ଏମିତି ଖରା ଯେ ପାଦ ଦେଇହେଉନି। ତଥାପି ୪ କାନ୍ଥ ଭିତରେ ତପସ୍ୟା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସମୁଦ୍ର ମଝିରେ ଗୋଟିଏ ରାତି ଏମିତି କାଟିଲେ।।ସେଠାରେ ନା ଏସି ଅଛି ନା ଫ୍ୟାନ। ହଁ ଆଜ୍ଞା ୪୦ ଡିଗ୍ରୀ ତାପମାତ୍ରାରେ ବି ଧ୍ୟାନ ମୁଦ୍ରାରେ ବସିଛନ୍ତି ମୋଦୀ। ସାମ୍ନାକୁ ଆସିଲା କିଛି ଫୋଟ। ନିର୍ବାଚନ ଟେନସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଟିକିଏ ଶାନ୍ତି।
କନ୍ୟାକୁମାରିରେ ଥିବା ବିବେକାନନ୍ଦର ରକ୍ ମେମୋରିଆଲରେ ଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ। ହେଲେ ଥରେ ଚିନ୍ତା କରନ୍ତୁ ଅସହ୍ୟ ଖରାରେ କେମିତି ଧ୍ୟାନ କରୁଛନ୍ତି ମୋଦୀ। ଟିକେ ଏହି ଫୋଟଟିକୁ ଦେଖନ୍ତୁ କେମିତି ବଦଳି ଯାଇଛି ମୋଦୀଙ୍କ ରୂପ ମଥାରେ ସିନ୍ଦୂର ଚନ୍ଦନ ଚିତା। ହାତରେ ଧରିଛନ୍ତି ରୁଦ୍ରାକ୍ଷ ଜପାମାଳି। ଦେହରେ ଗେରୁଆ ବସ୍ତ୍ର ଧାରଣ କରିଛନ୍ତି। ଆଉ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଉଛନ୍ତି।
ହିନ୍ଦୁ ଶାସ୍ତ୍ରରେ ଏଭଳି ମାନ୍ୟତା ରହିଛି ଯେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାରେ ବଡ଼ ରୁ ଅତି ବଡ଼ ବି କଷ୍ଟ ଦୂର ହୋଇଥାଏ। ତେବେ ମୋଦୀ ଏମିତି ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଏମିତି ଧ୍ୟାନ ମୁଦ୍ରାରେ ରହିବେ। ସାଧୁ ସନ୍ଥଙ୍କ ଭଳି ପୁରା ରାତି କାଟି ସାରିଲେଣି ମୋଦୀ। ହେଲେ ସମସ୍ତଙ୍କ ପ୍ରଶ୍ନ ହେଲା ଏତେ ଖରାରେ ସେଠି କେମିତି ରହୁଛନ୍ତି ମୋଦୀ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ୬ କୋଠରୀ ରୁ ମୋଦୀ ଯେଉଁ କୋଠରୀରେ ତପସ୍ୟା କରୁଛନ୍ତି ତାହା ଗ୍ରାନାଇଟ ପଥରରେ ହିଁ ନିର୍ମିତ ହୋଇଛି। ଯାହା ଫଳରେ କି ସୂର୍ଯ୍ୟଙ୍କ ତାପମାତ୍ରା ପଡିଲେ ବି ଥଣ୍ଡା ରହିଥାଏ। ଆଉ ମୋଦୀ ଯେଉଁଠି ବସିଛନ୍ତି ସେଠି ଆଲୋକ ଚିହ୍ନ ଯିବା ଆସିବା ପାଇଁ ମଧ୍ୟ ଭେଣ୍ଟିଲେସନ ରହିଛି।।
ଗ୍ରାନାଇଟ ପଥରର ତାପମାତ୍ରା ଅପେକ୍ଷା ଭିତରେ ଅଧିକ ଥଣ୍ଡା ଲାଗୁଛି। ସେଥିପାଇଁ ସେଠି ଅଧିକ ଗରମ ଅନୁଭବ ହେଉନି। ଯାହା ମୋଦୀଙ୍କୁ ସାମାମ୍ୟ ଆସ୍ୱସ୍ତି ଦେଇଛି। ଏଥି ସହିତ ମୋଦୀଙ୍କ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ରହିଛି। ସୂତ୍ରରୁ ଜଣା ପଡ଼ିଛି କି PM ମୋଦୀ ଧ୍ୟାନ ଅବଧି ମଧ୍ୟରେ ହାଲକା ଆହାର ଗ୍ରହଣ କରିବେ। ଯାହା ମଧ୍ୟରେ ଅଧିକ ଲିକ୍ୟୁଟ ରହିଛି। ଧ୍ୟାନ ସମୟରେ ସେ ନଡ଼ିଆ ପାଣିଅଙ୍ଗୁର ରସ ଏବଂ ଅନ୍ୟ ତରଳ ଖାଦ୍ୟ ସେ ସେବନ କରିବେ। ଏଥିସହିତ ଧ୍ୟାନ ମୁଦ୍ରାରେ ରହିବା ବେଳେ ଯେମିତି ତାଙ୍କ ଧ୍ୟାନ ଭଗ୍ନ ନହେବ ସେଥିପାଇଁ ମଧ୍ୟ ସୁରକ୍ଷାବ୍ୟ ବସ୍ଥାକୁ କଡା କରାଯାଇଛି। ତେବେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ଧ୍ୟାନରେ ବସି ରହିବେ।