ଝିଅ ଚାଲି ଗଲା ଆରପାରିକୁ , ଗେହ୍ଲା ଝିଅକୁ ଝୁରି ଝୁରି କାନ୍ଦୁଛି ପୁରା ପରିବାର

ମୃତ୍ୟୁ ଏପରି ଏକ ଶବ୍ଦ , ଯାହାକୁ ଶୁଣିବା ପରେ ପ୍ରାୟତଃ ଭୟ ଲାଗିଥାଏ । ତାହା ଜୀବନର ଏକ ବାସ୍ତବିକ ସତ୍ୟତା , ଯାହାକୁ କେବେ ଆଡେଇ ଦିଆ ଯାଇ ପାରେନାହିଁ । ଜୀବନ ଅଛି ମାନେ ମୃତ୍ୟୁ ଅଛି , ବାସ୍ କେତେବେଳେ ଏହା କାହା ଜୀବନରେ ଆସିଯିବ ସେ କଥା ଆମେ କେହି କହିପାରିବା ନାହିଁ । ସେ କେବେ ବି କହି କରି ଆସେନାହିଁ । ହଠାତ୍ ଆସିଯାଏ ଆଉ ମଣିଷକୁ ନେଇ ଯାଏ ନିଜ ପ୍ରିୟ ଲୋକଙ୍କ ଠାରୁ । ତେବେ ଏପରି କିଛି ଘଟଣା ଘଟିଛି ବର୍ତ୍ତମାନ ସମୟରେ , ଯାହା ଆପଣଙ୍କ ଆଖିରୁ ବି ଆଣିଦେବ ଲୁହ ।

ଦୁଇ ଘଣ୍ଟା ଆଗରୁ ମାଆ ସହିତ କଥା ହେଲା ଝିଅ ଆଉ ଦୁଇ ଘଣ୍ଟା ପରେ ଝିଅର ମୃତ୍ୟୁ ଖବର ଆସି ମାଆର କାନରେ ବାଜିଲା । ତେବେ ଏପରି କିଛି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାସନଗର ବ୍ଲକ ଚାନ୍ଦିବାଉଁଶ ଢ଼ୋଲମରା ଗାଆଁର ପରମେଶ୍ବର ପ୍ରଧାନଙ୍କ ସହିତ । ନିଜ ଗୋଟିଏ ବୋଲି ରୋଜଗାରିଆ ଝିଅକୁ ହରାଇ ବାପା ମାଆ ପୁରାପୁରି ଭାଙ୍ଗି ପଡିଛନ୍ତି । ବର୍ଷକ ପୂର୍ବରୁ ନିଜର ବଡ ପୁଅକୁ ହରାଇଥିବା ପରମେଶ୍ବର ଆଉ ତାଙ୍କ ସ୍ତ୍ରୀ ଏବେ ପୁରାପୁରି ଭାଙ୍ଗି ଯାଇଛନ୍ତି।

ଘରର ରୋଜଗାରିଆ ଝିଅ ଥିଲେ ପାର୍ବତୀ ପ୍ରଧାନ । ବଡ ଭାଇଙ୍କ ଯିବା ପରେ ପରିବାରକୁ ଚଳାଇବା ପାଇଁ ପାର୍ବତୀ ବାଙ୍ଗାଲୋର ଯାଇଥିଲେ ଆଉ ସେଠାରେ ଏକ କମ୍ପାନୀରେ କାମ କରି ଘରକୁ ଟଙ୍କା ପଠାଉଥିଲେ । ଏପଟେ ବାପା ମାଆ ମଧ୍ୟ ସୁରୁଖୁରୁରେ ଚଳି ଯାଉଥିଲେ । ଅନ୍ୟ ପଟେ ପାର୍ବତୀ ନିଜ ବଡ ଭଉଣୀଙ୍କ ଚଳିବା ପାଇଁ ମଧ୍ୟ ଟଙ୍କା ପଠାଇ ଦେଉଥିଲେ । ତେବେ ବାପାଙ୍କ ବୟସ ହୋଇଯିବା ଯୋଗୁଁ ଝିଅ ଦାୟିତ୍ଵ ଭାର ନିଜ କାନ୍ଧ ଉପରକୁ ନେଇଥିଲେ ।

ତେବେ ମାଆଙ୍କ ସହିତ ପାର୍ବତୀ ମାତ୍ର ଦୁଇ ଘଣ୍ଟା ଆଗରୁ କଥା ହୋଇଥିଲେ । ଆଉ ପାର୍ବତୀ ଘରର ସୁଖ ଦୁଃଖ ପଚାରି ଥିଲେ । ପାର୍ବତୀ ପଇସା ପଠାଇବା କଥା ମଧ୍ୟ କହିଥିଲେ ଆଉ କହିଥିଲେ ବ୍ୟସ୍ତ ହେବ ନାହିଁ ମୁଁ ଖୁସିରେ ଅଛି । ତେବେ ଫୋନ୍ ରଖିବାର ମାତ୍ର ଦୁଇ ଘଣ୍ଟା ପରେ ଏକ ଫୋନ୍ ଆସିଥିଲା ଆଉ କେହି ଜଣେ କହିଥିଲେ କି , ପାର୍ବତୀ ଦେହ ଖରାପ ଅଛି ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ଆଉ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ତେବେ ବର୍ତ୍ତମାନ ଝିଅକୁ ହରାଇ ଏକୁଟିଆ ହୋଇ ଯାଇଛନ୍ତି ବାପା ମାଆ । ତାଙ୍କ ଆଖିରୁ ଲୁହ ଶୁଖିବା ନାମ ଧରୁ ନାହିଁ ।

Leave a Reply

Your email address will not be published. Required fields are marked *