ବିଶ୍ୱର ସୁନ୍ଦରୀ କନ୍ୟା ଯିଏକି ହାତ ନ ଲଗାଇ ୫୦ ହଜାର ସୈନ୍ୟକୁ ମାରି ଦେଇଥିଲେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆପଣମାନେ ଗୁପ୍ତଚର ଶବ୍ଦ ନିଶ୍ଚିତ ଶୁଣିଥିବେ। ରାଜା ମହାରାଜାଙ୍କ ସମୟରେ ଗୁପ୍ତଚର ମାନେ ରାଜାଙ୍କ ସନ୍ଦେଶ ନେଇ ତାଙ୍କର ବିପକ୍ଷ ରାଜାଙ୍କୁ ଦେଇଥାନ୍ତି। ଏପରି ନିଜ ରାଜ୍ୟ ଉପରେ ଅନ୍ୟ କୌଣସି ଶତ୍ରୁ ରାଜାଙ୍କ ସଙ୍କଟ ରହିଥିଲେ ତେବେ ସେମାନେ ଛଦ୍ମବେଶରେ ଶତ୍ରୁ ରାଜାଙ୍କ ସମସ୍ତ ଯୋଜନ ଜାଣନ୍ତି ଏବଂ ଯୋଜନା ବିଷୟରେ ଜାଣିବା ପରେ ନିଜ ରାଜ୍ୟକୁ ଫେରି ଆସି ରାଜାଙ୍କୁ ଶତ୍ରୁର ଯୋଜନା ବିଷୟରେ କହିଥାନ୍ତି। ଏହିପରି ଭାବରେ ସେମାନେ ନିଜ ରାଜ୍ୟକୁ ବିପଦରୁ ରକ୍ଷା କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ ଏକ ଖବର କହିବାକୁ ଯାଉଛୁ।

ଗୁପ୍ତଚର ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ସେମାନେ ଏହି ସବୁ ବିପଦକୁ ଆପଣାଇ ଦେଇଥାନ୍ତି। ତେବେ ସେମାନେ କେବେବି ହାର ମାନନ୍ତି ନାହିଁ। ତାଙ୍କର କାର୍ଯ୍ୟ ନିଆଁ ସହ ଖେଳିବା ହୋଇଥାଏ। ଗୁପ୍ତଚର କହିଲେ ସାଧାରଣତଃ ଅଧିକାଂଶ ପୁରୁଷ ମାନଙ୍କ କଥା ମନେ ପଡେ। ହେଲେ ଆଜି ଆମେ ଆପଣଙ୍କୁ ଏକ ମହିଳା ଗୁପ୍ତଚର ବିଷୟରେ କହିବାକୁ ଯାଉଛୁ। ତେବେ ତାଙ୍କର କାମ ଶୁଣିବା ପରେ ଆପଣ ଅତି ସହଜରେ ତାହାକୁ ବିଶ୍ୱାସ କରି ପାରିବେ ନାହିଁ।

ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଯେତେବେଳେ ଦୁନିଆର ସବୁଠୁ ସୁନ୍ଦରୀ ଏବଂ ବୁଦ୍ଧିମତି ମହିଳା ଗୁପ୍ତଚର କଥା ପଡେ ସେତେବେଳେ ମାତା ହାରିଙ୍କ କଥା ସମସ୍ତଙ୍କର ମନେ ପଡେ। ସେ ଗୁପ୍ତଚର ଜ୍ଞାନରେ ଖୁବ ପ୍ରଶିକ୍ଷଣ ଥିଲେ। ତାଙ୍କର ରୂପରେ ଯେ କୌଣସି ଲୋକର ମନ ଆକୃଷ୍ଟ କରି ପାରି ଦେଉଥିଲେ। ଛଳନା କରି ଅନେକ ପୁରୁଷଙ୍କୁ ଜାଲରେ ଫସେଇ ଦେଉଥିଲେ।

ମାତା ହାରିଙ୍କର ଜନ୍ମ ୧୮୭୬ ମସିହାରେ ନିଦରଲ୍ୟାଣ୍ଡରେ ହୋଇଥିଲା। ତେବେ ତାଙ୍କର ପ୍ରକୃତ ନାମ ହେଉଛି ଗେରତୃଡ଼ ମାଗରିଟ। ସେ ଏତେ ସୁନ୍ଦରୀ ଥିଲେ ଯେ କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିବେ ଯେ ସେ ଜଣେ ଗୁପ୍ତଚର ହୋଇଥିବେ। ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧ ଚାଲିଥିଲା, ସେତେବେଳେ ଜର୍ମାନୀ ମାତା ହାରିଙ୍କୁ ଟଙ୍କା ବଦଳରେ ସୂଚନା ପ୍ରଦାନ କରିବାର ଅଫର ଦେଇଥିଲା।

ତେବେ ସେ ନିଜ ଜୀବନକୁ ବିପଦରେ ପକାଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ହିଟଲର୍ ଙ୍କୁ ପ୍ରଦାନ କରିଛନ୍ତି। ହେଲେ ଦିନେ ସେ ଉଭୟ ବ୍ରିଟେନ ଏବଂ ଫ୍ରାନ୍ସର ତଥ୍ୟ ପ୍ରଦାନ କରୁଥିବା ବେଳେ ଫ୍ରାନ୍ସର ଗୁପ୍ତଚର ମାନଙ୍କ ସନ୍ଦେହ ମାତା ହାରିଙ୍କ ଉପରେ ପଡିଥିଲା ଏବଂ ସେମାନେ ତାଙ୍କୁ ଗିରଫ କରି ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କୁ ଅନେକ ଅତ୍ୟାଚାର କରାଯାଇଥିଲା ହେଲେ ସେ ନିଜର ଗୁପ୍ତଚର ଭୂମିକା ସଠିକ ଭାବରେ ପରିଚାଳନା କରିଥିଲେ।

ତେବେ ସେ ମୁଁହ ନ ଖୋଲିବାରୁ ଶେଷରେ ଅତ୍ୟାଚାର ସହି ନ ପାରି ପ୍ରାଣ ହରାଇ ଥିଲେ। ହେଲେ ମରିବା ପୂର୍ବରୁ ଜର୍ମାନୀ ପାଇଁ ଏକ ବଡ଼ କାମ କରି ଦେଇଥିଲେ। ତାହା ହେଉଛି ସନ୍ଦେଶ ପଠେଇବା। ଯାହାଫଳରେ ଜର୍ମାନୀ ସରକାର ଫ୍ରାନ୍ସର ୫୦ ହଜାର ସୈନ୍ୟକୁ ମାରି ପାରିଥିଲେ।

Leave a Reply

Your email address will not be published. Required fields are marked *