ଯେଉଁ ଡାକ ବଙ୍ଗଳା ଦିନେ ପରିଚୟ ସୃଷ୍ଟି କରିଥିଲା । ଯେଉଁ ଡାକବଙ୍ଗଳା ଦେଖିବାକୁ ଲୋକେ ଦୂର ଦୁରାନ୍ତରୁ ଧାଇଁ ଆସୁଥିଲେ ଏବେ ସେହି ଡାକ ବଙ୍ଗଳାରେ ଘଟୁଛି ଅଦ୍ଭୁତ କା-ଣ୍ଡ । ସନ୍ଧ୍ୟା ହେଲେ ଭୁତ ଖୋଜୁଛି ମ-ଦ ସନ୍ଧ୍ୟା ହେଲେ ମ-ଦ ନ ମିଳିଲେ ଭୂତ ରଡି ମା-ରୁଛି । କେବଳ ଏତିକି ନୁହେଁ ଡାକବଙ୍ଗଳାର ଚାରି ଆଡେ କେବଳ ମ-ଦ ଆଉ ମ-ଦ ହିଁ ପଡି ରହିଛି । ଯେଉଁ ଡାକ ବଙ୍ଗଳା ଦିନେ ନିଜର ପରିଚୟ ସୃଷ୍ଟି କରିଥିଲା ସେହି ଡାକ ବଙ୍ଗଳା ଆଜି ନିଜର ପରିଚୟ ହଜାଇ ପୁଣି ଥରେ ନିଜର ପରିଚୟ ଖୋଜୁଛି । ସତେ ଯେପରି ରାତି ହେଲେ ନିଜର ଏପରି ରୂପ ଦେଖି ଡାକ ବଙ୍ଗଳା କା-ନ୍ଦି ଉଠୁଛି ।
ଆଉଥରେ ତାକୁ ସେହି ପୁରୁଣା ଦିନକୁ ଫେରିଯିବାକୁ ଡାକ ବଙ୍ଗଳା ଅନୁରୋଧ କରୁଛି । କେବଳ ଡାକ ବଙ୍ଗଳା ସନ୍ଧ୍ୟା ହେଲେ ମ-ଦ ପିଉଛି ତାହା ନୁହେଁ ଡାକ ବଙ୍ଗଳାରେ ମଣିଷ ମାନଙ୍କର ବି ଖୁବ ଭିଡ଼ ଜମୁଛି । ମ-ଦ ପିଇବାର ଏକ ମାତ୍ର ପେଣ୍ଠସ୍ଥଳ ପାଲଟିଛି ଏହି ନରସିଂହ ପୁରର ରାଜ ରାଜୁଡା ଅମଳରୁ ଏଠାରେ ନିର୍ମାଣ ହୋଇଥିବା ଡାକ ବଙ୍ଗଳା । ମ-ଦୁଆ ମାନେ ସନ୍ଧ୍ୟା ହେଲେ ଧାଇଁ ଯାଆନ୍ତି ଡାକ ବଙ୍ଗଳାକୁ । ଆଇ ମଦୁ-ଆ ମାନଙ୍କୁ ଦେଖି ସତେ ଯେପରି ଭୟରେ ଥରି ଉଠେ ଡାକ ବଙ୍ଗଳା ।
ମନେ ମନେ କା-ନ୍ଦି କା-ନ୍ଦି କୁହେ ମତେ ଆଉ କେତେ ମାରିବ । ମତେ ଆଉ କେତେ ଯ-ନ୍ତ୍ରଣା ଦେବ । ଆଉ ମୋ ନିଜର ଅସ୍ତିତ୍ୱକୁ କେତେ ହଜାଇ ଦେବ । ମୁଁ ବୁଝି ପାରୁନି ତୁମେ ମୋ ସହିତ କାହିଁକି ଏମିତି କରୁଛ । ତୁମେ ମାନେ ବୋଧେ ହୁଏ ଜାଣିନ ।ଦିନେ ମୁଁ ମୋ ନିଜକୁ ନେଇ ଅନେକ ଗର୍ବ କରୁଥିଲି । ଦିନେ ମୁଁ ମୋ ନିଜକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲି । ହେଲେ ତୁମେ ମାନେ ମୋ ଅସ୍ତିତ୍ୱକୁ ହଜାଇ ଦେଲ । ତୁମେ ମାନେ ମତେ ଧ୍ୱଂ-ସ କରିଦେଲ। ଆଜି ମୋ ନିକଟକୁ ଝିଅ ବୋହୁ ମାନେ ଆସିବାକୁ ଭ-ୟ କରୁଛନ୍ତି ।
