ଅନେକ ଦିନର ନୀରବତା ଭଙ୍ଗ କରି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ଦିନେଶ। ଦିନେଶ ବଖାଣିଲେ ଦୀପିକାଙ୍କ ସହ ତାଙ୍କ ସମ୍ପର୍କର ଟିକନିଖ କଥା। ପ୍ରେମ କେଉଁଠୁ କେମିତି ଓ କିପରି ହୋଇଥିଲା। ପ୍ରେମ ଜୋର ଜବରଦସ୍ତ ହୋଇଥିଲା ନା ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ। ପ୍ରେମ ଆରମ୍ଭର ମୂଳଦୁଆ କେଉଁଠୁ ପଡିଲା ତାହାର ଟିକନିଖି କଥା ଦିନେଶ କହିଛନ୍ତି।
ଦୀପିକା ମତେ କଲ କରି ପ୍ରପୋଜ କରିଥିଲେ। ଦୀପିକା ମତେ ଫସାଇବାକୁ ଚେଷ୍ଟା କରିଥିଲେ। ଦୀପିକା ମୋ ପାଖରୁ ଟଙ୍କା ନେଉଥିଲେ ମତେ ସେ ବ୍ଲାକମେଲ କରି ମୋ ପାଖରୁ ଟଙ୍କା ନେଉଥିଲେ। ଏମିତି କିଛି ଗଣ ମାଧ୍ୟମ ସମ୍ମୁଖରେ କହିଛନ୍ତି ଦିନେଶ। ଦିନେଶ ଆହୁରି କହିଛନ୍ତି କି ଦୀପିକା ମୋ ଘର ଆଗରେ ବସି ମୋ ପରିବାର ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି। ଦୀପିକାଙ୍କ ସହ ମୁଁ କେବଳ ଭୁବନେଶ୍ୱର ଓ କଲିକତା ଯାଇଥିଲି ସେଠାରେ ଦୀପିକା ମୋ ସହ ଜବରଦସ୍ତ ସମ୍ପର୍କ ରଖିଲେ। ମୋର କିଛି ଭୁଲ ନାହିଁ ସେ ଛୁଆ ଯଦି ମୋର ବୋଲି ପ୍ରମାଣ ହୁଏ ତେବେ ମୁଁ ଆଇନ କୁ ସମ୍ମାନ ଦେଇ ଆଇନ ଯାହା କହିବ ମୁଁ କରିବି।
ମୁଁ ଦୀପିକାଙ୍କୁ ପ୍ରଥମେ ଜାଣି ନଥିଲି ସେ ଯେଉଁ ସୋରୁମ ରେ କାର୍ଯ୍ୟରତ ଥିଲେ ସେହି ସୋରୁମରୁ ମୁଁ ଏକ ଗାଡି କିଣିଥିଲି ତା ପରେ ଦୀପିକା ମତେ ଫଲୋ କରିଥିଲେ ଏବଂ ମୋ ସହ କଥା ହୋଇ ମତେ ତାଙ୍କ କଥାରେ ପ୍ରଥମେ ଫସାଇଥିଲେ।ପରେ ମତେ ସେ ଏମିତି ପାଗଳ କରିଦେଇଥିଲେ ଯେ ସେ ମତେ ଯେଉଁ ଆଡେ ଡାକିଥିଲେ ମୁଁ ସେଇ ଆଡେ ଯାଇଥିଲି। ଦୀପିକାଙ୍କ ଚକ୍ରାନ୍ତ ମୁଁ ଜାଣିନଥିଲି। ଦୀପିକା ମତେ କେବଳ ଟ୍ରାପ କରି ମୋ ଠୁ ଟଙ୍କା ଆଦାୟ କରୁଥିଲେ।
ଆଜି ଦିନେଶ ଦୀପିକାଙ୍କୁ ଏପରି କହିଥିବା ବେଳେ ସେ ଦୀପିକାଙ୍କୁ ଗ୍ରହଣ କରିବାର ଚାନ୍ସ ନାହିଁ ବୋଲି ମଧ୍ୟ କହିଛନ୍ତି। ଦିନେଶଙ୍କ କହିବା କଥା ଦୀପିକା ମତେ ରେଫ କେଶରେ ପକାଇ ଜେଲ ପଠାଇଥିଲେ ମୁଁ ଆଉ କୌଣସି ପରିସ୍ଥିତିରେ ମଧ୍ୟ ଦୀପିକାଙ୍କୁ ଗ୍ରହଣ କରିବି ନାହିଁ। ଯଦି ସେ ଛୁଆ ମୋର ବୋଲି ପ୍ରମାଣିତ ହୁଏ ତେବେ ଆଇନ ଯାହା କହିବ ମୁଁ ତାକୁ ଗ୍ରହଣ କରିବି। ସେପଟେ କେଶ କୋର୍ଟରେ ଥିବା ବେଳେ ସେ କାହିଁକି ଯାଇଁ ମୋ ଘର ଆଗରେ ଧାରଣାରେ ବସି ମୋ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଉଛି। ମୋ ଘରେ ମୋ ଜେଜେ ବାପା ଜେଜେ ମା ଅଛନ୍ତି ସେ ହାର୍ଟ ପେସେଣ୍ଟ ତାଙ୍କୁ କାହିଁକି ହାରସ ମେଣ୍ଟ କରୁଛନ୍ତି ।
ସେପଟେ ଦୀପିକାଙ୍କ ଏକା ଜିଦ ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ। ତେବେ ସମୟ କହିବ ଘଟଣାର ଶେଷ କେବେ ହେବ ଏବଂ କଣ ହେବ