ଅନୁଭବ ଯଦି ମତେ ବାହା ହେବେ କଟକ ବାଲିଯାତ୍ରାରେ ତିନି ଦିନ ଅନ୍ନଛତ୍ର ଖୋଲିବି।

ଗତ କିଛି ବର୍ଷ ହେଲା ଓଡ଼ିଆ ଚଳଚ୍ଚିତ୍ରର ସୁପରଷ୍ଟାର୍, ଭାଇଯାନ୍ ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟର୍ଶିନୀଙ୍କ ଭିତରେ ଝ-ଗଡା ଏବଂ ଛା-ଡ଼ପ-ତ୍ର କୁ ନେଇ କୋର୍ଟରେ କେ-ସ୍ ଚାଲିଛି। ବର୍ଷା ଛା-ଡ଼ପ-ତ୍ର ଦେଇଦେଲା ପରେ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିବେ।

ଯେତେବେଳେ ଯାତ୍ରା ଜଗତର ଶ୍ରେଷ୍ଟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଅନୁଭବଙ୍କ ବାହାଘର ବିଷୟରେ ପଚରା ହେଲା ସେତେବେଳେ ରାଣୀ ପଣ୍ଡା କହିଲେ ମୁଁ ଅନୁଭବଙ୍କୁ ବାହା ହେବାକୁ ପ୍ରସ୍ତୁତ ଅଛି। ତାଙ୍କ ପରି ଜଣେ ସୁନ୍ଦର ଏବଂ ହଟାକଟା ଟୋକାକୁ କିଏ ବାହା ନହେବ। ମୁଁ ଯଦି ବାହା ହୁଏ ଛାତିରେ ହାତ ବାଡେଇ କହିବି ମୁଁ ଗୋଟେ ଭଲ ପତ୍ନୀ ହେବି। ମୋ ସ୍ବାମୀଙ୍କୁ ଖୁସିରେ ରଖିବି।

ଯଦି ଅନୁଭବ ମତେ ବାହା ହୁଅନ୍ତି ତେବେ ବାଲିଯାତ୍ରାରେ ୩ ଦିନ ପାଇଁ ୨୪ ଘଣ୍ଟା ଅନ୍ନଛତ୍ର ଖୋଲିବି। ଯେତେ ଲୋକ ଆସିବେ ସମସ୍ତେ ଖାଇକି ଯିବେ ଷ୍ଟାଟରରେ ରସୋଗଲା , ବସାଦହି, ଜିଲାପି, କଦଳୀ ସବୁ ରହିବ। ସମସ୍ତେ କହିବେ ଏବଂ ଆମ ଦୁଇ ଜଣଙ୍କୁ ଆଶୀର୍ବାଦ ଦେଇକି ଯିବେ। ସେ ଗୋଟେ ହିରୋ ପୁଣି ମନ୍ତ୍ରୀ ଯଦି ଆମ ବାହାଘର ହେଇ ଯିବ ତେବେ ବହି ପୁରା ଜଳିବ। ଆମର କେହି କିଛି କରି ପାରିବେନି।

ଆଉ ମୁଁ ବର୍ଷାଙ୍କୁ କହିବି ସେ ଟିକେ ସୁଧୁରି ଯାଆନ୍ତୁ ଅନୁଭବଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ ତାଙ୍କୁ ଛାଡି ଦିଅନ୍ତୁ ଆମେ ସବୁ ଧାଡ଼ିରେ ଅଛୁ ବାହା ହେବୁ ବୋଲି। ମୁଁ ଯଦି ଅନୁଭବଙ୍କୁ ବାହା ହେବି ସକାଳୁ ଉଠି ତାଙ୍କ ଗୋଡ ଧୋଇଦେବି, ଗୋଡ଼ ଧୁଆ ପାଣି ପିଇବି, ଚିକେନ କରି ଖାଇବାକୁ ଦେବି, କହିବି ମଦ ନ ପିଇ ସବୁବେଳେ ଜୁସ ପିଅ,ସାରା ଜୀବନ ତାଙ୍କର ସେବା କରିବି।

ଯଦି ସେ କହିବେ ମୁଁ ଯାତ୍ରା ଛାଡ଼ି ଦେଇ ତାଙ୍କ ପାଖରେ ସବୁବେଳେ ରହିବି। ମୁଁ ତାଙ୍କୁ ଆଜି ପର୍ୟ୍ୟନ୍ତ ଦେଖିନି ସେ କେମିତି ଦେଖିବାକୁ, ତାଙ୍କ ସହ କେବେ କଥାବି ହେଇନି କିନ୍ତୁ ମୁ ତାଙ୍କୁ ବହୁତ୍ ଭଲ ପାଏ। ତାଙ୍କ ପାଖରେ ଯୋଉ ଲୋକ ଅଛନ୍ତି ସେମାନେ କେବଳ ତାଙ୍କ ଆଗରେ ଭଲ ହେବାର ଦେଖେଇ ହେଉଛନ୍ତି କିନ୍ତୁ ମୁଁ ତାଙ୍କୁ ଆଗରୁ ପଛରୁ ସବୁ ଆଡୁ ସପୋର୍ଟ କରୁଛି। ମୁଁ କାହା ବାପାର ଖାଉନି ମୋ ଟଙ୍କାରେ ମୁଁ ନିଜେ ଚଳୁଛି ସେଥିପାଇଁ ମୁଁ କାହାକୁ ଡରେନି।

Leave a Reply

Your email address will not be published. Required fields are marked *