ନିଶା ମହାରଣା କରିଦେଲେ ଦର୍ଶକଙ୍କୁ ମତୁଆଲା

ନିଶା କରିଦେଲେ ଦର୍ଶକଙ୍କୁ ଘାଇଲା । ନିଶାଙ୍କ ନିଶାରେ ଦର୍ଶକ ହେଲେ ମତୁଆଲା । ଯାତ୍ରା ମଞ୍ଚରେ ନିଶା ଗାଧେଇଲେ ଆଉ ଦର୍ଶକଙ୍କୁ ବି ଗାଧେଇ ଦେଲେ । ଟିପି ଟିପି ବର୍ଷା ପାଣି ଗୀତରେ ନିଶା ନାଚିଲେ ଷ୍ଟେଜ ଧୋହଲାଇ ଦେଲେ । ଦର୍ଶକ ମଧ୍ୟ ନିଜକୁ ସମ୍ଭାଳି ପାରିଲେ ନାହିଁ । କିଏ କହୁଥିଲେ ନିଶା ତ ଆଉ କିଏ କହୁଥିଲେ ଝୁନା କିଏ କହୁଥିଲେ ନିଶା ମହାରଣା ତ ଆଉ କିଏ କହୁଥିଲେ ନିଶା ମଳିକା ।

ହେଲେ ଏ ସବୁ ଭିତରେ ନିଶା ମହାରଣା କାହା କଥାକୁ ନ ଶୁଣି ଷ୍ଟେଜ ଉପରକୁ ଗଲେ ଆଉ ଷ୍ଟେଜ ଉପରେ ନାଚିଲେ ସମସ୍ତଙ୍କୁ ନଚାଇଲେ । ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ଅପେରା ଉପରକୁ ଉଠିଛନ୍ତି ନିଶା ମହାରଣା । ଟିପି ଟିପି ବର୍ଷା ପାଣି ଗୀତରେ ନିଜେ ନାଚିଲେ ଭିଜିଲେ ଆଉ ଦର୍ଶକଙ୍କୁ ମଧ୍ୟ ଭିଯାଇଲେ । ନିଶା ଯେତେ ଜୋରେ ନାଚୁଥିଲେ ଦର୍ଶକ ସେତେ ଜୋରେ କହୁଥିଲେ ମ୍ୟାଡ଼ମ ନାଚନ୍ତୁ ଆହୁରି ଜୋରେ ନାଚନ୍ତୁ । ଯେମିତି ଇଚ୍ଛା ହେଉଛି ସେମିତି ନାଚନ୍ତୁ । ନାଚି ନାଚି ଷ୍ଟେଜ ଫଟାଇ ଦିଅନ୍ତୁ । ଯେମିତି ନାଚୁଛନ୍ତି ନାଚନ୍ତୁ କିନ୍ତୁ ଆମକୁ ମନୋରଞ୍ଜନ କରନ୍ତୁ । ଆମକୁ ଖୁସି କରନ୍ତୁ । ଆମେ ଆପଣଙ୍କ ନାଚ ଦେଖି ଏକ ଫିଦା ହୋଇ ଯାଇଛୁ ।

ଏଇ କିଛି ଦିନ ହେବ ନିଶା ମହାରଣାଙ୍କୁ ନେଇ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିଲା ବିବାଦ । ଏଇ କିଛି ଦିନ ହେବ ନିଶା ମହାରଣାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ସୃଷ୍ଟି ହୋଇଥିଲା ସାଙ୍ଘାତିକ ଚର୍ଚ୍ଚା । କଥା ଥାନା ଯାଏଁ ଯାଇଥିବା ବେଳେ ସାମାଜିକ କର୍ମୀ ମାନେ ନିଶା ମହାରଣାଙ୍କ ଏଭଳି ମନ୍ତବ୍ୟକୁ ନା ପସନ୍ଦ କରି ନିଶା ମହାରଣାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ।

ଆଉ ଶେଷରେ ନିଶାଙ୍କ ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ଲୋକ ଲଜ୍ୟା ଭୟରେ ନିଶାଙ୍କ ବାପା ମା ଗାଁ ଛାଡିଥିବା ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା । ନିଶାଙ୍କୁ ନେଇ ଅନେକ ଲୋକେ ଅନେକ ମନ୍ତବ୍ୟ ଦେଲେ । ହେଲେ ନିଶା କିନ୍ତୁ କାହା କଥାକୁ ନ ଶୁଣି ଆଗେଇ ଚାଲିଲେ । କହିଲେ ମୋ ସଫଳତା ପଛରେ ମୋ ବୟଫ୍ରେଣ୍ଡଙ୍କ ହାତ ଅଛି । ଆଉ ଏହା ପରେ ନିଶାଙ୍କୁ ଏବେ ଦେଖିବାକୁ ମିଳିଛି ଯାତ୍ରାରେ ।

ନିଶାଙ୍କ ନାଚ କୁଆଡେ ଯାତ୍ରା ପେଣ୍ଡାଲରେ ଖୁବ ଚିତା କର୍ଷକ ଥିଲା । ଯିଏ ଦେଖୁଥିଲା ସେ ନାଚୁଥିଲା ଯିଏ ଦେଖୁଥିଲା ସେ ଝୁମୁଥିଲା । ସମସ୍ତେ କହୁଥିଲେ ନାଚିବ ତ ଠିକ ଏମିତି ଭାବରେ । ନିଶା ଅଣ୍ଟା ହଲେଇଲେ ଦର୍ଶକ କର ତାଳିରେ ଷ୍ଟେଜ କମ୍ପାଇ ଦେଉଥିଲେ । ଗୀତର ତାଳେ ତାଳେ ପାଦରେ ପାଦ ମିଶାଇ ନିଶା ଷ୍ଟେଜକୁ ହଲାଇ ଦେଉଥିଲେ ।

ଆଉ କୁଆଡେ ନିଶା ମହାରଣାଙ୍କ ଡ୍ୟାନ୍ସ ଯିଏ ଦେଖୁଥିଲେ ସେ ଆଖି ତରାଟି ଚାହିଁ ରହୁଥିଲେ । କାରଣ ମଝିରେ ମଝିରେ ନିଶାଙ୍କ ଓଦା କେଶ ଛିଟାରେ ଦର୍ଶକଙ୍କ ଦେହରେ ଶିତରେ ବି ଲାଗୁଥିଲା ନିଆଁ । ଆଉ ଦର୍ଶକ କହୁଥିଲେ ନିଶା ମ୍ୟାଡ଼ମ ଆହୁରି ନାଚନ୍ତୁ । ଆମକୁ ନାଚି ନାଚି ଖୁସି କରାଇ ଦିଅନ୍ତୁ । ଦର୍ଶକଙ୍କ ପାଟି ଦର୍ଶକଙ୍କ ତାଳିରେ ନିଶା ପୁଣି ନାଚୁ ଥିଲେ ବହୁତ ଜୋରେ ନାଚୁଥିଲେ । ଓଦା କେଶକୁ ଓଦା ଚୁନି ଯେତେବେଳେ ଓଦା କେଶ ନିଶା ଝାଡୀ ଦେଉଥିଲେ ସେ ପାଣି ପଡୁଥିଲା ଦର୍ଶକଙ୍କ ଉପରେ ।

ସେହି ଓଦା କେଶର ପାଣିରେ ଦର୍ଶକ ବି ଏକ ଦମ ଭାବେ ଭିଜି ଯାଉଥିଲେ । ଆଉ ସେ ଓଦାର ମଜା କୁଆଡେ ଖୁବ ନିଆରା ଥିଲା ଏକଥା ଆମେ କହୁନୁ ଏ କଥା କହିଛନ୍ତି ଦର୍ଶକ । ଯେଉଁ ଦର୍ଶକ ନିଶାଙ୍କ ନାଚକୁ ବସି ଉପଭୋଗ କରୁଥିଲେ । ଯେଉଁ ଦର୍ଶକ 300 ଟଙ୍କା ଟିକେଟ କାଟି ଯାତ୍ରା ଦେଖିବାକୁ ନିଶାଙ୍କ ନାଚ ଦେଖିବାକୁ ଯାଇଥିଲେ । ନିଶା ଏନେଇ କହିଛନ୍ତି କି ଥରେ ମୋ ଡ୍ୟାନ୍ସ ଦେଖିବାକୁ ଆସିଲେ ଆପଣ ଏକାଥରେ ତା ଭିତରେ ହଜି ଯିବେ । ନିଜକୁ ଖୋଜିଲେ ବି ଆପଣ ପାଇବେ ନାହିଁ । ମୁଁ କେବଳ ଷ୍ଟେଜ ଉପରେ ନାଚେନି ମୁଁ ନିଶା ଦର୍ଶକଙ୍କୁ ନିଶାରେ ମତୁଆଲା କରେଇ ଦିଏ ।