ବାହାଘରକୁ ୧୨ ଦିନ। ହେଲେ ଗୋରୀଙ୍କୁ ନେଇ ହସ୍ପିଟାଲକୁ ଯାଇଥିଲେ ସ୍ୱାମୀ। ଆଉ ଫେରିଲେନି…ଏ ଦୁନିଆରୁ…।

ଏଇ ଏବେ ଏବେ ବାହା ହୋଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ।ସବୁଦିନ ଭଳି ଆଜିବି ସ୍ୱାମୀର ବାଟକୁ ଚାହିଁ ବସିଥିଲା ସ୍ତ୍ରୀ। ସାଙ୍ଗ ହୋଇ ଖାଇବେ ବୋଲି ଅପେକ୍ଷା କରି ବସିଥିଲା ସ୍ତ୍ରୀ। ହେଲେ ସ୍ୱାମୀ ଫେରିଲାନି। ସ୍ୱାମୀ ଶବ ହୋଇ ଯାଇଥିଲା। ହଁ ଆଜ୍ଞା ଏମିତି ଦୁଃଖ ଆଉ କେଉଁ ଝିଅକୁ ନମିଳୁ। ସୁଖର ସଂସାର କରିବା ପୂର୍ବରୁ ହିଁ ଭାଙ୍ଗି ଚୁରମାର ହୋଇଯାଇଛି। ଥରେ ଦେଖନ୍ତୁ ଏଇ ଦୃଶ୍ୟକୁ। କେମିତି ପୁରା ଚୁନା ହୋଇଯାଇଛି ଏଇ ଆମ୍ବୁଲାନ୍ସ। କୀଟମିଟ ଅନ୍ଧାରରେ ଡ୍ରାଇଭର ଜଣକ ରୋଗୀଙ୍କୁ ନେଇ ଯାଉଥିଲେ। ହେଲେ ଅଧା ବାଟରେ ଜଗି ରହିଥିଲା ଯମ।

ଏଭଳି କିଛି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ସଦର ଅଞ୍ଚଳର ଭୁଡୁରୁବଣି ଅଞ୍ଚଳରେ। ବାରିପଦାରୁ ଏହି ଆମ୍ବୁଲାନ୍ସ ବାରିପଦା ଡିଭିଏଚ ରୁ କଟକ ଯାଉଥିବା ସମୟରେ କଟକ ଟାଙ୍ଗୀ ନିକଟରେ ରାସ୍ତାରେ ଥିବା ଏକ ହାୱା ଆସି କୌଣସି କାରଣରୁ ପଛ ପଟୁ ଧୋକା ଦେଇଥିଲା। ଆଉ ଏ ସଡ଼କ ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଶସିକାନ୍ତ।

ଏ ଖବର ଶୁଣି ଗ୍ରାମରେ ଏବଂ ପରିବାର ଭିତରେ ଶୋକର ଛାୟା ଖେଳି ଯାଇଛି। ଘରର ରୋଜଗାରିଆ ପୁଅଟା ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛି। ରୋଗୀଙ୍କୁ ନେଇ ଯାଉଥିବା ବେଳେ ନିଜର ଗନ୍ତବ୍ୟ ସ୍ଥଳରେ ପହଁଚିବା ପୂର୍ବରୁ ଜୀବନ ଚାଲିଯାଇଛି। ଏଭଳି ଘଟଣା ଶୁଣି ସମସ୍ତଙ୍କ ମନ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସ୍ତ୍ରୀଟି ସ୍ୱାମୀକୁ ହରାଇ ଛାତି ପିଟି କାନ୍ଦୁଛି।

ନୂଆ ନୂଆ ବାହାଘର ହାତରୁ ମେହେନ୍ଦୀ ପାଦରୁ ଅଳତା ଲିଭିନାହିଁ। ହେଲେ ସ୍ୱାମୀର ଜୀବନ ଚାଲିଯାଇଛି। ଯିଏ ହାତ ଧରି ଘରକୁ ଆଣିଥିଲେ ତାଙ୍କ ଶବକୁ ଦେଖି ଧର୍ଯ୍ୟ ଧରିପାରୁନି ନବବିବାହିତା ବଧୂ। କିଏ ଜାଣିଥିଲା ଏମିତି ଘଟିଯିବ ବୋଲି। ବାହାଘରକୁ ମାତ୍ର ୧୨ ଦିନ ପୁରିନାହିଁ। ଆଉ ଏପଟେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱାମୀର ଜୀବନ। ଏକ ବିଶାଳ ସଭାଯାତ୍ରାରେ ଶସିକାନ୍ତଙ୍କୁ ଘରକୁ ଅଣାଯାଇଛି। ତେବେ ଗ୍ରାମବାସୀମାନେ ସରକାରୀ ସହାୟତା କମ୍ପାନୀ ଓ ପ୍ରସାସନ ତରଫରୁ ସହାୟତା ଯୋଗାଇଦେବାକୁ ଦାବି କରିଥିବା ବେଳେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି। ଯେଉଁଥିପାଇଁ ପୁରା ଗାଁ ଆଜି କାନ୍ଦୁଛି।

Leave a Reply

Your email address will not be published. Required fields are marked *