ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲା ବର୍ତ୍ତମାନ ସମୟରେ ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । କାରଣ ଏମିତିରେ ବର୍ତ୍ତମାନ ଇଡିର ତଦନ୍ତ ଜାରି ରହିଛି । କେତେବେଳେ ଅର୍ଚ୍ଚନା , କେତେବେଳେ ତାଙ୍କ ସ୍ୱାମୀ ଜଗା , କେତେବେଳେ କେଉଁ ପ୍ରଯୋଜକ ତ କେତେବେଳେ କେଉଁ ରଣଜୀ ଖେଳାଳୀ । ଏମିତି ଦିନକୁ ଦିନ ମାମଲାର ଗଭୀରତା ବଢ଼ିବାରେ ଲାଗିଛି କିନ୍ତୁ କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ । ତେବେ ବର୍ତ୍ତମାନ ସମୟରେ ଏକ ଏକ ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ବଢିଛି।
ଇଡିର ତଦନ୍ତ ଯେତେ ଜୋର ଧରୁଛି ସେତେ ଇଡି ଘେରକୁ ନୂଆ ନୂଆ ମାମଲା ସମ୍ବନ୍ଧୀୟ ଲୋକ ସାମ୍ନାକୁ ଆସୁଛି । ଅର୍ଥାତ ଏମିତି ବି କୁହାଯାଇ ପାରେ ଯେ ଅର୍ଚ୍ଚନାଙ୍କ ବନ୍ଧୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେମିତି ଠକାମୀ ମଧ୍ୟ ବଢୁଛି । ତେବେ ବର୍ତ୍ତମାନ ପୁଣି ଅର୍ଚ୍ଚନା ଜଗବନ୍ଧୁ ମୁହାଁମୁହିଁ ହୋଇଥିବା ଏକ ସୂଚନା ମିଳିଛି । ତେବେ ତା ପୂର୍ବରୁ କହି ରଖିବୁ ଯେ ବର୍ତ୍ତମାନ ଏମିତି କିଛି ବନ୍ଧୁଙ୍କ ତାଲିକା ସାମ୍ନାକୁ ଆସିଛି ଯେଉଁମାନେ ଏବେବି ଫେରାର ଅଛନ୍ତି । ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ଏହା ଜଣା ପଡିଛି ଯେ ଅର୍ଚ୍ଚନାଙ୍କ ସେହି ବନ୍ଧୁ ଅର୍ଚ୍ଚନାଙ୍କୁ ଗୁନୁ ବୋଲି ଡାକୁଥିଲେ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଅର୍ଚ୍ଚନା ବାପୁଜିନଗରର ଏକ କଫି ଶୋପରେ ସବୁଦିନ ବସୁଥିଲେ । ତେବେ ଅର୍ଚ୍ଚନାଙ୍କ ପାଖକୁ କେଉଁଠୁ ଟଙ୍କା ଆସିବ ଏବଂ କେଉଁଠାରୁ ଝିଅ ଆସିବ ସେହି ସମ୍ବନ୍ଧରେ ଅର୍ଚ୍ଚନାଙ୍କ ସହିତ ଏହି ବନ୍ଧୁ ଜଣକ ପ୍ଲାନ କରୁଥିଲେ । ମାତ୍ର ଅର୍ଚ୍ଚନାଙ୍କର ଗୋଟିଏ ପରେ ଗୋଟିଏ ବନ୍ଧୁ ଜେରା ନିମିତ୍ତ ଆସୁଥିବା ବେଳେ ଏହି ବନ୍ଧୁ ଜଣକ ବର୍ତ୍ତମାନ ସୁଦ୍ଧା କାହାରି ସାମ୍ନାକୁ ଆସି ନାହାଁନ୍ତି । ସୂଚନା ଅନୁଯାୟୀ ଅର୍ଚ୍ଚନାଙ୍କର ଏହି ବନ୍ଧୁ ଜଣକ କୁଆଡ଼େ ନିଜ ସ୍ତ୍ରୀକୁ ସମୟ ନଦେଇ ସବୁବେଳେ ଅର୍ଚ୍ଚନାଙ୍କ ସହିତ ରହୁଥିଲେ ।
ତେବେ ସେହି ବନ୍ଧୁ ଜଣକ କିଏ ? ଯିଏକି ବର୍ତ୍ତମାନ ସୁଦ୍ଧା ଇଡିର ଜାଲରେ ଫସି ନାହାଁନ୍ତି , କିଏ କିଏ ସେହି ବ୍ୟକ୍ତି ଯିଏକି ନିଜ ସ୍ତ୍ରୀକୁ ସମୟ ନଦେଇ ଅର୍ଚ୍ଚନାଙ୍କ କାମ କରୁଥିଲେ । ଅର୍ଚ୍ଚନାଙ୍କ କାମ ଏମିତି କଣ ଥିଲା ଯାହାକି ବ୍ୟକ୍ତି ଜଣକ ନିଜ ପରିବାରକୁ ସମୟ ନଦେଇ ଅର୍ଚ୍ଚନାଙ୍କ ପାଇଁ ସମୟ ବାହାର କରୁଥିଲେ । ପୁଣି ଚର୍ଚ୍ଚା ହେଉଛି ଯେ କଣ ସେହି ବ୍ୟକ୍ତିକୁ ଲୁଚିବାକୁ କେହି ସାହାଯ୍ୟ କରୁଛି କି ? ଯାହାବି ହେଉ ବର୍ତ୍ତମାନ ସେହି ଅଦୃଶ୍ୟ ବ୍ୟକ୍ତି ବହୁତ ଯଦି ଇଡି ପରିସରକୁ ଆସିବ ବୋଲି ଆଶା କରାଯାଉଛି ।