ଦୀର୍ଘ ଦିନ ବିତି ଯାଇଛି ଆଉ ଏହା ଭିତରେ ଅନେକ କାହାଣୀ ବଦଳି ଗଲାନି । ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ନିଜର ବିସ୍ତାର କରିଥିବା କଳା ସାମ୍ରାଜ୍ୟ ଉପରେ ତାଲା ପଡ଼ି ଯାଇଛି । ଆଉ ମିଳୁ ନାହିଁ କୋଟି କୋଟି ଟଙ୍କା କି ସେ ରାଜପ୍ରସାଦର ମହକ । ଆଉ ଆଖପାଖରେ ଘୁରି ବୁଲୁ ନାହାଁନ୍ତି ଚାକର । ବର୍ତ୍ତମାନ ଜଣେ ସାଧାରଣ ମଣିଷ ଭଳିଆ ଜୀବନ ବଞ୍ଚୁଛନ୍ତି ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ । ବଡ ବଡିଆ ମାନଙ୍କର ଆସର ଆଉ ତାଙ୍କ ଘରେ ଲାଗୁ ନାହିଁ କି , ଆଉ ତାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷର ସୁଅ ଛୁଟୁ ନାହିଁ ।
ଆଉ ସେହି ଶେଯରେ ବଡ ବଡ଼ିଆ ଆସି ରାତି କାଟି ପାରୁ ନାହାଁନ୍ତି । ଜେଲର ଚାରି କାନ୍ଥ ଭିତରେ ପୁରାପୁରି ଏକୁଟିଆ ହୋଇ ବସୁଛନ୍ତି ଅର୍ଚ୍ଚନା । କେବଳ ଆଖିରୁ ଲୁହ ଝରାଇବା ଛାଡି ଆଉ ତାଙ୍କ ପାଖରେ କିଛି ଉପାୟ ନାହିଁ । ତେବେ ଏହା ମଧ୍ୟରେ ଆପଣ ସମସ୍ତେ ଜାଣିଥିବେ କି , ଗତକାଲି ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଥିଲେ । ଆଉ ଜଜ୍ ଙ୍କ ଆଗରେ ତାଙ୍କ ସପକ୍ଷ ନେବା ପାଇଁ କାନ୍ଦି ପକାଇ ଥିଲେ । କିନ୍ତୁ ଏହାର ପରିଣତି କିଛି ବି ହୋଇ ପାରିନଥିଲା । ଏହାରି ମଧ୍ୟରେ ଇଡି ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ।
ଅନ୍ୟ ପକ୍ଷରେ ଇଡିର ଆବେଦନ ପରେ କୋର୍ଟ ଲେଡୀ ଡନ ଅର୍ଚ୍ଚନା ନାଗଙ୍କୁ ଜେରା କରିବା ପାଇଁ ସାତ ଦିନିଆ ରିମାଣ୍ଡରେ ନେଇ ଯିବାକୁ ଅନୁମତି ଦେଇଥିଲା । ତେବେ ଅର୍ଚ୍ଚନାଙ୍କୁ ଇଡି ନେଇଯିବା ପରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଥିଲା । ତେବେ ଏ କଥା କେତେ ଦୂର ସତ ସେ କଥା କହି ହେବ ନାହିଁ । ଦେଖିବାକୁ ମିଳିଥିଲା କି , ଇଡି କାର୍ଯ୍ୟାଳୟ ଭିତରକୁ ଜଣେ ବ୍ୟକ୍ତି ନୂଆ ଗଦି ଆଉ ନୂଆ ତକିଆ ସହିତ ମସିଣା ନେଇ ଯାଉଥିଲେ । ତେବେ ଅନୁମାନ କରାଯାଉଛି କି , ସୁନ୍ଦରୀ ଅର୍ଚ୍ଚନା ପାଇଁ ଏହି ସବୁ ବ୍ୟବସ୍ଥା କରାଯାଉଛି ବୋଲି କୁହାଯାଉଛି ।
ସୁନ୍ଦରୀ ଅର୍ଚ୍ଚନା ଏତେ ଦିନ ହେଲାଣି ଜେଲ ଚାରି କାନ୍ଥ ଭିତରେ ରହି ଶୁଖି ଯାଇଥିବେ । ସେଥି ପାଇଁ ଏତେ ଦିନ ପରେ ଅତିଥି ଚର୍ଚ୍ଚା କରିବା ପାଇଁ ଏପରି ପଦକ୍ଷେପ ନିଆ ଯାଉଛି ବୋଲି କୁହାଯାଉଛି । ବ୍ଲାକେମଲ କୁଇନଙ୍କୁ ଯେପରି ଆଉ କିଛି ଅସୁବିଧା ନ ହୁଏ , ସେଥିପାଇଁ ଇଡି ଏପରି ପ୍ରସ୍ତୁତି କରିଛି ।
ବ୍ଲାକମେଲ କୁଇନଙ୍କୁ ଯେପରି ଆରାମରେ ରଖାଯିବ ଆଉ ତାଙ୍କ ଠାରୁ ସବୁ ସତ ବାହାର କରାଯିବ , ସେଥିପାଇଁ ଏହାକୁ ଇଡିର ପ୍ରସ୍ତୁତି ବୋଲି କୁହାଯାଉଛି । ତେବେ ଏହି କଥା ସତ ନା ମିଛ ସେ କଥା କହି ହେବ ନାହିଁ । କିନ୍ତୁ ଗତକାଲି ଇଡି କାର୍ଯ୍ୟାଳୟରେ ଏହି ସବୁ ଜିନିଷ ଦେଖିବାକୁ ମିଳିଥିଲା ।