ବିକ୍ରମ ଆଉ ପବିତ୍ରା । ଦୁହେଁ ସ୍ୱାମୀ ସ୍ତ୍ରୀ ଅଟନ୍ତି । ଦୁଇ ବର୍ଷ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିଲା । ଆଉ ବିବାହ ପରେ ମଧ୍ୟ ଦୁହେଁ ବେଶ୍ ଖୁସିରେ ରହିଥିଲେ । ତେବେ ବିବାହର ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଦୁହିଁଙ୍କ କୋଳରେ ଗୋଟିଏ ପିଲା ଜନ୍ମ ହୋଇ ନଥିଲା । ଯାହାକୁ ନେଇ ସେମାନେ ଏତେ କିଛି ବି ଭାବି ନଥିଲେ । କିନ୍ତୁ ପାଖ ପଡୋଶୀ ବିକ୍ରମକୁ ବାରମ୍ବାର କହିବାକୁ ଲାଗିଥିଲେ । ଯାହା ପରେ ଏହି କଥା ବିକ୍ରମକୁ ଆ-ଘାତ ଦେଇଥିଲା । ଏହା ପରେ ସେ ଏହି କଥା ପବିତ୍ରାକୁ ମଧ୍ୟ କହିବାକୁ ଲାଗିଲେ ।
ଧିରେ ଧିରେ ଶାଶୁ ମଧ୍ୟ ପବିତ୍ରାକୁ ଅନେକ କଥା କହିବାକୁ ଲାଗିଲେ ଆଉ କହିଲେ ମୋ ବଂଶ ତୁ କଣ ଆଉ ଆଗକୁ ବଢ଼ାଇବୁ ନାହିଁ । ଯାହା ପବିତ୍ରାକୁ ଅନେକ କଷ୍ଟ ଦେଇଥିଲା । ତେବେ ଅନେକ ସମୟ ବିତି ଚାଲିଲା । ପବିତ୍ରା ସବୁ ପ୍ରକାରର ପରୀକ୍ଷା ମଧ୍ୟ କରି ଚାଲିଲା । ଆଉ ଶେଷରେ ସେହି ଦିନ ଆସିଲା ଯେତେବେଳେ ପବିତ୍ରା ଗର୍ଭ-ବତୀ ଥିବା କଥା ଡାକ୍ତର କହିଥିଲେ । ସେ ଖୁସିରେ ନିଜକୁ ସମ୍ଭାଳି ପାରି ନଥିଲା । ଏହା ପରେ ପବିତ୍ରା ଗୋଟିଏ ଝିଅକୁ ଜନ୍ମ ଦେଇଥିଲା ।
ଆଉ ଯାହା ଦେଖି ତା ସ୍ବାମୀ ଆଉ ଶାଶୁ କ୍ରୋ-ଧିତ ହୋଇ ଯାଇଥିଲେ । କାହିଁକି ନା ସେମାନଙ୍କୁ ପୁଅ ଦରକାର୍ ଥିଲା । ଏହା ପରେ ପବିତ୍ରାର ଚାରି ଝିଅ ହେବାକୁ ଲାଗିଥିଲେ । ଯାହା ପରେ ତାର ସ୍ଵାମୀ ବିକ୍ରମ ତାକୁ ଛାଡି ଦେଇ ଚାଲିଗଲେ ଆଉ କହିଥିଲେ ତୁମେ ମୋତେ ପୁଅଟିଏ ଦେଇ ପାରିଲ ନାହିଁ । ତେବେ ବିକ୍ରମ ଯିବା ପରେ ଏକଦା ପୁଣି ଥରେ ପବିତ୍ରା ଆଉ ଏକ ଝିଅ ଜନ୍ମ ଦେଇଥିଲା କିନ୍ତୁ ତାକୁ ଆଉ ଘରକୁ ଆଣି ନଥିଲା । ବାହାରେ ଥିବା ଏକ ବୁଢ଼ୀ ମାଉସୀକୁ ଦେଇ ଦେଇଥିଲା । କାହିଁକି ନା ତାର ଶାଶୁ ଆଉ ତାକୁ ଘରେ ପୁରାଇବେ ନାହିଁ ବୋଲି କହିଥିଲେ ।
ତେବେ ଅନେକ ବର୍ଷ ବିତି ଚାଲିଲା । ବିକ୍ରମ ଆଉ ଥରେ ଦ୍ଵିତୀୟ ବିବାହ କରିବେ ବୋଲି ଘରକୁ ଫେରିଲେ । ପବିତ୍ରା ଖୁସି ହୋଇଗଲେ , ଆଉ ଭାବିଲେ ତାଙ୍କ ପିଲା ବାପାର ସ୍ନେହ ପାଇବେ । ତେବେ ଯେତେବେଳେ ସେହି ଝିଅକୁ ଧରି ବିକ୍ରମ ଘରକୁ ଫେରିଲେ ଆଉ ସେହି ବୁଢ଼ୀ ମାଉସୀକୁ ଦେଖି ପବିତ୍ରା କହିଥିଲେ ତୁମେ ସେହି ନା ଯିଏ ମୋ ଝିଅକୁ ନେଇଥିଲ । ଯାହା ପରେ ବିକ୍ରମର ପାଦ ତଳୁ ମାଟି ଖସିଗଲା ଆଉ ସେ ଅନୁତାପ କରିଲେ କି ସେ ନିଜ ଝିଅକୁ ବିବାହ କରିବାକୁ ଯାଉଥିଲେ । ଯାହା ପରେ ସମସ୍ତେ ନିଜ ଭୁଲ ବୁଝିଥିଲେ ଆଉ ଝିଅକୁ ପୁଅ ବୋଲି ଭାବି ହସ ଖୁସିରେ ରହିଥିଲେ। ତେଣୁ ଏହା ଆମକୁ ଶିକ୍ଷା ଦେଉଛି କି , ପୁଅ ଝିଅ ଉଭୟ ସମାନ ।