ଓଡ଼ିଶାର ବିଶିଷ୍ଟ ରାଜନେତା ମାନେ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ଆଜି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ । ଯାହା କାହାକୁ ବି ହୁଏତ ଅଛପା ନଥିବ । ଅର୍ଚ୍ଚନା ନାଗ ଜେଲ ଯିବା ମାମଲା ଠାରୁ ଆରମ୍ଭ କରି ଜେଲରୁ ଫେରିବା ଏବଂ ତାପରେ ଲୋ ପରୀକ୍ଷା ଦେବା ଏସବୁ ବିଷୟ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ଆଉ ବର୍ତ୍ତମାନ ସେହି ଅର୍ଚ୍ଚନାଙ୍କୁ ନେଇ ଆଉ ଏକ ମାମଲା ମଧ୍ୟ ଶୁଣିବାକୁ ମିଳୁଛି । କାରଣ ବର୍ତ୍ତମାନ ଏନ୍ଫୋର୍ସମେଣ୍ଟ ଡିରେକ୍ଟରେଟ ଅର୍ଥାତ ଇଡିଙ୍କ ପାଖକୁ ଅର୍ଚ୍ଚନା ଯିବା ଏବଂ ହଠାତ ମିଡ଼ିଆ ସାମ୍ନାରେ ଏଭଳି ଚେତାବନୀ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
କହିରଖିବୁ ଯେ ଲେଡି ବ୍ଲାକମେଲର କୁହାଯାଉଥିବା ଅର୍ଚ୍ଚନା ନାଗଙ୍କୁ ବର୍ତ୍ତମାନ କିଛି ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ସିଧା ସିଧା ଚେତାବନୀ ଦେଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସବୁଠି ବର୍ତ୍ତମାନ ବେଶ ଚର୍ଚ୍ଚା ଦେଖିବାକୁ ମିଳିଛି । ଆଜି ଅର୍ଚ୍ଚନା ନାଗଙ୍କୁ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ଅନେକ କିଛି ଅନୁମାନ କରାଯାଉଛି । କାରଣ ଯେତେବେଳେ ଏହି ବିଷୟରରେ ଅର୍ଚ୍ଚନାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କିଛି ତଥ୍ୟ ପ୍ରକାଶ କରିବେ ନାହିଁ ବୋଲି କହିଥିଲେ । କେବଳ ଆଗକୁ କଣ ହେବାକୁ ଯାଉଛି ସେ ବିଷୟରେ ସେ ଚେତାବନୀ ଦେଇଛନ୍ତି ।
ଅର୍ଚ୍ଚନା ନାଗ କହିଛନ୍ତି ଜୋର ଇଡି ପାଖରେ ସେ କରିଥିବା ଅଭିଯୋଗ ସବଜୁଡିସ ରହିଛି ତେଣୁ ସେ ବିଷୟରେ ସେ କାହାକୁ ଜଣାଇ ପାରିବେ ନାହିଁ । ବାସ ତାଙ୍କୁ ଫସାଇ ଥିବା ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କର ଖରାପ ସମୟ ଆସୁଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ତାଙ୍କୁ ଫସାଇ ଥିଲେ ସେମାନେ କାଠଗଡ଼ାକୁ ଟଣା ହୋଇ ଆସିବେ । ଆଉ ଖୁବ ଶୀଘ୍ର ଇଡିର ତଦନ୍ତ ସଫଳ ହେବ । ସେହିସବୁ ଲୋକ ମାନେ ଯେଉଁ ଦିନ ଦଣ୍ଡ ପାଇବେ ସେଦିନ ଅର୍ଚ୍ଚନା ନାଗଙ୍କ ପ୍ରତିଶତ ପୁରା ହେବ ବୋଲି ସେ କହିଛନ୍ତି ।