ସବୁ ମିଛ କହୁଛନ୍ତି ଲକ୍ଷ୍ମୀ ମଣ୍ଡଳ । ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି । କହିରଖିବୁ ଯେ ବ୍ରହ୍ମପୁରରେ ଚାଲିଥିଲା ମାମଲା ଯାହା ଅନୁଯାୟୀ ପୂର୍ବରୁ ଲକ୍ଷ୍ମୀ ମଣ୍ଡଳ ନାମକ ଜଣେ ମହିଳା କହିଥିଲେ ଯେ ସେ ନୃଷ୍ୟ ପ୍ରଧାନଙ୍କୁ ସେ କୋର୍ଟ ବିବାହ କରିଛନ୍ତି । କିନ୍ତୁ ବର୍ତ୍ତମାନ କଥା ସାମ୍ନାକୁ ଆସିଛି ଯେ ନୃଷ୍ୟ ପ୍ରଧାନ ବିବାହ କରି ନାହାଁନ୍ତି କିମ୍ବା ସେ ଲକ୍ଷ୍ମୀ ମଣ୍ଡଳଙ୍କୁ ବିବାହ କରି ନାହାଁନ୍ତି । ବ୍ରହ୍ମପୁର ଉପକଣ୍ଠ ନୃଷ୍ୟ ପ୍ରଧାନଙ୍କର ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା ବର୍ତ୍ତମାନ ପୋ-ଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଲକ୍ଷ୍ମୀ କହୁଥିଲେ ଯେ ସେ ନୃଷ୍ୟଙ୍କୁ ବିବାହ କରିଥିଲେ । ପୋଲିସର କହିବା ଅନୁଯାୟୀ ୨୦୨୧ ମସିହାରେ ନୃଷ୍ୟଙ୍କ ନାମରେ ଏକ ଦୁଷ୍କ-ର୍ମ ମା-ମଲା ଥିଲା । ଆଉ ଏହି ମାମ-ଲାକୁ ରୁ-ଜ୍ଜୁ କରିଥିଲେ ଲକ୍ଷ୍ମୀ ମଙ୍ଗଳ ଯିଏକି ବର୍ତ୍ତମାନ ସ୍ତ୍ରୀର ମାନ୍ୟତା ପାଇଁ ଦାବି କରୁଛନ୍ତି । ୨୦୨୧ ମସିହାରେ ଚାଲିଥିବା ଏହି କେଶ ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ନୃଷ୍ୟ ପ୍ରଧାନ ମଧ୍ୟ ଦୀର୍ଘ ଦିନ ପାଇଁ କୋର୍ଟ ଚାଲାଣ ହେବା ସହିତ ଜେ-ଲରେ ରହିଥିଲେ ।
ତାପରେ ଯେ ଜାମି-ନରେ ଘରକୁ ଫେରିଥିଲେବି ମାମଲା ଏବେବି କୋର୍ଟରେ ରହିଛି । କିନ୍ତୁ ବର୍ତ୍ତମାନ ଲକ୍ଷ୍ମୀ ଜୋର ଜବରଦସ୍ତ ନୃଷ୍ୟଙ୍କ ଘରେ ପଶିଥିବା ଅଭି-ଯୋଗ ହୋଇଛି । ଯାହା ନୃଷ୍ୟଙ୍କ ମା ଆଣିଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କର ଛଅ ଝିଅ ସହିତ ରହୁଛନ୍ତି । ପୁଣି ଗାଁରେ ତାଙ୍କର ପରିବାର । କିନ୍ତୁ ଲକ୍ଷ୍ମୀ ପ୍ରମିଳାଙ୍କ ସହାୟତାରେ ଜୋର କରି ନୃଷ୍ୟଙ୍କ ଘରେ ପଶିଛନ୍ତି ।
ଏପଟେ ଲକ୍ଷ୍ମୀ ଅଭି-ଯୋଗ ଆଣିଛନ୍ତି ଯେ ନୃଷ୍ୟଙ୍କ ମା ଦୀର୍ଘ ୨୦ ଦିନ ଧରି ଲକ୍ଷ୍ମୀଙ୍କୁ ନିଜ ଘରେ ତାଲା ପକାଇ ରଖିଥିଲେ । ଏହି କାରଣରୁ ପ୍ରମିଳା ତ୍ରିପାଠୀ ଘ-ଟଣା ସ୍ଥଳରେ ପହଞ୍ଚି ଲକ୍ଷ୍ମୀଙ୍କୁ ସହାୟତା କରଥିବା ଜାଣିବାକୁ ମିଳିଛି । ପ୍ରମିଳା ତ୍ରିପାଠୀଙ୍କ କହିବା କଥା ଯେ ଯଦି ଏଭଳି ବି-ବାଦ ରହିଥିଲା ତେବେ ଲକ୍ଷ୍ମୀ ଘର ବାହାରେ ଥିଲେ କିନ୍ତୁ ଘର ଭିତରକୁ ଗଲେ କେମିତି ?
ଯାହାକୁ ନେଇ ସେ କହିଛନ୍ତି ଯେ ନୃଷ୍ୟଙ୍କ ମା’ ହିଁ ଲକ୍ଷ୍ମୀଙ୍କୁ ତାଲା ପକାଇ ରଖିଛନ୍ତି ଏବଂ ତାଙ୍କ ପାଖରେ ଚାବି ରହିଛି । ଏପଟେ ଲକ୍ଷ୍ମୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ସହିତ ଅର୍ଥାତ ନୃଷ୍ୟ ପ୍ରଧାନଙ୍କ ସହିତ ତାଙ୍କର ବିବାହ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ସ-ମ୍ପର୍କ ମଧ୍ୟ ବେଶ ଭଲ ଥିଲା । କିନ୍ତୁ ନୃଷ୍ୟଙ୍କ ପରିବାର ଲୋକେ ତାଙ୍କୁ ଶିଖାଇ ବୁଝାଇ ତାଙ୍କ ବିରୋ-ଧରେ କରିଛନ୍ତି ଏବଂ ଏହା ସହିତ ତାଙ୍କ ଉପରେ ଆକ୍ର-ମଣ କରିବାରୁ ସେ ନିଜେ ନିଜେ ଘର ଭିତରେ ନିଜକୁ ବନ୍ଦ କରି ଦେଇଥିବା କହିଛନ୍ତି ।
ତେଣୁ ବର୍ତ୍ତମାନ ସେ ଅଭିଯୋଗ କରିଛନ୍ତି ଯେ ନୃଷ୍ୟ ପ୍ରଧାନଙ୍କ ମା’ ତାଙ୍କ ଉପରେ ଅ-ତ୍ୟାଚା-ର କରୁଛନ୍ତି । ଏବଂ ତାଙ୍କୁ ତାଲା ପକାଇ ରଖୁଥିବା ମଧ୍ୟ ଅଭି-ଯୋଗ ଆଣିଛନ୍ତି । କିନ୍ତୁ ବ୍ରହ୍ମପୁର ଏସପି କହିଛନ୍ତି ଯେ ୨୦୨୧ ରୁ ନୃଷ୍ୟଙ୍କ ନାମରେ ଦୁ-ଷ୍କର୍ମ ମାମ-ଲା ଏବେବି ରହିଛି ତେଣୁ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।