ସାମ୍ନାକୁ ଆସିଲା ଏପରି ଖବର , ଭାରତ – ପାକିସ୍ତାନ ମ୍ୟାଚ୍ ସରିବା ପରେ ପିଲାଙ୍କୁ ଧରି ଦୁବାଇ ବାହାରିଲେ ସୀମା ହାଇଦର

ପ୍ରାୟ ତିନି ମାସ ତଳେ ବେଶ୍ ଚର୍ଚ୍ଚାରେ ଥିଲେ ପାକିସ୍ତାନରୁ ଭାରତ ନିଜ ପ୍ରେମ ପାଇଁ ପଳାଇ ଆସିଥିବା ଜଣେ ମହିଳା । ଆଉ ସେ କେବଳ ଏକୁଟିଆ ଆସି ନଥିଲେ ସାଥିରେ ସେ ତାଙ୍କର ଦୁଇ ପିଲାଙ୍କୁ ମଧ୍ୟ ନେଇ କରି ଆସିଥିଲେ । କାହିଁକି ନା ବିବାହିତା ଥିଲେ ଆଉ ତାଙ୍କର ସ୍ଵାମୀ ମଧ୍ୟ ଥିଲେ । ସେ ଭାରତର ଉତ୍ତରପ୍ରଦେଶରେ ସଚିନ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଦୁହିଁଙ୍କ ପ୍ରେମ ଫେସବୁକ୍ ରୁ ଆରମ୍ଭ ହୋଇଥିଲା ।

ଆଉ ସଚିନଙ୍କୁ ଦେଖା କରିବା ଆଉ ସାରା ଜୀବନ ତାଙ୍କ ସହିତ ଏକାଠି ବିତାଇବା ପାଇଁ ସେ ସବୁକିଛି ଛାଡି ଦେଇ ଭାରତ ଆସିବା ପାଇଁ ନିଷ୍ପତି ନେଇଥିଲେ । ତେବେ ଭାରତରେ ଆସି ପହଞ୍ଚିବା ପରେ ତାଙ୍କୁ ନେଇ ଅନେକ ତନାଘନା ଆରମ୍ଭ ହୋଇ ଯାଇଥିଲା । କାହିଁକି ନା ତାଙ୍କୁ ସନ୍ଦେହ କରା ଯାଇଥିଲା ଯେ , ସେ ପାକିସ୍ତାନୀ ଆତଙ୍କବାଦୀ ନୁହେଁ ତ । ତାଙ୍କୁ ଆତଙ୍କବାଦୀ ମାନେ ପଠାଇ ନାହାଁନ୍ତି ତ ।

ତେବେ ଏପରି ଅନେକ ସନ୍ଦେହ ପରେ ସେ ଗୁଇନ୍ଦା ନୁହେଁ ବୋଲି ମଧ୍ୟ ସ୍ବୀକାର କରିଥିଲେ । ତାଙ୍କ ଉପରେ ଅନେକ ନଜର ମଧ୍ୟ ରଖା ଯାଇଥିଲା । ତେବେ ତାଙ୍କୁ ବର୍ତ୍ତମାନ ସଚିନଙ୍କ ଘରେ ମଧ୍ୟ ଗ୍ରହଣ କରି ନିଆଯାଇଛି ଆଉ ସେ ସେଠାରେ ବେଶ୍ ଖୁସିରେ ରହିଥିବାର ଜଣା ପଡ଼ୁଛନ୍ତି । ଅନ୍ୟ ପକ୍ଷରେ ତାଙ୍କୁ ଅନେକ ଫିଲ୍ମରେ କାମ କରିବା ପାଇଁ ଅଫର୍ ମଧ୍ୟ ମିଳିଥିଲା । ଆଉ ବେଶ୍ ଲୋକ ଲୋଚନରେ ସେହି ସମୟରେ ରହିଥିଲେ ସୀମା । ସେପଟେ ତାଙ୍କ ସ୍ଵାମୀ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିଲେ ।

ତେବେ ବର୍ତ୍ତମାନ ଜାଣିବାକୁ ମିଳିଛି କି , ସୀମା ହାଇଦର ଦୁବାଇ ନିଜ ପିଲା ମାନଙ୍କୁ ନେଇ ବାହାରି ଯାଉଛନ୍ତି । କାହିଁକି ନା ତାଙ୍କ ସ୍ଵାମୀ ମଧ୍ୟ କହିଥିଲେ ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ସୀମା ହାଇଦର ଭାରତ ଆସିଛନ୍ତି । ତେବେ ପହରଦିନ ଭାରତ ପାକିସ୍ତାନ ମ୍ୟାଚ୍ ଶେଷ ହୋଇ ଯାଇଥିବା ସହିତ ପାକିସ୍ତାନ ମଧ୍ୟ ପରାଜୟ ହାସଲ କରିଥିଲା । ଆଉ ଯାହା ପରେ ସିଧା ପିଲା ମାନଙ୍କୁ ଧରି ଦୁବାଇ ବାହାରିବାର ଯୋଜନା କରିଥିଲା ସୀମା ବୋଲି ଶୁଣିବାକୁ ମିଳିଛି । ତେବେ ବର୍ତ୍ତମାନ ତା ଉପରେ ଉତ୍ତରପ୍ରଦେଶ ପୋଲିସର କଡ଼ା ନଜର ରହିଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ସଚିନ ଭାଙ୍ଗି ପଡିଛନ୍ତି କାହିଁକି ନା ସୀମା ଯିବା ପରେ ସେ କଣ କରିବେ ।

Leave a Reply

Your email address will not be published. Required fields are marked *