ଦାଦା ମାନିଲାନି ବାପା ଝିଅର ସମ୍ପର୍କ। ଏମିତି କିଛି କରି ବସିଲା ଦାଦା, ଯାହା ପାଇଁ ଚାଲିଗଲା ଝିଆରୀର ଜୀବନ।

ଦାଦା ମାନିଲାନି ବାପା ଝିଅର ସମ୍ପର୍କ। ସଇତାନ ସାଜି ନେଇଗଲା ନାବାଳିକା ଝିଆରୀର ଜୀବନ। ଖାଲି ଜୀବନ ନେଇନି ଦୁଷ୍କର୍ମ କରି ଅତି ନୃଶଂସ ଭାବରେ ହତ୍ୟା କରିଛି ନିଜର ସମ୍ପର୍କୀୟ ଝିଆରୀକୁ। ହଁ ଆଜ୍ଞା ବନ୍ଧୁଗଣ ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏଭଳି ଚାଂଚଲ୍ୟକର ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲାରେ। ୫ ବର୍ଷର ନାବାଳିକା ଝିଆରୀର ଜୀବନ ନେଇଯାଇଛି ସମ୍ପର୍କୀୟ ଦାଦା। ଆଉ ଦାଦା ଝିଆରୀ ସମ୍ପର୍କରେ କଳଙ୍କ ଲଗେଇଦେଇଛି।

ବନ୍ଧୁଗଣ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କୋଳିଅଁଳା ଥାନା ଅଞ୍ଚଳରେ। ରିପୋର୍ଟ ଅନୁସାରେ ଗତ କାଲି ମୟୁରଭଞ୍ଜ ଜିଲ୍ଲାରେ ଶେଷ ମତଦାନ ରହିଥିଲା। ଆଉ ଏତିକିବେଳେ ଘରେ ଲୋକେ ଭୋଟ ଦେବା ପାଇଁ ଯାଇଥିବା ବେଳେ ସମ୍ପର୍କୀୟ ଦାଦା ଝିଅକୁ ବୁଲାଇବା ପାଇଁ ନେଇଯାଇଥିଲା।

କିନ୍ତୁ ବହୁତ ସମୟ ପରେ ଝିଅ ଘରକୁ ନଫେରିବାରୁ ସମସ୍ତେ ଚିନ୍ତିତ ହୋଇ ଖୋଜାଖୋଜି କରିଥିଲେ। ପରେ ଅସଞ୍ଜତ ଅବସ୍ଥାରେ ପାଖ ଜଙ୍ଗଲରେ ସେ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ।ଗ୍ରାମର କିଛି ମହିଳା ଅଭିଯୁକ୍ତ ଦାଦା ସହିତ ଝିଅଟି ସେପଟେ ଯାଇଥିବାର ଦେଖିଥିଲେ। ଆଉ ତାକୁ ସନ୍ଧ୍ୟା ହେବାରୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ।ସେପଟେ ମାମଲା ଯାଇ ଥାନାରେ ପହଁଚିବା ପରେ କୋଳିଅଁଳା ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି। ଏପଟେ ନାବାଳିକା ଝିଅର ସୋମର୍କୀୟ ମାନେ ଭୋ ଭୋ ହୋଇ କାନ୍ଦୁଛନ୍ତି।

Leave a Reply

Your email address will not be published. Required fields are marked *