ମୁଁ କୁଆଡେ ମ-ଦ ପିଉଛି ବୋଲି ସେମାନଙ୍କ ମନରେ ମୋ ପାଇଁ ଭ-ୟ ସୃଷ୍ଟି ହେଉଛି । ପ୍ରତିବର୍ଷ ପର୍ବ ପର୍ବାଣୀ ହେଲେ ଝିଅ ବୋହୁ ମାନେ ମତେ ଦେଖିବାକୁ ଆସନ୍ତି । ମୋ ସହିତ ଫଟୋ ଉଠାନ୍ତି । ଆଉ ମତେ କୁହନ୍ତି ମୁଁ କୁଆଡେ ନରସିଂହପୁରର ଭାରି ପରିଚିତ । ହେଲେ ମତେ ଏବେ ଦେଖ ମୋ ଚାରି ପଟରେ କେବଳ କୁଢ଼ କୁଢ଼ ମ-ଦ ବୋତଲ ପଡିଛି । ଅଳିଆ ଅପରିଷ୍କାରରେ ସତେ ଯେପରି ମୋ ସତ୍ତା ତୁମେ ହଜାଇ ଦେବାକୁ ବସିଛ । ମଦ ତୁମେ ମାନେ ପିଉଛ ହେଲେ ମି-ଛ ବଦ-ନାମ ମୁଣ୍ଡରେ ମୁଣ୍ଡାଇ ମୁଁ ବୁଲୁଛି ।
ଏ ଦୁଃ-ଖ ହେଉଛି ନରସିଂହପୁରର ବହୁ ପରିଚିତ ଡାକବଙ୍ଗଳାର ଦୁଃ-ଖ । ସନ୍ଧ୍ୟା ହେଲେ ଏହି ବହୁ ପରିଚିତ ଡାକବଙ୍ଗଳାରେ ଜମେ ମ-ଦୁଆ ମାନଙ୍କ ଆଡା ସ୍ଥଳୀ । ସନ୍ଧ୍ୟା ହେଲା ମାତ୍ରକେ ଏଠାରେ ଚାଲେ ମ-ଦୁଆ ମାନଙ୍କ ଉତ୍ପାତ । କେବଳ ସେତିକି ନୁହେଁ ଏହି ଡାକବଙ୍ଗଳା ଏବେ ମାଟିରେ ମିଶିବାକୁ ବସିଛି । ପରିଚୟ ହରାଇ ପୁଣିଥରେ ନିଜର ପରିଚୟ ଖୋଜୁଛି ନରସିଂହପୁର ଡାକବଙ୍ଗଳା । ନିଜର ଅସ୍ତିତ୍ୱ ହରାଇ ସାରିଛି ଏହି ଡାକବଙ୍ଗଳା ।
ଏହି ଡାକ ବଙ୍ଗଳା ଏବେ ଭୂତ କୋଠିରେ ପରିଣତ ହୋଇଯାଇଛି । କୁଢ଼ କୁଢ଼ ବୋତଲ ଗଡୁଛି ଡାକ ବଙ୍ଗଳାରେ । ଯେଉଁ ଆଡେ ଚାହିଁବ ସେହି ଆଡେ କେବଳ ମ-ଦୁଆ ଆଉ ମ-ଦ ବୋତଲ ହିଁ ଦେଖିବାକୁ ମିଳିବ । ରାଜ ରାଜୁଡା ଶାସନ ସମୟରେ ଏହି ଡାକବଙ୍ଗଳାର ଖୁବ ଡାକ ଥିଲା । ଏହାର ର-କ୍ଷଣା ବେକ୍ଷଣ କରାଯାଉଥିଲା ମାତ୍ର ଆଜି ତାହା କେବଳ ମଦୁ-ଆଙ୍କ ଆଡ୍ଡା ସ୍ଥଳୀ ପାଳଟିଥିବା ବେଳେ କେବଳ ଆଉ କେବଳ ଭୂତ କୋଠି ବୋଲି ଲୋକେ କହିବା ଆରମ୍ଭ କଲେଣି ।
ନା ମଦୁଆ ମାନେ ଏହି ଡାକବଙ୍ଗଳା ଉପରେ ଟିକେ ଦୟା କରୁଛନ୍ତି । ନା ସରକାର ଏହାର ର-କ୍ଷଣା ବେକ୍ଷଣର ଦାୟିତ୍ବ ନେଉଛନ୍ତି । ଏବେ ନିଜର ପରିଚୟ ନିଜେ ଖୋଜୁଛି ଡାକବଙ୍ଗଳା । ତେବେ ଦେଖିବାକୁ ବାକି ରହିଲା ଏହି ଡାକବଙ୍ଗଳା ଉପରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି । ଆଉ କେବେ ଏହାର ମରାମତି ହେବା ସହିତ ମ-ଦ୍ୟପ ମାନଙ୍କ ଗତିବିଧି ଉପରେ ରୋକ ଲଗାଯାଇ ପାରୁଛି ।