ବରଙ୍କ ଏହି ଅଙ୍ଗକୁ ଦେଖି କାବା ହୋଇଗଲା କନିଆଁ, ସିନ୍ଦୂର ଭରିବା- ଫେରା ନେବା ପରେ ମଧ୍ୟ କଲେ ବାହା ହେବାପାଇଁ ମନା….

ବାହାଘର ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଅଟେ। ଏହାକୁ ନଭାବି ନଚିନ୍ତି କରାଯାଇ ପାରେନାହିଁ। ପୁଣି ଆଜିକାଲି ତ ପୁଅ ଝିଅ ମାନେ ପରସ୍ପରଙ୍କ ସହିତ ଅନେକ ଥର ଦେଖା ହେଉଛନ୍ତି, ପରସ୍ପରକୁ ବୁଝୁଛନ୍ତି, ତାପରେ ଯାଇ ବାହାଘର ପାଇଁ ହଁ କରୁଛନ୍ତି। ହେଲେ ସମସ୍ତଙ୍କୁ ଏମିତି ସୁବିଧା ମିଳି ପାରୁନାହିଁ।

ଭାରତରେ ଆଜି ମଧ୍ୟ ଏମିତି ଅନେକ ପରିବାର ଅଛି ଯେଉଁଠାରେ ବାହାଘର ପୂର୍ବରୁ ପୁଅ-ଝିଅଙ୍କୁ ନିଜ ଭିତରେ ମିଳାମିଶା କରାଯାଉନାହିଁ।ଯଦି ସେମାନେ ଦେଖା ମଧ୍ୟ ହେଉଛନ୍ତି ତାହେଲେ କେବଳ କିଛି ମିନିଟର ଦେଖା ହୋଇଥାଏ। ବର୍ତମାନ ଏତେ କମ ସମୟରେ ତ ଲୋକମାନେ ବନ୍ଧୁ ମଧ୍ୟ ହେଉ ନାହାଁନ୍ତି ତାହେଲେ ଜୀବନସାଥି କେମିତି ବାଛିନେବେ।

ସମାଜର ଏହି ନୀତିନିୟମ କାରଣରୁ ଅନେକ ବାହାଘର ଫେରା ପରେ ତ କିଛି ଫେରାର ଠିକ ପୂର୍ବରୁ ଭାଙ୍ଗି ଯାଉଛି। ବର୍ତମାନ ଉତ୍ତରପ୍ରଦେଶ ଆଲିଗଡର ଏହି ଘଟଣାକୁ ହିଁ ନେଇ ନିଅନ୍ତୁ। ଯେଉଁଠାରେ ବାହାଘରରେ ବରଙ୍କର ଭଲଭାବରେ ସ୍ବାଗତ ହୋଇଛି। ବରଣମାଳାରୁ ନେଇ ଫେରା ଏବଂ ମଥା ଭରିବା ପର୍ଯ୍ୟନ୍ତ ସବୁକିଛି ହୋଇ ସାରିଥିଲା।

କିନ୍ତୁ ପୁଣି ଯେତେବେଳେ କନ୍ୟାଦାନ ହୋଇଥିଲା ତ କନିଆଁଙ୍କ ନଜର ବରଙ୍କର ଗୋଟିଏ ଅଙ୍ଗ ଉପରେ ପଡିଥିଲା। ଏହାକୁ ଦେଖିବା ମାତ୍ରେ ହିଁ କନିଆଁ ବାହା ହେବାପାଇଁ ମନା କରି ଦେଇଥିଲେ।ଏହି କଥାକୁ ନେଇ ସମାରୋହରେ ହଙ୍ଗାମା ଖେଳି ଯାଇଥିଲା।

ଧୁମଧାମରେ ହୋଇଥିଲା ବାହାଘର ବିଧି

ବାସ୍ତବରେ ଏହି ବିଚିତ୍ର ଘଟଣା ଆଲିଗଡ ଥାନା ଛରା ଅଞ୍ଚଳର ଗାଁ ସିରୌଲୀର ଅଟେ। ଏଠାରେ ସୋମବାର ରାତିରେ ବୁଲନ୍ଦସହରର ଥାନା ଛତାରୀ କ୍ଷେତ୍ରରୁ ବରଯାତ୍ରୀ ସିରୌଲୀ ଗାଁକୁ ଆସିଥିଲା।ବର ଧୁମଧାମରେ ବରଯାତ୍ରୀ ନେଇ ଆସିଥିଲେ।ଝିଅଘର ଲୋକେ ତାଙ୍କ ସ୍ବାଗତ ମଧ୍ୟ ଜୋର-ଶୋରରେ କରିଥିଲେ।

ପୁଣି ବରଯାତ୍ରୀ ସ୍ବାଦିଷ୍ଟ ଭୋଜନର ଆନନ୍ଦ ନେଇଛନ୍ତି। ବହୁତ ଶୀଘ୍ର ହିଁ ଷ୍ଟେଜ ଉପରେ ବରଣମାଳାର ବିଧି ହୋଇଥିଲା।ପୁଣି ମଣ୍ଡପରେ ସାତଫେରା ନିଆ ଯାଇଥିଲା।ବର କନିଆଁଙ୍କ ମଥାରେ ସିନ୍ଦୂର ମଧ୍ୟ ଭରି ଦେଇଥିଲେ।

କନ୍ୟାଦାନ ସମୟରେ ଖୋଲିଲା ବରଙ୍କ ରହସ୍ୟ

ପୁଣି କନ୍ୟାଦାନ ବିଧିର ସମୟ ଆସିଥିଲା।ବିଧିରେ ହଳଦୀ ଲଗାଇବା ସମୟରେ କନିଆଁଙ୍କ ନଜର ବରଙ୍କ ହାତ ଉପରକୁ ଯାଇଥିଲା।ବରଙ୍କ ହାତ ଦେଖି କନିଆଁଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା।

ତାଙ୍କୁ ନିଜ ସହିତ ହୋଇଥିବା ଧୋକାର ଅନୁଭବ ହୋଇଥିଲା। ବାସ୍ତବରେ ବରଙ୍କ ହାତର ତିନୋଟି ଆଙ୍ଗୁଠି ଆଗରୁ କଟି ଯାଇଛି।ଏହି କଥା କନିଆଁଙ୍କୁ ପସନ୍ଦ ଆସି ନଥିଲା ଏବଂ ସେ ବାହା ହେବାପାଇଁ ମନା କରିଦେଇଥିଲେ।

କନିଆଁ କରିଲେ ବାହା ହେବାପାଇଁ ମନା

କନିଆଁଙ୍କର କହିବା କଥା ଥିଲା କି ବର ପକ୍ଷ ଆମକୁ ଧୋକାରେ ରଖିଥିଲେ। ହେଲେ ବର ପକ୍ଷଙ୍କ ମୁତାବକ ସେମାନେ କଟି ଯାଇଥିବା ଆଙ୍ଗୁଠି ବିଷୟରେ କନିଆଁ ପକ୍ଷକୁ ପ୍ରଥମରୁ ହିଁ ସୂଚନା ଦେଇ ଦେଇଥିଲେ। ବହୁତ ଶୀଘ୍ର ହିଁ ବାହାଘରରେ ତୁ ତୁ-ମେ ମେ ଆରମ୍ଭ ହୋଇ ଯାଇଥିଲା। ଝଗଡ଼ା ହଙ୍ଗାମାରେ ବଦଳି ଯାଇଛି।

ପୋଲିସ ସମାଧାନ କରିଛନ୍ତି ଘଟଣାର

ଘଟଣାର ସମାଧାନ କରିବା ପାଇଁ ପୋଲିସଙ୍କୁ ଡକା ଯାଇଥିଲା। ଥାନା ପୋଲିସ ଯେତେବେଳେ ଘଟଣାସ୍ଥଳକୁ ଆସିଥିଲେ ତ ସେମାନେ ଗ୍ରାମ ସରପଞ୍ଚଙ୍କ ଉପସ୍ଥିତିରେ ସମାଧାନ କରିଥିଲେ।

ବର ପକ୍ଷ କନିଆଁ ପକ୍ଷଙ୍କ ୧୨ହଜାର ଟଙ୍କା ଫେରାଇ ଥିଲେ। ସେଠାରେ ବରଯାତ୍ରୀ ବିନା କନିଆଁରେ ଫେରି ଆସିଥିଲେ।ଏହି ଘଟଣା ଉପରେ ଥାନା ପ୍ରଭାରୀ ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି କି ଯେହେତୁ ସମାଧାନ ଦୁଇପକ୍ଷଙ୍କ ମଧ୍ୟରେ ହୋଇ ଯାଇଛି ଏଥିପାଇଁ କୈାଣସି ପକ୍ଷ ଦ୍ବାରା କୈାଣସି ବି ଲାଖିତ ଅଭିଯୋଗ କରାଯାଇ ନାହିଁ।

ଏହି ଘଟଣା ପରେ ଆପଣ ମଧ୍ୟ ଶିକ୍ଷା ଗ୍ରହଣ କରି ନିଅନ୍ତୁ ଏବଂ ବାହାଘର ପୂର୍ବରୁ ପୁଅ-ଝିଅଙ୍କୁ ନେଇ କୈାଣସି ବି କଥା ଲୁଚାନ୍ତୁ ନାହିଁ।ଯାହା ମଧ୍ୟ ହେଉ ସାମ୍ନାରେ ରଖନ୍ତୁ। ଯଦି ଆପଣଙ୍କ କମୀ ପରେ ମଧ୍ୟ ସାମ୍ନା ବାଲା ଆପଣଙ୍କୁ ସ୍ବୀକାର କରୁଛନ୍ତି ତାହେଲେ ତାଙ୍କଠାରୁ ଭଲ ଜୀବନସାଥି ଆପଣଙ୍କୁ ମିଳି ପାରିବ ନାହିଁ।

Leave a Reply

Your email address will not be published. Required fields are marked *