ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ପାଇବେ କେତେ ଟଙ୍କା? ଆଉ ମିଳିବ କେଉଁ କେଉଁ ସୁବିଧା?

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଇବେ କେତେ ଦରମା ? କେଉଁ ରାଜ୍ୟରେ ଅଧିକ ଦରମା ପାଆନ୍ତି ମୁଖ୍ୟମନ୍ତ୍ରୀ? ମୁଖ୍ୟମନ୍ତ୍ରୀ ହେଲା ପରେ ମିଳେ କେଉଁ କେଉଁ ସୁବିଧା? ଅଞ୍ଚଳର ସରପଞ୍ଚ ହେବା ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋହନ ମାଝୀଙ୍କ ପାଇଁ ଏହି ରାସ୍ତା ସଙ୍ଘର୍ଷମୟ ଥିଲା। ଯାହାକି ନିଜ ଅଞ୍ଚଳରେ ଲୋକେ ମଧ୍ୟ ବହୁତ ଗର୍ବ ଅନୁଭବ କରୁଛନ୍ତି। ସେଇ ପାଠ ପଢ଼ାଉଥିବା ଗୁରୁଜୀ ଜଣକ ଆଜି ବନିଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ହେବା ପରେ ସେଇ ମୋହନ ମାଝୀଙ୍କୁ ମାସକୁ କେତେ ଦରମା ମିଳିବ? କ’ଣ କ’ଣ ସୁବିଧା ତାଙ୍କୁ ଯୋଗାଇ ଦିଆଯିବ। ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ।

ତେବେ ଭାରତର ସମ୍ବିଧାନ ଅନୁଯାୟୀ ରାଜ୍ୟର ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଅନ୍ତି ଯାହାକି ସମ୍ବିଧାନର ଆର୍ଟିକାଲ ୧୬୪ ରେ ଉଲ୍ଲେଖ ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଦରମା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ଅନେକ ସୁବିଧା ଯାହାକି ନିୟମ ଅନୁଯାୟୀ ସବୁ ଯୋଗାଇ ଦିଆଯାଏ।ତେବେ ମୁଖ୍ୟମନ୍ତ୍ରୀଙ୍କ ଦରମା ରାଜ୍ୟ ଅନୁଯାୟୀ ସ୍ଥିର କରାଯାଏ ଯାହାକି ୧ ଲକ୍ଷ ୨୫ ହଜାରରୁ ୪ ଲକ୍ଷ ପର୍ଯ୍ୟନ୍ତ ଦରମା ଦିଆଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସବୁଠାରୁ ଭାରତର କେଉଁ ମୁଖ୍ୟମନ୍ତ୍ରୀ ଅଧିକ ଦରମା ପାଆନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କୁ ବର୍ତ୍ତମାନ ସମୟରେ ମିଳୁଛି ସବୁଠାରୁ ଅଧିକ ଦରମା। ଯାହାକି ୪ ଲକ୍ଷ ୧୦ ହଜାର ଟଙ୍କା।ତେବେ ସବୁଠାରୁ କମ ଦରମା ପାଉଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ। ଯିଏକି ୧ ଲକ୍ଷ ୫ ହଜାର ୫ଶହ ଟଙ୍କା ପାଉଛନ୍ତି।

ତେବେ ଆମ ଓଡିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେତେ ଦରମା ପାଇବେ ଆସନ୍ତୁ ଜାଣିବା। ତେବେ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ରହି ଆସିଥିବା ଦରମା ହେଉଛି ୧ ଲକ୍ଷ ୬୦ ହଜାର ଟଙ୍କା। ଆଉ ସେ ପୁଣି ଯଦି ଆଗକୁ ଦରମା ମିଳେ ତେବେ ନୂତନ ମୁଖ୍ୟମନ୍ତ୍ରୀ ଦରମା ପାଇବେ ୧ ଲକ୍ଷ ୬୦ ହଜାର ଟଙ୍କା। ଆଉ ଯଦି ଆବଶ୍ୟକ ଅନୁଯାୟୀ ବଢ଼େଇବାକୁ ପଡେ ତେବେ ତାହା ବିଧାନସଭାରେ ପରିବର୍ତ୍ତନ କରାଯାଇପାରେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦରମା ହେଉ ଅବା ମନ୍ତ୍ରୀ ମାନଙ୍କର ଦରମା ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବେ ରହିଥାଏ। ଯାହାକି ରାଜ୍ୟର ବିଧାନସଭାରେ ତାକୁ ନିଶ୍ଚିତ କରାଯାଇଥାଏ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ହେବା ପରେ ଯେମିତି ରାଜ୍ୟର ଦାୟିତ୍ୱ ଭାର ରହିଥାଏ ସେମିତି ସୁବିଧା ସୁଯୋଗ ମଧ୍ୟ ଯୋଗାଯାଇଥାଏ। ଯେମିତିକି ବାସଭବନ ଯାତ୍ରା କରିବା ପାଇଁ ଖର୍ଚ୍ଚ ଟେଲିଫୋନ ବିଲ ଗାଡିର ଯାତାୟାତ ଖର୍ଚ୍ଚ ସୁରକ୍ଷା କର୍ମୀ ଏମିତି ଅନେକ ସୁବିଧା ଯୋଗାଇ ଦିଆଯାଏ।

ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ଦାୟିତ୍ୱଭାର ତୁଲାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବୋହୁ ଦିଗକୁ ଧ୍ୟାନ ଦେବାକୁ ପଡିଥାଏ। ଏମିତିକି ରାଜ୍ୟରେ ନୂଆ ନୀତି ଆଣିବା ସ୍ୱାସ୍ଥ୍ୟ ଗମନାଗମନ କଥା ବୁଝିବା ଏବଂ ରାଜ୍ୟରେ ବଜେଟ ପିପେଡ କରିବା ଏବଂ ରାଜ୍ୟର ଉନ୍ନତି କରିବା ପାଇଁ ମନ୍ତ୍ରୀ ମଣ୍ଡଳ ସହ ଆଲୋଚନା କରି ବିଭିନ୍ନ ପଦକ୍ଷେପ ନେବା ଆଉ ସେସବୁ କାର୍ଯ୍ୟରେ ବାଧା ନଆସିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *