ଭାରତୀୟ ରେଳବାଇ ବର୍ତ୍ତମାନ ୧ ରୁ ୫ ବର୍ଷୀୟ ପିଲାଙ୍କ ରିଜର୍ଭେସନରେ ମଧ୍ୟ ପୁରା ଟିକେଟ !

ରେଳବାଇ ଟିକେଟ ସମ୍ପର୍କିତ ଏକ ଟ୍ୱିଟ ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି ଯାହାକି ଅଖିଲେଶ ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଅଖିଲେଶଙ୍କ ଏପରି ବିବାଦିତ ଟ୍ୱିଟ ପରେ ରେଳବାଇ ଟିକେଟ ନିୟମ ଉପରେ ଦୃଷ୍ଟି ଦିଆଯାଇଛି । ତେବେ ବାସ୍ତବ କଥା ଏହା ଯେ ଅଖିଲେଶଙ୍କ ଅନୁଯାୟୀ ଭାରତୀୟ ରେଳବାଇ ବର୍ତ୍ତମାନ ୧ ରୁ ୫ ବର୍ଷୀୟ ପିଲାଙ୍କ ରିଜର୍ଭେସନରେ ମଧ୍ୟ ପୁରା ଟିକେଟ ଲଗାଇଛି । ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଭାରତୀୟ ରେଳ ବିଭାଗ ବିଷୟରେ କହିବାକୁ ଗଲେ ଏହା ସାରା ବିଶ୍ୱ ବଡ଼ ବଡ଼ ରେଳ ନେଟୱର୍କ ମଧ୍ୟରୁ ଗୋଟିଏ ବୋଲି ସମସ୍ତେ ଜାଣିଛନ୍ତି । ତେବେ ଭାରତୀୟ ରେଳ ବିଭାଗ ନିୟମ ଅନୁଯାୟୀ ଟିକେଟକୁ ନେଇ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଯେଉଁ ବ୍ୟବସ୍ଥା ଅନୁଯାୟୀ ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଟିକେଟ ରିଜର୍ଭେସନ ମୂଲ୍ୟ ସମ୍ପୂର୍ଣ୍ଣ ରହିଛି । ମାତ୍ର ୧୨ ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ପାଇଁ ଏହି ମୂଲ୍ୟରେ ଫରକ ରହିଛି ।

ଅର୍ଥାତ ନିୟମ ଅନୁଯାୟୀ ଟିକେଟ ରିଜର୍ଭେସନରେ ୧ – ୫ ବର୍ଷର ପିଲାଙ୍କ ପାଇଁ କୌଣସି ପ୍ରାବଧାନ ନଥିଲା । ଏହାବ୍ୟତୀତ ୫ ବର୍ଷରୁ ଅଧିକ ଏବଂ ୧୨ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଏହି ରିଜର୍ଭେସନ ଟିକେଟ ସମ୍ପୂର୍ଣ୍ଣ ମୁଲ୍ୟର ଅଧା ଥିଲା । ମାତ୍ର ବର୍ତ୍ତମାନ ଅଖିଲେଶ ବର୍ତ୍ତମାନ ଭାରତୀୟ ରେଳବାଇରେ ୧ – ୫ ବୟସର ପିଲାଙ୍କ ଟିକେଟ ରିଜର୍ଭେସନ ପାଇଁ ପୁରା ଟିକେଟ ଲଗା ଯାଉଥିବା କହିଛନ୍ତି । ତେଣୁ ଏହି ବିବାଦିତ ଟ୍ୱିଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ଅଖିଲେଶଙ୍କ ଏହି ଉକ୍ତିକୁ ଭାରତୀୟ ରେଳବାଇ ଖଣ୍ଡନ କରିଛି ଏବଂ କିଛି ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସୁଚନା ମୁତାବକ ୧ – ୪ ବର୍ଷର ପିଲାଙ୍କ ରିଜର୍ଭେସନ ଟିକେଟ ପାଇଁ କୌଣସି ପ୍ରାବଧାନ ନଥିବା ବେଳେ ୫ – ୧୨ବର୍ଷୀୟ ପିଲାଙ୍କ ବର୍ଥ ନେଲେ ପୁରା ଟିକେଟ ଏବଂ ବର୍ଥ ନନେଲେ ଅଧା ଟିକେଟର ପ୍ରାବଧାନ ଥିବା କହିଛି । ଯାହାକୁ ନେଇ ବର୍ତ୍ତମାନ ସ୍ପଷ୍ଟୀକରଣ ହୋଇପାରି ନାହିଁ ଯେ ଅଖିଲେଶ ଲଗାଇଥିବା ଅଭିଯୋଗ ଠିକ ନା ରେଳବାଇର ସ୍ପଷ୍ଟୀକରଣ ଠିକ ।

Leave a Reply

Your email address will not be published. Required fields are marked *