ମାତ୍ର ଚାରି ଲକ୍ଷ ଟଙ୍କାରେ ଆପଣବି ହୋଇ ପାରିବେ ଜଣେ ଗ୍ୟାସ ଡିଲର| ମାର୍କେଟ ପ୍ରାଇସ ଠାରୁ ୧୦୦୦ ଟଙ୍କାରେ କମ ଯୋଗାଇବ ଗ୍ୟାସ ସିଲିଣ୍ଡର ।

ତ୍ରିନେତ୍ର ପେଟ୍ରୋଲିୟମର ସିଇଓ ସଞ୍ଜୟ ଜେନା ଯିଏକି ଏହି ବଡ଼ କମ୍ପାନିକୁ ଆହୁରି ବଡ଼ ଏବଂ ସାରା ଦେଶରେ ପରିଚିତ କରାଇବାକୁ ଲକ୍ଷ ରଖିଛନ୍ତି । ୨୦୧୯ ମସିହାରୁ ଆରମ୍ଭ କରିଥିବା ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ତିନୋଟି ରାଜ୍ୟରେ ସେବା ଯୋଗାଉଛି । LPG ଇଣ୍ଡଷ୍ଟ୍ରିରେ ଜଣେ ଏମପ୍ଲଇ ଭାବରେ କାମ କରୁଥିବା ସଞ୍ଜୟ ବର୍ତ୍ତମାନ ଏହି କମ୍ପାନୀର ସିଇଓ ଅଟନ୍ତି ।

ଓଡ଼ିଶାର ବାରିପଦାରେ ତ୍ରିନେତ୍ରମ LPG କମ୍ପାନୀର ଏକ ପ୍ଲାଣ୍ଟ ରହିଛି । ସେ କହିଛନ୍ତି ଯେ ଏବେ ସୁଦ୍ଧାବି ସେ ଏହି କମ୍ପାନୀର ମାଲିକ ବୋଲି ନିଜକୁ ଭାବି ନାହାଁନ୍ତି । ବାସ ଯେଉଁ ପ୍ରୋସେସରେ କାମ କରିବା କଥା ସେହିଭଳି କାମ କରୁଛନ୍ତି । ଆଗକୁ କମାର୍ସିଆଲ ଏବଂ ଡୋମେଷ୍ଟିକରେ ଏହି କମ୍ପାନୀର ଭବିଷ୍ୟତ ଭଲ ରହିଛି ବୋଲି ସେ କହିଛନ୍ତି ।

ପେନ ଇଣ୍ଡିଆ ଇଣ୍ଡେନ ଲାଇସେନ୍ସ ମଧ୍ୟ ସେ ଲଞ୍ଚ କରିବାକୁ ଯାଉଛନ୍ତି ଏବଂ ତାହା ପୁଣି ଭାରତର ଦକ୍ଷିଣରେ । କାରଣ ଦକ୍ଷିଣ ହିଁ LPG ର ବଡ଼ ମାର୍କେଟ ଅଟେ । ଆଉ ଆଗକୁ ସେ ଏସିଆର ଅନ୍ୟ ଦେଶରେ ମଧ୍ୟ ନିଜର ପ୍ଲାଣ୍ଟ ବିସ୍ତାର କରିବେ ବୋଲି କହିଛନ୍ତି । ଯେତେବେଳେ ସେ ନିଜର ଏହି କମ୍ପାନୀ ଆରମ୍ଭ କରିଥିଲେ ସେତେବେଳେ ତାଙ୍କର କିଛି ମେଣ୍ଟରଙ୍କ ସହଯୋଗରେ ଆରମ୍ଭ କରିଥିଲେ ।

ଆଉ ଏବେ ସେ କମ୍ପାନୀ ଆରମ୍ଭ କରିଥିବା କହନ୍ତି । ତେବେ ତାଙ୍କ କମ୍ପାନୀ ଉପରେ ଲୋକ ଭରସା କରିବେ ବୋଲି ସେ କହିଛନ୍ତି କାରଣ ଯେତେବେଳେ ଜଣେ ଡିଲର କମ୍ପାନୀ ଉପରେ ବିଶ୍ୱାସ କରିବା କଥା ଆସେ , ସେତେବେଳେ କମ୍ପାନୀର ସରକାରୀ ଲାଇସେନ୍ସ ଅଛି କି ନାହିଁ କିମ୍ବା ବାସ୍ତବରେ ପ୍ଲାଣ୍ଟ ଅଛି କି ନାହିଁ ତାହା ଜାଣିବା ଉଚିତ ।

ଆଉ ସଞ୍ଜୟଙ୍କ କମ୍ପାନୀ ମଧ୍ୟ ଡିଲରଙ୍କ ସେହି ଭରସାକୁ ଜିତିବ ବୋଲି ସେ ଜୋର ଦେଇ କହିଛନ୍ତି । ଏହା ବ୍ୟତୀତ ଡିଲର ମାନେ କାମ ଆରମ୍ଭ କରିବା ପୂର୍ବରୁ କମ୍ପାନୀ ବିଷୟରେ ସବୁ କିଛି ଟିଖନିଖ ଜାଣି ମଧ୍ୟ ପାରିବେ । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ LPG ର ପ୍ରାଇଭେଟ କମ୍ପାନୀ ଏତେ ନାହିଁ । ଆଉ ଭାରତ ଫୁଏଲ ବ୍ରାଣ୍ଡର ତ୍ରିନେତ୍ରମ କମ୍ପାନୀରେ ଡିଲର ସେବା ଠାରୁ ଆରମ୍ଭ କରି ପ୍ରଡକ୍ଟ ମଧ୍ୟ ଭଲ ବୋଲି ସେ କହିଛନ୍ତି ।

ପୁଣି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ହିଁ କମ୍ପାନୀ ସବୁବେଳେ କାମ କରିଥାଏ । ତେଣୁ ନିଶ୍ଚିତ ଭାବରେ ଏହି କମ୍ପାନୀ ଲୋକଙ୍କ ନଜରରେ ରହିବ ବୋଲି ସଞ୍ଜୟ କହିଛନ୍ତି । କମାର୍ସିଆଲରେ ସିଲିଣ୍ଡର ଏବଂ ସରକାରୀ ସିଲିଣ୍ଡର ଦାମ ସମାନ ରହିଛି ମାତ୍ର ଡୋମେଷ୍ଟିକରେ ସେସବୁ ମୂଲ୍ୟରେ ଅନେକ ଛାଡ଼ ଥିବା ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *