ଭାଇରାଲ ହେଉଛି ପ୍ରେମିକଙ୍କ ଭଏସ ମେସେଜ , ନିଜ ପ୍ରେମିକା ପାଇଁ ଦେଖି ପାରିଲେ ନାହିଁ କ୍ରିକେଟ ମ୍ୟାଚ୍ , ଆଉ ଶେଷରେ ….

ଆପଣ ଅନେକ ପ୍ରକାରର ପ୍ରେମିକ ଆଉ ପ୍ରେମିକା ଦେଖିଥିବେ । ଯେଉଁ ମାନେ ନିଜ ପ୍ରେମ ପାଇଁ କିଛି ବି କରିବାକୁ ରାଜି ଥାଆନ୍ତି । କିନ୍ତୁ ଆପଣ କେବେ ବି ଏମିତି ପ୍ରେମିକ ଦେଖି ନଥିବେ , ଯିଏ ନିଜ ପ୍ରେମିକା ପାଇଁ କ୍ରିକେଟ ମ୍ୟାଚ୍ ଦେଖି ପାରି ନଥିଲେ ଆଉ ଶେଷରେ ପ୍ରେମିକା ସହିତ ସାରା ଜୀବନ ପାଇଁ ସମ୍ପର୍କ ତୁଟାଇ ଦେଇଥିଲେ । ତେବେ ଏପରି ଜଣେ ହତାଶ ପ୍ରେମିକଙ୍କ ବିଷୟରେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଆଲୋଚନା ହେବାରେ ଲାଗିଛି ।

କାହିଁକି ନା ପ୍ରେମିକଙ୍କ ଭଏସ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ମନ ଦୁଃଖ କରି ଆଉ ହତାଶ ହୋଇ ପ୍ରେମିକାକୁ ନିଜ ମନର କଥା କହିବାରେ ଲାଗିଛନ୍ତି । ନିଜ ପ୍ରେମିକାର ଏପରି ଏକ ଅଭ୍ୟାସ ତାଙ୍କୁ ପୁରାପୁରି ଖରାପ କରି ଦେଇଛି ବୋଲି ସେ କହିଛନ୍ତି । ଆଉ ଯାହା ବର୍ତ୍ତମାନ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସୂଚନା ଅନୁଯାୟୀ , ଏତେ ସାରା ମନର ବେଦନା ଆଉ ଦୁଃଖକୁ ନିଜ ପ୍ରେମିକା ପାଖକୁ ଭଏସ ମେସେଜ ମାଧ୍ୟମରେ ପଠାଇ ଥିଲେ ପ୍ରେମିକ । ଆଉ କହିଥିଲେ କିଛି ଏମିତି ।

ତେବେ ଅକ୍ଟୋବର ୧୪ ତାରିଖରେ ଭାରତ ପାକିସ୍ତାନ ମ୍ୟାଚ୍ ଦେଖି ପାରି ନଥିଲେ ପ୍ରେମିକ ଜଣକ । ଆଉ ଯାହା ପରେ ସେ କ୍ରୋଧିତ ହୋଇ ଯାଇଥିଲେ ଆଉ ମ୍ୟାଚ୍ ନ ଦେଖିବା ପଛର କାରଣ ତାଙ୍କ ପ୍ରେମିକା ଥିଲେ । କାହିଁକି ନା ସେ ମୋମୋ ଖାଉଥିଲେ ଆଉ ସେହି ଚକ୍କରରେ ମ୍ୟାଚ୍ ତାଙ୍କର ମିସ୍ ହୋଇଗଲା । ତେବେ ଏହି ଭଏସ ମେସେଜରେ ପ୍ରେମିକ ଜଣକ ନିଜ ପ୍ରେମିକାକୁ କହିବାରେ ଲାଗିଛନ୍ତି କି , ଶୁଣ ରୋଷନି ତୁ ଆଗରୁ ଯେମିତି ଦେଖା ଯାଉଥିଲେ ଏବେ ଆହୁରି ଖରାପ ଦେଖା ଯାଉଛୁ ।

କାହିଁକି ନା ତୁ ଚୁଟି ଲାଲ କରିବା ପରେ ବହୁତ ଖରାପ ଲାଗୁଛୁ । କେବଳ ଏତିକି ନୁହେଁ , ଏଇ ତୋର ପ୍ରତିଦିନ ମୋମୋ ଖାଇବା ଅଭ୍ୟାସ ପାଇଁ ମୋର କ୍ୟାଲୋରୀ ବଢ଼ି ବଢ଼ି ଚାଲିଛି ଆଉ ଜିମ୍ ରେ ମୋତେ ଅଧିକ ପରିଶ୍ରମ କରିବାକୁ ପଡୁଛି । ଆଉ ସେଦିନ ଏଇ ମୋମୋ ଖାଇବା ଚକ୍କରରେ ମୁଁ କ୍ରିକେଟ ମ୍ୟାଚ୍ ମିସ୍ କରିଦେଲି । ତେଣୁ ମୁଁ ତୋ ସହିତ ଆଉ ରହିପାରିବି ନାହିଁ । ରହିଲି ଗୁଡ ବାୟ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *