ଭାରତ ରେ ଗ୍ରୀଷ୍ମ ପ୍ରବାହ ସମୟ ପୂର୍ବ ରୁ ହିଁ ଆସିଗଲାଣି ଓ ଏହା ତାର ପ୍ରଭାଵ ଦେଖେଇବା ଆରମ୍ଭ କରିସାରିଲାନି । ଯଦି ଆପଣ ଅଳ୍ପ ବଜେଟ୍ ରେ ଏକ ଭଲ ବିକଳ୍ପ ଖୋଜୁଛନ୍ତି ତେବେ ଆପଣଙ୍କୁ କମ୍ ଟଙ୍କା ରେ ଏସି ଏବଂ କୁଲର ମିଳିଯିବ । ଯଦି ଆପଣ ଆପଣଙ୍କ ଘରେ ରହୁନାହାନ୍ତି କିନ୍ତୁ ଘରକୁ ଭଡ଼ା ରେ ଲଗାଇଛନ୍ତି ତେବେ ଆପଣ ଏସି ଲଗାଇବାରୁ ବଞ୍ଚିଯିବେ ।
ଏହାର କାରଣ ଏହା ଯେ ଏସି ଲଗେଇବା ବହୁତ୍ କଷ୍ଟକର । ଏହି ସମୟ ରେ ଆପଣ ପୋର୍ଟେବୁଲ ଏସି ର ବ୍ୟବହାର କରିପାରିବେ । ଏହି ଏସିକୁ ଆପଣ ଯେ କୌଣସି ରୁମ୍ ରେ ସହଜ ରେ ଲଗାଇ ପାରିବେ ଓ ଗୋଟେ ରୁମ୍ ରୁ ଅନ୍ୟ ଏକ ରୁମ୍ କୁ ସହଜ ରେ ସିପ୍ଟ କରିପାରିବେ ।
ଏହାକୁ କୁଲର ଭଳି ସହଜ ରେ ଗୋଟେ ଜାଗାରୁ ଅନ୍ୟ ଯାଗାକୁ ଶିପ୍ଟ କରାଯାଇପାରିବ। ଏହି ଭଳି ଏକ ବ୍ଲୁ ଷ୍ଟାର ର ୧ ଟନ୍ ପୋର୍ଟେବୁଲ୍ ଏସି ଏବେ ବଜାର ରେ ଉପଲବ୍ଧ ଅଛି । ଏହାକୁ ଆପଣ ଅନଲାଇନ୍ ଫ୍ଲିପ୍ କାର୍ଟ ବା ଆମାଜନ୍ ରୁ କିଣି ପାରିବେ । ଏହି ଏସି ର ମୂଲ୍ୟ ଆମାଜନ୍ ରେ ୨୯୯୮୦ ଟଙ୍କା ରହିଛି ।
ଏହି ଏସି ରେ ଆଣ୍ଟ୍ବାକ୍ଟରିଆଲ ସିଲ୍ଭର୍ କୋଟିଙ୍ଗ ର ବ୍ୟବହାର କରାଯାଇଛି ବୋଲି କମ୍ପାନୀ ଦାବି କରୁଛି । ଏଥିରେ ଅଟୋ ମୋଡ ଓ କ୍ୱିକ କୁଲିଂ ଭଳି ଫିଚର୍ସ ମଧ୍ୟ ରହିଛି । ଏହାକୁ ମଧ୍ୟ ଜେନେରାଲ ଏସି ଭଳି ରିମୋଟ ଦ୍ଵାରା ପରିଚାଳନା କରାଯାଇପାରିବ । କମ୍ପାନୀ କହୁଛି କି ଏହା ୫୨ DB ନାଇସ ମୋଡ ରେ ଆସିଛି ।
ଯଦି ଆପଣ ଏଥିରେ ଦ୍ୱିତୀୟ ବିକଳ୍ପ ଚାହୁଁଛନ୍ତି ତେବେ ଆପଣ ହାୟର ଭର୍ଟିକୁଲ ୨ ଟନ୍ ୩ ଷ୍ଟାର ଇନ୍ଭର୍ଟର ଟାୱାର ଏସି ମଧ୍ୟ କିଣି ପାରିବେ । ଯଦିଓ ଏହି ଏସି ର ମୂଲ୍ୟ ଟିକେ ଅଧିକ ତଥାପି ଏଥିରେ ବିଭିନ୍ନ ପ୍ରକାରର ଫିଚର୍ଶ ରହିଛି । ଏହି ପୋର୍ଟେବୁଲ ଏସି ୨ ଟନ୍ ହବ ଏବଂ ଏଥିରେ ଆପଣ ୧୮୦ ସ୍କ୍ୱାରଫୁଟ୍ ର ରୁମ୍ କୁ ଥଣ୍ଡା ରଖିପାରିବେ । ଏହା ବ୍ୟତୀତ ବଜାର ରେ ଆହୁରି ଅନେକ ବିକଳ୍ପ ମଧ୍ୟ ରହିଛି ଯାହା ଆପଣ କିଣି ପାରିବେ ।