କୁନି ପୁଅ ଶୁଭଜିତକୁ ମଶାଣୀକୁ ନେବା ଆଗରୁ କଢ଼ା ଗଲା୮ ଟି ଅଙ୍ଗ । ବାପା ମା’ ନେଲେ ଏଭଳି କଠୋର ନିଷ୍ପତ୍ତି ।

ବାପା ମା’ ଆଖି ସାମ୍ନାରେ ଜଣେ କୁନି ପୁଅର ଜୀବନ ଯିବ ତାହାକୁ କିଏ ବା ସହି ପାରିବ ? କିନ୍ତୁ ସେହି ମୁହୂର୍ତ୍ତରେ କେତେ ଜଣ ବାପା ମା’ ଅଙ୍ଗ ଦାନ କରିବା ଭଳି ନିଷ୍ପତ୍ତି ନେଇ ପାରନ୍ତି । ତାହା ଏହି ଦୁଇ ବାପା ମା’ କରିଛନ୍ତି । ଯାହା ଶୁଣିଲେ ଆପଣବି କାନ୍ଦି ପକାଇବେ ଏବଂ ଟିକିଏ ଖୁସି ମଧ୍ୟ ହେବେ କାରଣ ତାଙ୍କର ସେହି ନିଷ୍ପତ୍ତି କାରଣରୁ ଏକାଧିକ ଲୋକ ନୂଆ ଜୀବନ ପାଇବେ ।

ସୂଚନା ଅନୁଯାୟୀ ଭୁବନେଶ୍ୱର କଳ୍ପନା ଅଞ୍ଚଳର ଶୁଭଜିତ ସାହୁ ସ୍ଥାନୀୟ ବିଜୟନ ସ୍କୁଲର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ସ୍କୁଲ ଗୁଡ଼ିକରେ ପରୀକ୍ଷା ଚାଲୁଥିବାରୁ ଗତ ବୁଧବାର ଦିନ ସକାଳେ ଶୁଭଜିତ ସ୍କୁଲରେ ପରୀକ୍ଷା ଦେଉଥିଲେ । ଆଉ ପରୀକ୍ଷା ଦେଉଥିବା ବେଳେ ହୋଲରେ ବସିଥିବା ସମୟରେ ଶୁଭଜିତ ହଠାତ ଅଚେତ ହୋଇ ପଡ଼ିଥିଲେ ।

ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟରେ ବିଶେଷ କିଛି ସୁଫଳ ନମିଳିବାରୁ ତାଙ୍କୁ ପୁଣିଥରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ ହେଁ ହଠାତ ତାଙ୍କର ଜୀବନ ଚାଲି ଯାଇଥିଲା । ଡାକ୍ତରଙ୍କ ଠାରୁ ନିରାଶ ଜନକ ଖବର ଶୁଣିବା ପରେ ପୁରା ପରିବାର ଭାଙ୍ଗି ପଡ଼ିଥିଲେ । ମା’ ଜଣକ ନିଜ କୁନି ପୁଅକୁ ଏଭଳି ଅବସ୍ଥାରେ ଦେଖି ଆଦୋୖ ସହିପାରୁ ନଥିଲା । ଶେଷରେ ବାପା ମା’ ପୁଅର ଅଙ୍ଗ ଦାନ କରିବାକୁ କଠୋର ନିଷ୍ପତ୍ତି ନେଇଥିଲେ ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କେଉଁ ସବୁ ଅଙ୍ଗକୁ କଢ଼ା ଯାଇଥିଲା । ତେବେ କହିରଖିବୁ ଯେ ଶୁଭଜିତ ଆଖି ବୁଜିଥିବା ସେହି ଘରୋଇ ହସ୍ପିଟାଲରେ ଅଙ୍ଗ ସଂଗ୍ରହ କରାଯାଇଥିଲା । ତେବେ ତାଙ୍କର ଯୋଡ଼ାଏ ଆଖି , ଦୁଇଟି କିଡ୍ନୀ , ହୃତପିଣ୍ଡ , ଦୁଇଟି ଫୁସଫୁସ ଏବଂ ପାନକ୍ରିୟାଜ୍ ମଧ୍ୟ ତାଙ୍କ ଶରୀରରୁ କାଢ଼ି ନିଆଯାଇଥିଲା । ଯାହାକି ଅନ୍ୟ ମାନଙ୍କୁ ନୂଆ ଜୀବନ ଦେବ । ଏହିଭଳି ଭାବରେ ବାପା ମା’ ଆଠଟି ଅଙ୍ଗକୁ ଦାନ କରିଛନ୍ତି । ଆଉ ଶୁଭଜିତ ସବୁଦିନ ପାଇଁ ଏହି ଦୁନିଆରେ ଅମର ହୋଇ ରହିଗଲେ ।

Leave a Reply

Your email address will not be published. Required fields are marked *