କୋଟିଏ ଟଙ୍କାର BMW କିଣିବା ପରେ ମଧ୍ୟ ପ୍ରଥମ କାରକୁ ମନେ ପକାଉଛନ୍ତି ସଚିନ, ପ୍ରଥମ ଉପାର୍ଜନରେ କିଣିଥିବା କାରକୁ ଏମିତି ମନେ ପକାଇଛନ୍ତି ସଚିନ

କ୍ରିକେଟ ଇତିହାସରେ ଜଣେ ମହାନ ବ୍ୟାଟ୍ସମ୍ୟାନ ଭାବରେ ଗଣା ଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପଡିଆ ଭିତରେ ଏବଂ ପଡିଆ ବାହାରେ ମଧ୍ୟ ବହୁତ କିଛି ହାସଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କୁ ଯେଉଁ ବିଶେଷ ଜିନିଷର ସନ୍ଧାନ ରହିଛି ତାହା ହେଉଛି ମାରୁତି-୮୦୦ କାର। ଯାହା ସେ ଜଣକୁ ବିକି ଦେଇଥିଲେ।

ମାତ୍ର ବର୍ତ୍ତମାନ ସଚିନ ଏହାକୁ ଫେରସ୍ତ ଚାହୁଁଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସମୟରେ ସଚିନ ତେନ୍ଦୁଲକରଙ୍କ ପାଖରେ ବିଏମଡବ୍ଲ୍ୟୁ, ଫରାରୀ, ନିଶାନ ଜିଟି-ଆର ପରି ଦୁନିଆର ଉତ୍ତମ କାର ଗୁଡିକ ରହିଅଛି। କିନ୍ତୁ ତାଙ୍କର ମନ ତାଙ୍କ ନିଜ ପ୍ରଥମ କାର ପାଖରେ ରହିଯାଇଛି କାରଣ ତାକୁ ସେ ନିଜର ପ୍ରଥମ ଉପାର୍ଜନରେ କିଣିଥିଲେ।

ସଚିନ ତେନ୍ଦୁଲକର ଭାରତୀୟ ଟେବଲ ଟେନିସ ଖେଳାଳି ମୁଦିତ ଦାନୀଙ୍କ ସହିତ ଶୋ ଇନ ଦ ସ୍ପୋର୍ଟଲାଇଟରେ ନିଜ ପ୍ରଥମ କାର ପ୍ରତି ଥିବା ଭାବନା ବିଷୟରେ ଖୁଲାସା କରିଥିଲେ।

ସଚିନ ତେନ୍ଦୁଲକର କହିଛନ୍ତି ଯେ, “ମୋର ପ୍ରଥମ କାର ମାରୁତି-୮୦୦ ଥିଲା। ଦୁର୍ଭାଗ୍ୟବଶତଃ ସେହି କାର ବର୍ତ୍ତମାନ ମୋ ପାଖରେ ନାହିଁ। ମୋତେ ବହୁତ ଭଲ ଲାଗିବ ଯଦି ଏହା ପୁଣିଥରେ ମୋ ପାଖକୁ ଫେରି ଆସିବ। ଯେଉଁ ଲୋକମାନେ ମୋ କଥା ଶୁଣୁଛନ୍ତି ଯଦି ସେମାନେ ମୋ କାର ବିଷୟରେ କେଉଁଠି ଅଛି କୌଣସି ସୂଚନା ଜାଣିଛନ୍ତି ତେବେ ମୋ ସହିତ ସମ୍ପର୍କ କରି ପାରିବେ।

ତେବେ ସଚିନ ତେନ୍ଦୁଲକରଙ୍କର ସବୁଠୁ ଅଧିକ ପ୍ରିୟ କାର ତାଙ୍କର ପ୍ରଥମ କାର ମାରୁତି-୮୦୦ ହୋଇଥାଏ। ଏହି କାରକୁ ସେ ୧୯୮୯ ମସିହାରେ କଣିଥିଲେ ଯେତେବେଳେ ସେ ଭାରତୀୟ କ୍ରିକେଟ ଟେଷ୍ଟ ଟିମରେ ଭର୍ତ୍ତି ହୋଇଥିଲେ।

ସଚିନ ତେନ୍ଦୁଲକର କହିଲେ ଯେ, ମୋ ଘର ପାଖରେ ଏକ ବଡ଼ ମୁକ୍ତ ଡ୍ରାଇଭ ଇନ ମୁବି ହଲ ରହିଥିଲା, ଯେଉଁଠାରେ ଲୋକମାନେ ନିଜ ନିଜ କାର ପାର୍କ କରି ଫିଲ୍ମ ଦେଖୁଥିଲେ। ସେହି ସମୟରେ ମୁଁ ମୋର ଭାଇଙ୍କ ସହିତ ଆମ ବାଲକୋନିରେ ଘଣ୍ଟା ଘଣ୍ଟା ଠିଆ ହୋଇ ଏହି କାର ଗୁଡ଼ିକୁ ଦେଖୁଥିଲି।

ସଚିନ ତେନ୍ଦୁଲକରଙ୍କ ପାଖରେ ଆଜିର ସମୟରେ ବହୁତ କାର ଥାଇପାରେ କିନ୍ତୁ ସେସମୟରେ ସଚିନଙ୍କ ପାଇଁ ଏହି କାର କିଣିବା ନିଜକୁ ନେଇ ବହୁତ ଗର୍ବିତ ଅନୁଭବ କରିବା ଠାରୁ କିଛି କମ ନଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *