ବାହାରକୁ ଆସିଲା ଅଙ୍ଗନୱାଡି ଦିଦିଙ୍କର ଭିତିରି କଥା । ଭାଇରଲ ହେଲା କଲ ରେକର୍ଡ଼ ।

ପ୍ରାୟତଃ ସବୁ ଗାଁରେ ପିଲାଙ୍କ ପାଠ ପଢ଼ା ପାଇଁ ଅଙ୍ଗନୱାଡ଼ି ରହିଛି ଏବଂ ସେଠାରେ ସବୁ କାମ ଠିକ ଭାବରେ କରାଯାଉଛି । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଜଣେ ଅଙ୍ଗନୱାଡ଼ି ଦିଦିଙ୍କର ଏପରି କଥାବାର୍ତ୍ତା ଭାଇରଲ ହେଉଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଏହି ଦିଦି ଜଣେ ଅଙ୍ଗନୱାଡ଼ି ଦିଦି , କିନ୍ତୁ ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ଥାଉ ଥାଉ ଦିଦି ନିଜ ଘରେ ବୋର୍ଡ ଲଗାଇ ଖୋଲିଛନ୍ତି ଅଙ୍ଗନୱାଡ଼ି । ନିଜ ମନ ଇଚ୍ଛା କାମ ମଧ୍ୟ ଚଳାଉଛନ୍ତି । ଖାଲି ସେତିକି ନୁହେଁ , ଜଣେ ମିଡ଼ିଆ ପ୍ରତିନିଧିଙ୍କ ସହିତ କଲରେ କଥା ହେବା ସମୟରେ କିଛି ଭିତିରି କଥାର ରେକର୍ଡ଼ ମଧ୍ୟ ବର୍ତ୍ତମାନ ସମୟରେ ଭାଇରଲ ହେବାରେ ଲାଗିଛି ।

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରକୁ ଦେଖିଲେ ଲାଗିବ ଯେମିତି ଭୂତ କୋଠି । ଆଉ ଗାଁର ଅଙ୍ଗନୱାଡ଼ିର ହେଲ୍ପର କହୁଛନ୍ତି ଯେ , ବର୍ଷେ ତଳେ ରୋଷେଇ କରିଥିଲେ । ଆଉ ବର୍ତ୍ତମାନ ଏଠାକୁ କେହି ଆସୁ ନାହାଁନ୍ତି । ଅଙ୍ଗନୱାଡି ବନ୍ଦ ହୋଇ ଯାଇଛି । ସରକାରଙ୍କ ତରଫରୁ ଆସୁଥିବା ଅଣ୍ଡା ଏବଂ ଛତୁଆ ମଧ୍ୟ ପିଲାଙ୍କୁ ଦିଆଯାଉନାହିଁ ।

ଅଙ୍ଗନୱାଡ଼ି ମଧ୍ୟ ଏକ ବର୍ଷ ହେବ ଆଉ ଅଙ୍ଗନୱାଡ଼ିକୁ ଆସୁ ନାହାଁନ୍ତି । ଘରେ ଏକ ବୋର୍ଡ ଲଗାଇ ଅଙ୍ଗନୱାଡ଼ି କେନ୍ଦ୍ର ଭାବରେ ଚଳାଇଛନ୍ତି । ଆଉ ପଚାରିବା ବେଳକୁ କହୁଛନ୍ତି ଯେ ଆମ ଫୋନରେ ନେଟୱର୍କ ଆସୁନାହିଁ । ସେଥିପାଇଁ ଆମେ ବାହାରକୁ ଯାଉଛୁ । ଦୁର୍ଗମ ଅଞ୍ଚଳରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି ।

ହେଲେ ହେଲ୍ପରକୁ କିଛିବି ମିଳିନାହିଁ । ସେଥିପାଇଁ ସିଧା ସିଧା ଦିଦିଙ୍କ ଭିତିରି କଥା କହି ଦେଇଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚିପଦର ପଞ୍ଚାୟତଟ ଦରିଗଟି ଗାଁରେ । ସରକାରଙ୍କ ତରଫରୁ ଗର୍ଭ-ବତୀ ମହିଳା ଏବଂ ପିଲାଙ୍କ ପାଇଁ ଆସୁଥିବା କୌଣସି ଖାଦ୍ୟ ଲୋକଙ୍କୁ ମିଳୁନଥିବା ଅଭି-ଯୋଗ କରି ଆସିଛନ୍ତି ଗାଁ ଲୋକେ ।

ପୂର୍ବରୁ ମଧ୍ୟ ଉପର ଅଧିକାରୀ ଅଙ୍ଗନୱାଡ଼ି ଦିଦିଙ୍କୁ ଭଲ ଭାବରେ କାମ କରିବାକୁ କହିଥିଲେ । କିନ୍ତୁ ମଞ୍ଜୁଲା କାମ କରୁ ନାହାଁନ୍ତି । ବର୍ଷ ସାରା ରନ୍ଧା ଖାଦ୍ୟ ଦିଆଯାଇ ନାହିଁ ଏବଂ ବର୍ଷକୁ କେବଳ ଦୁଇ ଥର ଦିଆଯାଉଛି ବୋଲି ଜାଣିବାକୁ ମିଳିଛି । ଆଉ ଏପଟେ ଅଙ୍ଗନୱାଡ଼ି ଦିଦି ମଞ୍ଜୁଳା ନାୟକ ଙ୍କୁ ବି-ରୋଧ କରି କହିବା ପରେ ଓଲଟା ଗା-ଳି ଗୁ-ଲଜ କରିଛନ୍ତି ।

Leave a Reply

Your email address will not be published. Required fields are marked *