ପ୍ରଥମ ଥର ପାଇଁ ଗୋବରରେ ତିଆରି ସୁଟକେସରେ ଉପସ୍ଥାପିତ କରାଗଲା ବଜେଟ୍ । ସୁଟକେସ୍ ଉପରେ ଲେଖା ଥିଲା ‘ଗୋମୟ ବସତେ ଲକ୍ଷ୍ମୀ’ ।

ଦେଶରେ ବିଜେପିର ପ୍ରାଧାନ୍ୟ ବଢିବା ପରଠାରୁ ଅନ୍ୟ ଦଳମାନେ ମଧ୍ୟ ଭାରତୀୟ ଧର୍ମ ଓ ସଂସ୍କୃତି ପ୍ରତି ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ବୁଧବାର ଦିନ ଯେତେବେଳେ ଛତିଶଗଡ଼ର କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବଜେଟ୍ ଉପସ୍ଥାପନ କରିଥିଲେ, ସେତେବେଳେ ତାଙ୍କ ହାତରେ ଗାଈ ଗୋବରରେ ତିଆରି ଏକ ବାକ୍ସ ଥିଲା । ଏହା ପ୍ରଥମ ଥର ଥିଲା ଯେ ଦେଶର କୌଣସି ରାଜ୍ୟ ସରକାର ଗାଈ ଗୋବରରେ ତିଆରି ହୋଇଥିବା ସୁଟକେସରେ ବଜେଟ୍ ଉପସ୍ଥାପନ କରିଥିଲେ । ବାକ୍ସ ଉପରେ ସଂସ୍କୃତ ରେ ଲେଖା ହୋଇଥିଲା ‘ଗୋମୟ ବସତେ ଲକ୍ଷ୍ମୀ’, ଯାହାର ଅର୍ଥ ହେଉଛି ‘ଗାଇ ଗୋବରରେ ଲକ୍ଷ୍ମୀ ରୁହନ୍ତି’ ।

ଦେଶରେ ପ୍ରଥମ ଥର ପାଇଁ ଏହା ଘଟିଲା ​​ଯେ ଜଣେ ମୁଖ୍ୟମନ୍ତ୍ରୀ ଗାଈ ଗୋବରରେ ତିଆରି ଏକ ବାକ୍ସ ରେ ବଜେଟ୍ ଉପସ୍ଥାପନ କଲେ । ସାଧାରଣତଃ ବଜେଟ୍ ଉପସ୍ଥାପନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମାନେ ଚମଡା ରେ ନିର୍ମିତ ବ୍ରିଫକେସ୍ ବ୍ୟବହାର କରୁଛନ୍ତି । ଏହି ବ୍ରିଫକେସ୍ କୁ ରାୟପୁର ଗୋକୁଳ ଧାମ ଗୌଠାନ ରେ କାମ କରୁଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ‘ଏକ ପହଲ’ ତିଆରି କରିଛନ୍ତି ।

ରାୟପୁରର ମ୍ୟୁନିସିପାଲିଟି କର୍ପୋରେସନ୍ ଗୋକୁଳ ଧାମ ଗୋଠାନରେ କାର୍ଯ୍ୟ କରୁଥିବା “ଏକ ପହଲ୍” ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଈ ଗୋବର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରି ଏହି ବ୍ରିଫକେସ୍ ତିଆରି କରିଥିଲେ । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏହି ବ୍ରିଫକେସରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବ୍ରିଫକେସ୍ ଟି ଗାଈ ଗୋବର ପାଉଡର, ଚୁନା ପାଉଡର ଏବଂ ମଇଦା କାଠର ମିଶ୍ରଣ କୁ ସ୍ତର ସ୍ତର କରି ଲଗାଇ 10 ଦିନର କଠିନ ପରିଶ୍ରମ ଦ୍ଵାରା ଏହା ପ୍ରସ୍ତୁତ କରାଯାଇଛି ।

ବଜେଟ୍ ପାଇଁ ବିଶେଷ ଭାବରେ ଡିଜାଇନ୍ ହୋଇଥିବା ଏହି ବ୍ରିଫକେସ୍ ର ହ୍ୟାଣ୍ଡଲ୍ ଏବଂ କୋଣ କୋଣ୍ଡାଗାଁଓ ସହରର ବସ୍ତର କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି ।

ଛତିଶଗଡରେ ଗୋବରକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଛତିଶଗଡର ତେଜ ପର୍ବରେ ଘରଗୁଡ଼ିକୁ ଗୋବରରେ ଲିପାଯାଏ । ଏଥିରୁ ପ୍ରେରଣା ଗ୍ରହଣ କରି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ଏହି ଗୋବର ବ୍ରିଫକେସ୍ ପ୍ରସ୍ତୁତ କରାଯାଇଛି ଯାହା ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି ବ୍ରଫକେସ୍ ଠାରୁ ଲକ୍ଷ୍ମୀ ଛତିଶଗଡର ପ୍ରତ୍ୟେକ ଘରେ ପ୍ରବେଶ କରିବେ ଏବଂ ଛତିଶଗଡର ପ୍ରତ୍ୟେକ ନାଗରିକ ଆର୍ଥିକ ସ୍ତର ରେ ସମୃଦ୍ଧ ହୋଇପାରିବେ ।

ବାସ୍ତବରେ 2021 ମସିହାରେ ଛତିଶଗଡରେ ଗୋଧନ ନ୍ୟାୟ ​​ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ପଶୁ ପାଳନ କରୁଥିବା ଚାଷୀଙ୍କଠାରୁ ଗୋବର କିଣୁଛନ୍ତି ଏବଂ ଏହା ବଦଳରେ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯଉଛି । ଏଥିପାଇଁ ସରକାର ବିଭିନ୍ନ ରାଜ୍ୟରେ ଗୌଠାନ ମଧ୍ୟ ନିର୍ମାଣ କରିଛନ୍ତି । ସେମାନଙ୍କର ଗୋବର କମ୍ପୋଷ୍ଟ ଖତ ତିଆରି କରିବା ପାଇଁ ବ୍ୟବହୃତ ହୁଏ ।

Leave a Reply

Your email address will not be published. Required fields are marked *