ବୋଲଡ଼ କୁଇନ ନିଶା ମହାରଣାଙ୍କୁ ନେଇ ଏମିତି କିଛି କହିଲେ କର୍ମୀ । ଏମିତିକି ତାଙ୍କୁ କଂଗ୍ରେସ ଭବନ ପଶିବାକୁ ମଧ୍ୟ ସେ ମନା କରି ଦେଇଛନ୍ତି । ଆଜ୍ଞା ହଁ ! ହୋଲିରେ ହଟହଟା ହୋଇଛନ୍ତି ଯାତ୍ରାର ବୋଲଡ଼ ଡାନ୍ସର ନିଶା ମହାରଣା । ଅର୍ଦ୍ଧନଗ୍ନ ନାଚ ଦ୍ୱାରା ଲୋକଙ୍କୁ ଆକର୍ଷିତ କରୁଥିବା ନିଶା ମହାରଣାଙ୍କୁ ଜଣେ କର୍ମୀ କଂଗ୍ରେସ ଭବନ ମନା ବୋଲି କହିଛନ୍ତି । ସେ କଂଗ୍ରେସ ଭବନକୁ ଆସିଲେ ତାହା କୁଆଡ଼େ ଅପବିତ୍ର ହୋଇଯିବ ବୋଲି ମଧ୍ୟ କହିଛନ୍ତି । ସେହି ନିଶା ମହାରଣା ବର୍ତ୍ତମାନ କଂଗ୍ରେସ ଭବନରେ ଅପଦସ୍ଥ ହୋଇଛନ୍ତି । ତାଙ୍କୁ ନାରୀ ନେତ୍ରୀ ମାନେ ଠେଲି ବାହାର କରି ଦେଇଛନ୍ତି ।
ନିଶା ମହାରଣା ସୁର ରାଉତରାୟଙ୍କୁ ଭେଟିବାକୁ ଆସି ଧକ୍କା ଖାଇଛନ୍ତି । ନାରୀ ନେତ୍ରୀ ମାନେ ତାଙ୍କୁ ଧକ୍କା ମାରି ବାହାର କରି ଦେଇଛନ୍ତି । କହିରଖିବୁ ଯେ ଗତକାଲି ହୋଲିରେ ସୁର ରାଉତରାୟ କଂଗ୍ରେସ ଭବନ ଆସିଥିଲେ । ଆଉ ତାଙ୍କୁ ଦେଖା କରି ରଙ୍ଗ ଲଗାଇବାକୁ ଆସିଥିଲେ ନିଶା ମହାରଣା । କିନ୍ତୁ ନାରୀ ନେତ୍ରୀ ମାନେ ତାଙ୍କୁ କଂଗ୍ରେସ ଭବନକୁ ପ୍ରବେଶ କରିବାକୁ ସୁଦ୍ଧା ମନା କରି ଦେଇଥିଲେ ।
ସୁଭଦ୍ରା ମିଶ୍ର ନାମକ ଜଣେ ମହିଳା ଖୋଲାଖୋଲି ଭାବରେ କହିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ନିଶା ମହାରଣାଙ୍କ ନାମରେ ଏକ ଅଭିଯୋଗ ଦେଇଥିଲେ । ଆଉ ଗତକାଲି ସେ ଏବଂ ଆଉ କିଛି କର୍ମୀ ମିଶି ତାଙ୍କୁ ଧକ୍କା ମାରି ବାହାର କରିଥିଲେ । ଆଗାମୀ ନିର୍ବାଚନରେ କଂଗ୍ରେସରେ ସାମିଲ ହେବାପାଇଁ ବୋଧହୁଏ ନିଶା ମହାରଣା ଚିନ୍ତା କରିଥିଲେ ।
କିନ୍ତୁ ସେଭଳି କିଛିବି ହେଲା ନାହିଁ ଏବଂ କଂଗ୍ରେସ ଦଳ ନାରୀ ନେତ୍ରୀ ମାନେ ତାଙ୍କୁ ଧକ୍କା ମାରି ବାହାର କରି ଦେଇଛନ୍ତି । ଏହାପରେ ନିଶା ଉତ୍କ୍ଷିପ୍ତ ହୋଇ ଉଠିଛନ୍ତି ଏବଂ କହିଛନ୍ତି ଯେ ଷ୍ଟେଜ୍ ରେ ନଗ୍ନ ହୋଇବ ନାଚିବା ତାଙ୍କ ପ୍ରଫେସନ ଅଟେ । କିନ୍ତୁ ସେ କଂଗ୍ରେସ ଭବନ ସାଲୱାର କମିଜ ପିନ୍ଧି ଆସିଥିଲେ । କିନ୍ତୁ ତଥାପି ତାଙ୍କୁ ବାହାର କରି ଦିଆଗଲା । ଯାହାକି ଆଦୋୖ ଠିକ ନୁହେଁ । କହିରଖିବୁ ଯେ ନିଶା ମହାରଣା ସୁର ରାଉତରାୟଙ୍କୁ ରଙ୍ଗ ଲଗାଇବାକୁ ଆସିଥିଲେ । ଆଉ ରଙ୍ଗ ଲଗାଇବା ପରେ ତାଙ୍କୁ କଂଗ୍ରେସ ନାରୀ ନେତ୍ରୀ ମାନେ ଧକ୍କା ମାରି ବାହାର କରି ଦେଇଥିଲେ । ତେବେ ବର୍ତ୍ତମାନ ଏହାକୁ ନେଇ ନିଶା ମହାରଣା ଥାନାରେ କେଶ ମଧ୍ୟ କରି ପାରନ୍ତି ।