ଆପଣ ସମସ୍ତଙ୍କୁ ସ୍ବପ୍ନ ଆସେ କିନ୍ତୁ ସେହି ସ୍ବପ୍ନ ଗୁଡିକ ଉପରେ ଆପଣଙ୍କର କୌଣସି ନିୟନ୍ତ୍ରଣ ରହି ନଥାଏ | ଆପଣ ଚାହିଁଲେ ମଧ୍ୟ କୌଣସି ଭଲ ସ୍ବପ୍ନକୁ ଲଗାତାର ଦେଖି ପାରିବେ ନାହିଁ | କୌଣସି ଖରାପ ସ୍ୱପ୍ନକୁ ମଧ୍ୟ ଦେଖିବା ବନ୍ଦ କରି ପାରିବେ ନାହିଁ | ଭବିଷ୍ୟତରେ ଏହା ସମ୍ଭବ ଅଟେ ଯେ ଆପଣ ନିଜର ସ୍ବପ୍ନକୁ ନିୟନ୍ତ୍ରଣ କରି ପାରିବେ, ତାହା ମଧ୍ୟ ହାତରେ ଏହା ଛୋଟ ଉପକରଣ ପିନ୍ଧି | ଅର୍ଥାତ ଆପଣ ନିଜର ଭଲ ସ୍ୱପ୍ନକୁ ଅଧିକ ସମୟ ପର୍ଯ୍ୟନ୍ତ ଦେଖି ପାରିବେ ଏବଂ ଖରାପ ସ୍ୱପ୍ନକୁ ହଟାଇ ପାରିବେ | ଆମେରିକାର ବୈଜ୍ଞାନିକମାନେ ଏପରି ଏକ ଡିଭାଇସ ବନାଇବାରେ ଲାଗି ପଡିଛନ୍ତି |
Massachusetts Institute of Technologyର ବୈଜ୍ଞାନିକମାନେ ଆପଣଙ୍କ ସ୍ବପ୍ନକୁ ହ୍ୟାକ କରିବାରେ ଲାଗିପଡିଛନ୍ତି | ଏହାକୁ ନେଇ ଏମଆଇଟି ଡ୍ରିମ ଲାବରେ ଡିଭାଇସ ତିଆରି କରାଯାଉଛି | ଯାହାର ସାହାଯ୍ୟରେ ଆପଣ ନିଜର ସ୍ବପ୍ନକୁ ନିୟନ୍ତ୍ରଣ କରି ପାରିବେ | ଅର୍ଥାତ ଆପଣ ନିଜର ସ୍ୱପ୍ନର ମାଲିକ ଅଟନ୍ତି |
ଏମଆଇଟି ଡ୍ରିମ ଲାବର ଗବେଷକ ଏଡମ ହୋରୋବିଟଜ କହିଛନ୍ତି ଯେ ଜୀବନର ଏକ ଅଂଶ ସ୍ବପ୍ନ ଦେଖିବାରେ ଯାଇଥାଏ | ଏହି ସ୍ବପ୍ନ ଗୁଡିକ ଉପରେ ଯଦି ନିୟନ୍ତ୍ରଣ କରାଯାଇପାରେ ତେବେ ବ୍ୟକ୍ତିତ୍ୱ ଆହୁରି ଉନ୍ନତ ହୋଇଯିବ | ଆପଣ ରାତିରେ ଖରାପ ସ୍ବପ୍ନ ଦେଖି ସକାଳୁ ଚିନ୍ତିତ ହେବେ ନାହିଁ | ଅଧିକାଂଶ ସମୟରେ ଖରାପ ସ୍ବପ୍ନ ମଣିଷର ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ | ଆମର ଆଶା ରହିଛି ଯେ ଏହାଦ୍ୱାରା ମଣିଷ ମସ୍ତିସ୍କର କ୍ଷମତା ମଧ୍ୟ ବଢିବ |
ଏହି ଉପକରଣର ନାମ ଡୋରୀମୋ ଅଟେ | ଏହା ଗ୍ଲୋବ ପରି ହାତରେ ପିନ୍ଧା ଯାଇଥାଏ | ଏଥିରେ ଅନେକ ପ୍ରକାରର ସେନ୍ସର ଲାଗି ରହିଛି | ଡୋରୀମୋ ଶୋଇଥିବା ମଣିଷର ସ୍ଥିତିକୁ ଯାଞ୍ଚ କରିଥାଏ | ଏହା ଅନୁସନ୍ଧାନ କରିଥାଏ ଯେ ଶୋଇଥିବା ମଣିଷ ଚେତନାରେ ଆଛି କିମ୍ବା ଅର୍ଦ୍ଧଚେତନା ସ୍ଥିତିରେ ରହିଛି | ଯେତେବେଳେ ମଣିଷ ଏଥିମଧ୍ୟରେ ଥିବା ସ୍ଥିର ରହିଥାଏ ସେତେବେଳେ ଏହାକୁ ହିପ୍ରାଗୋଗିୟା କୁହାଯାଇଥାଏ | ବର୍ତ୍ତମାନ ଏହାର ଟ୍ରାୟଲ ୫୦ ଜଣ ଲୋକଙ୍କ ଉପରେ କରାଯାଇଛି | ଏହି ଉପକରଣରେ ଆହୁରି ଅନେକ ପରିବର୍ତ୍ତନ କରାଯିବାର ରହିଛି |
