ବିଜେପି ଛାଡିଲେ କାଳୁ ହାରିଯିବେ ଅପରାଜିତା।

ବିଜେପି ଛାଡିଦେଲେ କାଳୁ ଖଣ୍ଡାୟତ ରାୟ..ଚିନ୍ତାରେ ଅପରାଜିତା..ପ୍ରାୟ ଲକ୍ଷେ ଭୋଟ କମାଇବେ କାଳୁ। ବିଜେପିରୁ ଇସ୍ତଫା ଦେଇଦେଲେ କାଳୁ ଖଣ୍ଡାୟତ ରାୟ। ଅପରାଜିତାଙ୍କ ଉପରେ ପଡ଼ିଲା ଭାଳେଣି। ଏକ ଲକ୍ଷ ଭୋଟ ନେଇଯିବେ କାଳୁଖଣ୍ଡାୟତ ରାୟ। ଦଳରୁ ବାହାରିଲେ କାଳୁ ଏବେ ଅପରଜିଙ୍କ ଉପରେ ପଡିପାରେ ପ୍ରଭାବ ପାଖାପାଖି ୧ ଲକ୍ଷ ଭୋଟ ଚାଲିଯିବ କାଳୁଙ୍କ ସପଟଙ୍କୁ। କାଳୁଙ୍କ ସହକର୍ମୀ ଅପରାଜିତା ଏବଂ ପ୍ରଶାଣ୍ଡ ବୈକଣ୍ଟ କରିପାରନ୍ତି।

ହଁ ଆଜ୍ଞା ସବୁ ଅପେକ୍ଷର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଦଳରେ କାମ କରିବା ପରେ ଏବେ ଦଳରୁ ଅଲଗା ହୋଇଛନ୍ତି କାଳୁ ଖଣ୍ଡାୟତ ରାୟ। ବିଜେପି ଧୋକା ଦେବା ପରେ ଏବେ କାଳୁ ଖଣ୍ଡାୟତ ରାୟ ସ୍ବାଧୀନରେ ରହି ନିର୍ବାଚନ ଲଢ଼ିବେ। ଖୋର୍ଦ୍ଧାର ମୈଦାନରେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦେଵଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେବେ ବୋଲି କହିଦେଇଛନ୍ତି କାଳୁ ଖଣ୍ଡାୟତ ରାୟ। ଭୋଟର ମାନଙ୍କୁ ଇସାରା ଦେଇସାରିଛନ୍ତି କାଳୁ। ଭୋଟର ମାନେ ଏବେ କାଳୁଙ୍କୁ ଖୋଲା ସମର୍ଥନ କରିବେ ବୋଲି କାଳୁ ମଧ୍ୟ ଜାଣିସାରିଛନ୍ତି।

ହଁ ଆଜ୍ଞା ୪୮ ଘଣ୍ଟା ପରେ କାଳୁ ବିଜେପିରେ ଇସ୍ତଫା ଦେଇଛନ୍ତି। ବିଜେପି କାଳୁଙ୍କୁ ବିଧାନସଭା ଟିକେଟ ନଦେବା କାରଣରୁ ଦଳରୁ ବାହାରି ଆସିଛନ୍ତି। କାଳୁ ଖଣ୍ଡାୟତ ରାୟ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା। ହାତରେ ରଖିଛନ୍ତି ଲକ୍ଷ ଲକ୍ଷ ସମର୍ଥକ।୨୦୧୯ ନିର୍ବାଚନରେ କାଳୁ ପାଇଥିଲେ ୭୫ ଖଣ୍ଡ ଭୋଟ। ହେଲେ ୨୦୨୪ରେ କାଳୁଙ୍କୁ ଟିକେଟ ମିଳିଲା ନାହିଁ। କାଳୁଙ୍କ ବଦଳରେ ବିଜେଡିରୁ ବିଜେପିକୁ ଡେଇଁ ଆସିଥିବା ପ୍ରଶାନ୍ତ ଜଗଦେବଙ୍କୁ ମିଳିଥିଲା ବିଧାନସଭା ପ୍ରାର୍ଥୀ ପାଇଁ ଟିକେଟ।

ଯାହା ପାଇଁ ବିଜେପି ପାର୍ଟି ଅଫିସ ଆସି ଅପରାଜିତାଙ୍କୁ ଘେରାଉ କରିଥିଲେ କାଳୁ। କାରଣ ଅପରାଜିତା ହିଁ ହାତ ଧରି ପ୍ରଶାନ୍ତଙ୍କୁ ବିଜେପିରେ ମିସାଇଥିଲେ। ଖାଲି ମିସାଇନଥିଲେ ପରେ ପରେ ମଧ୍ୟ ବିଧାନସଭା ପାଇଁ ଟିକେଟ ଦେଇଥିଲେ। ଯାହା ପରେ ଏବେ ଦଳରୁ ଇସ୍ତଫା ଦେଇଛନ୍ତି କାଳୁ ଖଣ୍ଡାୟତ ରାୟ। ସ୍ୱାଧୀନରେ ଲଢ଼ିବା ପାଇଁ କାଳୁ ଖୋଲାଖୋଲି ଭାବରେ କହିଦେଇଛନ୍ତି।

ସେପଟେ ଯଦି ଦେଖିବା କାଳୁଙ୍କର ଭଲ ପରିଚୟ ରହିଛି ଖୋର୍ଦ୍ଧାରେ। ହେଲେ ପ୍ରଶାନ୍ତ ଜଗଦେବଙ୍କର ପରିଚୟ ଖାସ ସେମିତି କିଛି ନାହିଁ। ଅନେକ ସମୟରେ ପ୍ରଶାନ୍ତଙ୍କୁ ବିରୋଧ କରୁଛନ୍ତି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ। ହେଲେ ବିଜେପି ଏତେ ବିରୋଧ ପରେ ମଧ୍ୟ କ’ଣ ପାଇଁ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେଲା ତାହା ଏପର୍ଯ୍ୟନ୍ତ ବୁଝିପାରୁନାହାନ୍ତି କାଳୁ ଖଣ୍ଡାୟତ ରାୟ।

ସେପଟେ ଯଦି ଦେଖିବା ସ୍ୱାଧୀନ ସମାବେଶରେ କାଳୁ ତାଙ୍କର ଶକ୍ତିକୁ ପ୍ରଦର୍ଶନ କରିସାରିଛନ୍ତି। ଗୋଟିଏ ଦିନରେ ହଜାର ହଜାର କର୍ମୀଙ୍କୁ ଆଣି ଛିଡା କରେଇ ଦେଲେ କାଳୁ ଖଣ୍ଡାୟତ ରାୟ। ଯାହାକୁ ଦେଖି ବିଜେପି ପୁରା ଜଳକା ପାଲଟି ଯାଇଥିଲା। ଆଉ ଏବେ ଯେତେବେଳେ ବିଜେପିରୁ କାଳୁ ଇସ୍ତଫା ଦେଇଛନ୍ତି ତା ପରେ କାଳୁ ଦେଖାଇପାରନ୍ତି ତାଙ୍କର ସମର୍ଥକଙ୍କ ଶକ୍ତି। ଅପରାଜିତା ଏବଂ ପ୍ରଶାନ୍ତଙ୍କୁ ହରାଇବା ପାଇଁ କରିପାରନ୍ତି ଷଡ଼ଯନ୍ତ୍ର। ଯାହା ପରେ ଏବେ ରାଜ୍ୟରାଜନୀତି ସରଗରମ ହୋଇପଡିଛି। କେବଳ କାଳୁଙ୍କ ପାଇଁ ବିଜେପିର ଭାଗ୍ୟ ବଦଳି ଯାଇପାରେ।

Leave a Reply

Your email address will not be published. Required fields are marked *