ବାହାଘରକୁ ତିନି ମାସ ହୋଇ ନାହିଁ , ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି ନଦୀରେ ପକାଇ ଦେଲା ସ୍ଵାମୀ ….

ମଣିଷ ତାର ମଣିଷପଣିଆ ହଜାଇ ଦେଇଛି ଆଉ ଧିରେ ଧିରେ ନୃଶଂସତା ଆଡକୁ ମାଡି ଚାଲିଛି । ଏପରି ଅନେକ ଘଟଣା ସାମ୍ନାକୁ ଆସିଛି , ଯେଉଁଠି କିଏ ନିଜ ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଫୋପାଡ଼ି ଦେଉଛି ତ ଆଉ ପୁଣି କେଉଁଠି ନିଜ ସ୍ତ୍ରୀଙ୍କୁ କିଏ ହତ୍ୟା କରି ଶରୀରକୁ କାଟି ଫ୍ରୀଜ ମଧ୍ୟରେ ରଖି ଦେଉଛି । ତେବେ ପୁଣି ଥରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି , ତାହା ପୁଣି ଓଡ଼ିଶାରେ । ଏଠାରେ କେହି ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରି ନାହିଁ , ଜଣେ ସ୍ଵାମୀ ନିଜ ସ୍ତ୍ରୀର ହତ୍ୟା କରିଛି ।

ତେବେ ହଁ ଆଜ୍ଞା , ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଆଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହକୁ ତିନି ମାସ ନ ହେଉଣୁ ସ୍ଵାମୀ ତାର ସ୍ତ୍ରୀକୁ ହତ୍ୟା କରି ଦେଇଛି ଆଉ ତାହା ପୁଣି କିଛି ଟଙ୍କାକୁ କେନ୍ଦ୍ର କରି । ଆଉ ନିଜର ଦୋଷ ଧରା ପଡ଼ିବା ପରେ ପୋଲିସ ଆଗରେ ସବୁକିଛି ଖୋଲି କରି କହି ଦେଇଛି ଅଭିଯୁକ୍ତ । ତେବେ ପୋଲିସ ସେହି ଅଭିଯୁକ୍ତ ଜଣକୁ ନେଇ ବର୍ତ୍ତମାନ ସମୟରେ ସିନ ରିକ୍ରିଏସନ କରିବାରେ ଲାଗିଛି । ସୂଚନା ଅନୁଯାୟୀ , ତିନି ମାସ ତଳେ ଅଭିଯୁକ୍ତ ନାରାୟଣ ସହିତ ସୋରଡ଼ା ଶିବ ମନ୍ଦିରରେ ମୃତ ବୁଲିଙ୍କ ବିବାହ ହୋଇଥିଲା ।

ବିବାହ ପରେ ସବୁକିଛି ଠିକ୍ ଚାଲିଥିଲା ।ଉଭୟ ସ୍ବାମୀ ସ୍ତ୍ରୀ ହସ ଖୁସିରେ ସଂସାର ଚଳାଇ ଥିଲେ । ଆଉ ଦୁହେଁ ମିଶି କରି ଅନେକ ଜାଗା ମଧ୍ୟ ବୁଲିବାକୁ ଯାଇଥିଲେ । ଦୁହେଁ ନିଜ ହସ ଖୁସିର ସଂସାରରେ ହଜି ଯାଇଥିଲେ । କିନ୍ତୁ ହଠାତ୍ ସବୁକିଛି ବଦଳି ଯାଇଥିଲା । ଏକଦା ଟଙ୍କା ଦରକାର ହେବା କାରଣରୁ ନାରାୟଣ ବୁଲିକୁ ତାଙ୍କ ସୁନା ଚେନ୍ ମାଗିଥିଲେ । କିନ୍ତୁ ବୁଲି ଦେବାକୁ ମନା କରି ଦେଇଥିଲେ । ଆଉ କହିଥିଲେ ଏହାକୁ ଦେଇ ପାରିବି ନାହିଁ । ଯାହା ପରେ ନାରାୟଣ ଏବଂ ବୁଲି ମଧ୍ୟରେ ଅନେକ ପାଟିତୁଣ୍ଡ ହୋଇଥିଲା ।

ଆଉ ଶେଷରେ ନାରାୟଣ ରାଗି ଯାଇ ଏକ ଓଢଣା ସାହାଯ୍ୟରେ ବୁଲିଙ୍କ ବେକକୁ ଚାପି ଦେଇଥିଲେ । ଯାହା ପରେ ଘଟଣା ସ୍ଥଳରେ ହିଁ ବୁଲିଙ୍କ ଜୀବନ ଚାଲି ଯାଇଥିଲା । ତାପରେ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଋଷିକୂଲ୍ୟା ନଦୀ ନିକଟକୁ ନେଇ ଯାଇ ଏକ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରି ହାଣି ପକାଇ ଥିଲେ ।

ଆଉ ଗୋଟି ଗୋଟି ଖଣ୍ଡକୁ ନଦୀରେ ଭସାଇ ଦେଇଥିଲେ । ତେବେ ପୋଲିସ ଜାଣିବା ପରେ ଘଟଣାର ତଦନ୍ତ କରିଥିଲା ଆଉ ସିନ ରିକ୍ରିସନ କରାଇ ଥିଲା । ଆଉ ପୋଲିସ ଆଗରେ ସବୁ ସତ ମାନି ଯାଇଥିଲା ଅଭିଯୁକ୍ତ ନାରାୟଣ । ତେବେ ବର୍ତ୍ତମାନ ନଦୀରୁ ମୃତ ବୁଲିଙ୍କ ଗୋଡ ମିଳିଛି ।

Leave a Reply

Your email address will not be published. Required fields are marked *