ଡୋରୀମୋ ହିପ୍ରାଗୋଗିୟାରେ ଶୋଇଥିବା ମଣିଷର ମସ୍ତିସ୍କରେ ନିର୍ମିତ ହେଉଥିବା ଚିତ୍ର ଏବଂ ଆଭାସ ଗୁଡିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ହିପ୍ରାଗୋଗିୟା ସ୍ଥିତିରେ ମଣିଷକୁ ଭଲ ଚିତ୍ର ଦେଖାଯାଇଥାଏ | ଅନେକଥର ମଣିଷ ଏହି ସ୍ଥିତିରେ ଏପରି କାମ କରିଥାଏ ଯାହା ସେ କରି ସାରିଛି, କିମ୍ବା ଯାହା ସେ କରିବାର ଇଛା ରଖିଛି |
ଡୋରୀମୋ ଡିଭାଇସ ଭିତରେ ଆଗରୁ ରେକର୍ଡ କରାଯାଇଥିବା ମେସେଜ ଗୁଡିକ ରହିଛି | ଏହି ଉପକରଣର ଉପଯୋଗ ୫୦ ଜଣ ଲୋକଙ୍କ ଉପରେ କରାଯାଇଛି | ଜେୟୱାରୀ ଭାବରେ ଡିଭାଇସରୁ ଏକ ଶବ୍ଦ ଶୁଣାଗଲା ଟାଇଗର | ଏହାପରେ ଏହିସବୁ ଲୋକଙ୍କୁ ସ୍ୱପ୍ନରେ ଟାଇଗର ଦେଖାଦେଲା | ଏହି ଡିଭାଇସ ସାହାଯ୍ୟରେ ପରେ ପୁଣି ସେହି ୫୦ ଲୋକଙ୍କର ସ୍ବପ୍ନ ଦେଖିବାର ପ୍ରକ୍ରିୟା, ପ୍ରଭାବ ଏବଂ ପରିବର୍ତ୍ତନକୁ ନୋଟିସ କରାଗଲା |
ୟୁନିଭର୍ସିଟି ଅଫ ମାଟ୍ରିଆଲରେ ମାନସିକ ରୋଗର ପ୍ରଫେସର ଟୋରୀକହିଛନ୍ତି ଯେ ଏହା ଏକ ଉନ୍ନତ ଡିଭାଇସ ଅଟେ | ନିଜର ସ୍ବପ୍ନକୁ ପ୍ରତ୍ୟେକ ମଣିଷ ଉପଭୋଗ କରିବାକୁ ଚାହିଁଥାଏ | ଏହାକୁ ନିୟନ୍ତ୍ରଣ କରିବାକୁ ଚାହିଁଥାଏ | ଆପଣ ଏହି ଡିଭାଇସ ସାହାଯ୍ୟରେ ଉଡ଼ିପାରିବେ, ସଂଗୀତ ପରିବେଷଣ କରି ପାରିବେ, ଭ୍ରମଣ କରି ପାରିବେ ଏବଂ ସେକ୍ସ ମଧ୍ୟ କରିପାରିବେ | ଏହି କାରଣରୁ ଦେଖୁଥିବା ସ୍ବପ୍ନ ଭରଚୁଆଲ ବାସ୍ତବ ଠାରୁ ଅଧିକ ସ୍ପଷ୍ଟ ଏବଂ ଆଭାସୀ ହେବ |
ସ୍ୱପ୍ନକୁ ନିୟନ୍ତ୍ରଣ କରିବାକୁ ନେଇ ବିକଶିତ କରାଯାଉଥିବା ଡିଭାଇସ ଏବଂ ଏହା ପଛରେ ଥିବା ବିଜ୍ଞାନ କେତେ ପରିମାଣରେ କାର୍ଯ୍ୟକାରୀ ହେବ ସେଥିପାଇଁ ସମଗ୍ର ଦୁନିଆ ବୈଜ୍ଞାନିକମାନେ ବର୍ତ୍ତମାନ ଦ୍ବୀବିଧାରେ ଅଛନ୍ତି | କାରଣ ଏହି ଡିଭାଇସ କୌଣସି ପ୍ରକାରର ସ୍ୱର ଶୁଣି କିମ୍ବା କୌଣସି ପ୍ରକାରର ବାୟୋଲୋଜିକାଲ ସନ୍ଦେଶ ପଠାଇ ଆପଣଙ୍କ ସ୍ବପ୍ନକୁ ନିୟନ୍ତ୍ରଣ କରିବ | ଏପରି ସମୟରେ କୌଣସି ମଣିଷର ମସ୍ତିଷ୍କର ସ୍ଥିତି କଣ ରହିଛି ତାହା ଜାଣି ପରିବା ବର୍ତ୍ତମାନ କଷ୍ଟସାଧ୍ୟ ଅଟେ |
ୟୁନିଭର୍ସିଟି ଅଫ ଏରିଜୋନାରେ ନିଦ ଏବଂ ସ୍ବପ୍ନର ବିଶେଷଜ୍ଞ ରୁବିନ ନାୟମନ କହିଛନ୍ତି ଯେ ଅର୍ଦ୍ଧ-ଚେତନା ଅର୍ଥାତ ସବ-କନସିଆନ୍ସ ନିଜର ଏକ ଭିନ୍ନ ସ୍ତରର ଇଣ୍ଟେଲିଜେନ୍ସି ଅଟେ | ଆମେ ସେଥିରୁ ଶିଖି ପରିବା | ଯେତେବେଳେ ଆପଣ ନିଜର ଅର୍ଦ୍ଧ ଚେତନା ସ୍ଥିତିରେ ରହିଥାନ୍ତି ସେତେବେଳେ କୌଣସି ପରିବର୍ତ୍ତନ କରିବାର ଫଳ ହୁଏତ ଭୟାନକ ମଧ୍ୟ ହୋଇପାରେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।