାଣି ଢାଳି ଦିଅନ୍ତୁ।

ପାଣିକୁ ଫୁଟିବାକୁ ଦିଅନ୍ତୁ। ଏହାକୁ ଏବେ ଦଶ ରୁ ପନ୍ଦର ମିନିଟ ଫୁଟିବାକୁ ଦିଅନ୍ତୁ। ଆପଣ ଏବେ ଦେଖିବେ କି ପାଣି ଉପରେ ଏବେ ଘିଅ ଆସିଯାଇଛି।

ଏବେ ଏହି ପାଣିକୁ ଏକ ପାତ୍ରରେ ଛାଣି କାଢି ଦିଅନ୍ତୁ ଏବଂ ଏହାକୁ ଫ୍ରିଜରେ ରଖିଦିଅନ୍ତୁ। ତିନି ରୁ ଚାରି ଘଣ୍ଟା ପରେ ପାତ୍ରକୁ ଫ୍ରିଜରୁୁ ବାହାରକୁ କାଢନ୍ତୁ ଏବଂ ଉପରେ ଜମା ହୋଇଥିବା ଘିଅକୁ ଛୁରୀରେ କାଟି ବାହାରକୁ ନେଇ ଆସନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *