ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକିଦେଲେ ଆଉ ଜଣଙ୍କୁ ମାମଲା ପହଁଚିଲା ଥାନାରେ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଆସିଲା ଠକେଇ ଭଳି ସାଙ୍ଘାତିକ ଅଭିଯୋଗ । ବର୍ଷା ଯେଉଁ ନାରୀ ମାନଙ୍କ ପାଇଁ କାର୍ଯ୍ୟକରୁଛନ୍ତି ସେହି ନାରୀ ହିଁ ଜଣେ ବର୍ଷାଙ୍କ ନାମରେ ଠକେଇ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି କି ପୋଲିସ ଏହି ଘଟଣାର ତଦନ୍ତ କରିବ । ଓ ତଦନ୍ତ ପରେ ଘଟଣାର ଛାନଭିନ ମଧ୍ୟ ଆରମ୍ଭ କରିବ ।

ଅଭିନେତ୍ରୀ ବର୍ଷା ଗଲା କିଛି ଦିନ ହେବ ପାରିବାରିକ ବିବାଦକୁ ନେଇ ଛନ୍ଦି ହୋଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ବର୍ଷାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ଷାଙ୍କ ନାମରେ ଠକେଇ ଅଭିଯୋଗ ଆସିବା ପରେ ଲୋକେ ହତବାକ ହୋଇ ଯାଇଛନ୍ତି । ବର୍ଷ ପ୍ରିୟଦର୍ଶିନୀ ଙ୍କ ଫ୍ୟାନ୍ସ ମାନେ ବର୍ଷାଙ୍କୁ ବେଶ ଅଧିକ ଭଲ ପାଆନ୍ତି ବର୍ଷାଙ୍କୁ ସେମାନେ ସେମାନଙ୍କର ଆଦର୍ଶ ବୋଲି ମାନନ୍ତି । ତେବେ ବର୍ଷାଙ୍କ ନାମରେ ଯଦି ତାଙ୍କ ଫ୍ୟାନ୍ସ ମାନେ ଅଭିଯୋଗ ଆଣିବେ ତେବେ ସାଧାରଣ ଲୋକଙ୍କ ମନରେ ବର୍ଷାଙ୍କୁ ନେଇ କେଉଁ ଭଳି ଭାବନା ରହିବ ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

ତେବେ ବର୍ତ୍ତମାନ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା ଆଉ ଜାଣିବା ଅଭିନେତ୍ରୀ ବର୍ଷାଙ୍କ ନାମରେ ମହିଳା ଜଣଙ୍କ କାହିଁକି ଓ କଣ ପାଇଁ ଅଭିଯୋଗ ଆଣିଲେ । ବର୍ଷା ମହିଳାଙ୍କର କେଉଁ କ୍ଷତି କରିଛନ୍ତି ଯେ ମହିଳା ଜଣଙ୍କ ଶେଷରେ ବର୍ଷାଙ୍କ ନାମରେ ଏତଲା ଦେବାକୁ ମଧ୍ୟ ପଛାଲେ ନାହିଁ । ସୂଚନା ଅନୁଯାୟୀ ବର୍ଷାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ସେହି ଅଭିଯୋଗ ଆଣିଛନ୍ତି ଖୋଦ ବର୍ଷାଙ୍କର ଜଣେ ଡାଏହାର୍ଟ ଫ୍ୟାନ୍ସ ।

ଯିଏକି ବର୍ଷାଙ୍କୁ ବହୁତ ଭଲ ପାଆନ୍ତି । ତେବେ ସେହି ମହିଳା ଜଣଙ୍କ ବର୍ଷାଙ୍କୁ ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଭେଟିଥିଲେ ଆଉ ବର୍ଷାଙ୍କ ସାଥିରେ ଅନେକ ସମୟ ଧରି ବାର୍ତ୍ତା ଆଲାପ କରିଥିଲେ । ଏହା ପରେ ମହିଳା ଜଣଙ୍କ ବର୍ଷାଙ୍କୁ କହିଥିଲେ କି ମୁଁ ତୁମର ବହୁତ ବଡ଼ ଫ୍ୟାନ। ବର୍ଷା ଏଥିରେ ଖୁସି ହୋଇଥିଲେ ଆଉ କହିଥିଲେ କି ଧନ୍ୟବାଦ ।

ଏହା ପରେ ଅଭିନେତ୍ରୀ ବର୍ଷା ଆଉ ସେହି ମହିଳାଙ୍କ ମଧ୍ୟରେ ଏକ ପ୍ରକାର ବନ୍ଧୁତା ଭଳି ସମ୍ପର୍କ ସୃଷ୍ଟି ହୋଇଥିଲା ଆଉ ମହିଳା ଜଣଙ୍କ ବର୍ଷାଙ୍କୁ ଭୁବନେଶ୍ୱରରେ ଅନେକ ଥର ଦେଖା ମଧ୍ୟ କରିଥିଲେ । ତେବେ ଉକ୍ତ ମହିଳାଙ୍କର ଏକ ଚାକିରିର ଆବଶ୍ୟକତା ଥିବାରୁ ସେ ବର୍ଷା ଓ ବର୍ଷାଙ୍କ ସାଥିରେ ଥିବା ଆୟୁସି ଙ୍କୁ ଚାକିରୀ ପାଇଁ କହିଥିଲେ । ଆୟୁସି ପ୍ରିୟଦର୍ଶିନୀ ମହିଳା କଲ୍ୟାଣିଙ୍କୁ ଚାକିରୀ କରେଇ ଦେବା କଥା କହି ତାଙ୍କୁ ପଚାଶ ହଜାର ଟଙ୍କା ମାଗିଥିଲେ ।

ମାତ୍ର କଲ୍ୟାଣି ଏତେ ଟଙ୍କା ଦେଇ ପାରିବେନି ବୋଲି କହିଥିଲେ । ହେଲେ ଆୟୁସି କହିଥିଲେ କି ସେ ସୁନା ଦୋକାନରେ ଚାକିରୀ କରେଇ ଦେବେ ଏଥି ପାଇଁ ତାଙ୍କୁ ସିକ୍ୟୁରିଟ ଟଙ୍କା ଦେବାକୁ ପଡିବ । ତେବେ ଆୟୁସିଙ୍କ କଥାରେ ରାଜି ହୋଇଥିଲେ ମହିଳା ଆଉ ଆୟୁସିଙ୍କ ଟଙ୍କା ଦେଇଥିଲେ ।

ହେଲେ ମହିଳା ସଂପୂର୍ଣ୍ଣ ଟଙ୍କା ଦେବାକୁ ସକ୍ଷମ ନଥିବାରୁ ମହିଳା ଜଣଙ୍କ ଆୟୁସିଙ୍କୁ ତିରିଶ ହଜାର ଟଙ୍କା ଦେଇଥିଲେ । ଆଉ ଏହା ପରେ ଆୟୁସି କିନ୍ତୁ କଲ୍ୟାଣୀଙ୍କୁ ଚାକିରୀ ଦେଇନଥିଲେ। ଏନେଇ କଲ୍ୟାଣି ବର୍ଷାଙ୍କୁ ବାରମ୍ବାର ଜଣେଇ ଥିଲେ ହେଲେ ବର୍ଷା ତାଙ୍କ ଫୋନ ଉଠାଇ ନଥିଲେ । ତେବେ ଶେଷରେ ଠକାମୀର ଶିକାର ହୋଇଥିବା ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ବର୍ଷାଙ୍କ ନାମରେ ଠକେଇ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ପୋଲିସ ତଦନ୍ତ କରିବ ଆଉ ପୋଲିସର ତଦନ୍ତ ପରେ ମହିଳାଙ୍କ ଅଭିଯୋଗ କେତେ ସତ କେତେ ମିଛ ତାହା ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *