ଜେଲରେ ବସି କାନ୍ଦୁଛି ଟୁଙ୍ଗୁରୁ ଭୋଳ। ଆଉ ଏବେ ଦେଖା କରିବାକୁ ଫେରିବେ କି ଭାଉଜ? କେହି କୋଉ ଭାଉଜ ସହ ମନ୍ଦିରକୁ ଚାଲିଗଲେ କ’ଣ ସ୍ୱାମୀ ସ୍ତ୍ରୀ ହୋଇଯାଆନ୍ତି। ଟୁଙ୍ଗୁରୁ ଭୋଳଙ୍କ କଥା ସତ। ହେଲେ କେହି କ’ଣ ଚୋରି କରିନଥିଲେ ପୋଲିସ ଗିରଫ କରିନିଏ। ଆଜି ଟୁଙ୍ଗୁରୁ ଭୋଳ କାହିଁକି ଗିରଫ ହେଲେ?
ସମୟ ଗଡ଼ିଛି ଟୁଙ୍ଗୁରୁ ଭୋଳଙ୍କ ଅତୀତକୁ ଭୁଲିବାକୁ ଲୋକେ ଚାହୁଁଥିବା ବେଳକୁ ଟୁଙ୍ଗୁରୁ ଭୋଳକୁ ପୋଲିସ ଗିରଫ କରିଛି। ତାହା ବି ଏକ କୋଟି ଟଙ୍କାର ପାଇପ ଚୋରି ମାମଲାରେ। ଲୋକେ କହୁଛନ୍ତି ଟୁଙ୍ଗୁରୁ ଭୋଳର ଭାଗ୍ୟ ଖରାପ ତାହା ଟୁଙ୍ଗୁରୁ ଭୋଳକୁ ହିଁ ଜଣାଥିବ ଯେ କାହିଁକି ସେ ଏସବୁ କରୁଛି।
ତେବେ ଟୁଙ୍ଗୁରୁ ଭୋଳ ପୁରା ରାଜ୍ୟକୁ ଉଠାଉଥିଲେ ପକାଉଥିଲେ। ମୋବାଇଲ ଖୋଲିଲେ ବାହାରୁଥିଲା ଟୁଙ୍ଗୁରୁ ଭୋଳଙ୍କ ଭାଉଜ ପ୍ରେମ କାହାଣୀ। ଆଉ ତାପରେ ଦେଖୁ ଦେଖୁ ଟୁଙ୍ଗୁରୁ ଭୋଳ ବନିଗଲା ଆଲବମ ହିରୋ। ଆଉ ତାପରେ ସମସ୍ତେ ଭାବିଥିଲେ ଏଥର ଟୁଙ୍ଗୁରୁ ଭୋଳକୁ ମିଳିବ ବଡ଼ ଫିଲ୍ମ ଅଫର। ଟୁଙ୍ଗୁରୁ ଭୋଳ ବନିଯିବେ ସୁପରଷ୍ଟାର। କିନ୍ତୁ ଦେଖିଲା ବେଳକୁ ପୁଣିଥରେ ଟୁଙ୍ଗୁରୁ ଭୋଳକୁ ଗିରଫ କରିଛି ପୋଲିସ। ଜେଲରେ କାନ୍ଦୁଛନ୍ତି ଏବେ ଟୁଙ୍ଗୁରୁ ଭୋଳ। ଆଉ ଏ ସମୟରେ ଲୋକମାନେ ଆଲୋଚନା ଓ ଚର୍ଚ୍ଚା କରୁଛନ୍ତି ଯେ କ’ଣ ଟୁଙ୍ଗୁରୁ ଭୋଳକୁ ଦେଖା କରିବା ପାଇଁ ଯିବେକି ଭାଉଜ। ଟୁଙ୍ଗୁରୁ ସହିତ ଏବେ ଭାଉଜଙ୍କର କେମିତି ରହିଛି ସମ୍ପର୍କ। ନାଁ ସବୁଦିନ ପାଇଁ ପୁରା ହୋଇଗଲେ ଅଲଗା।
ହଁ ଆଜ୍ଞା ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଖୋର୍ଦ୍ଧା କଁଦ୍ଧମାଳ କଟକ ରାୟଗଡା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ ଚୋରି କରୁଥିଲେ। ପରେ ସେହି ପାଇପ ଗୁଡିକୁ ବାହାର ରାଜ୍ୟକୁ ପଠାଇ ଡିଲରକ୍ସଙ୍କୁ ବିକ୍ରି କରୁଥିଲେ। ଏଭଳି ଏକ ଅନ୍ତରାଜ୍ୟର ଚୋର କ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କୁ କମିଶନର ପୋଲିସ ଧରିବାରେ ସଫଳ ହୋଇଛି। ହେଲେ ଦେଖିଲା ବେଳକୁ ସେହି ୧୧ ଜଣକ ଭିତରେ ଥିଲେ ଟୁଙ୍ଗୁରୁ ଭୋଳ। ଆଶ୍ଚର୍ଯ୍ୟ ହୋଇଗଲେ ଲୋକ।ଟୁଙ୍ଗୁରୁ କେମିତି ଏହି ପାଇପ ଚୋରି ମାମଲାରେ କେତେବେଳେ ସାମିଲ ହୋଇଗଲା।
୨ ବର୍ଷ ତଳେ ସୋସିଆଲ ମିଡିଆରେ ଆପଣ ବି ଜାଣିଥିବେ ନିଜ ପ୍ରେମ କାହାଣୀ ପାଇଁ ବେସ ଚର୍ଚ୍ଚିତ ଥିଲା। ତେବେ ପୋଲିସ ସେମାନଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା ଗୋଟିଏ ଓଟ ଗୋଟିଏ ବୁଲେଟ ୧୦ ଟି ମୋବାଇଲ ଫୋନ ଜବତ କରିଥିବା ବେଳେ ଟୁଙ୍ଗୁରୁ ଭୋଳକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି।
ତେବେ ଟୁଙ୍ଗୁରୁ ଭୋଳକୁ ମିଶାଇ ଅଭିଯୁକ୍ତମାନେ ୧ ହଜାରୁ ଅଧିକ ପାଇପ ଚୋରି କରିଛନ୍ତି। ଯାହାର ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ରହିଛି। ତେବେ ଏହି ସମୟରେ କଥା ଉଠୁଛି ଟୁଙ୍ଗୁରୁ ଭୋଳଙ୍କର ସେହି ତଳ ଦିନର ପ୍ରେମ କାହାଣୀ ବିଷୟରେ ଯେ ଭାଉଜଙ୍କ ସହିତ ଯେଉଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା ସେହି ସମ୍ପର୍କ ଏବେ ଅଛି ନାଁ ନାହିଁ। ଗିରଫ ହେବା ପରେ ଟୁଙ୍ଗୁରୁ ଭୋଳକୁ ଭାଉଜ ଦେଖା କରିବାକୁ ଆସିବେ ନାଁ ନାହିଁ। ଏସବୁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆସିଛି ଏଭଳି ସ୍ପଷ୍ଟ ସୂଚନା ଆମ ପାଖରେ ବି ନାହିଁ।