ମା’ର ଶ-ବକୁ ଗୋଟିଏ ବର୍ଷ ଘର ଭିତରେ ଲୁ-ଚାଇ ରଖିଲେ ଝିଅ । ଆଉ ଘଟଣା ପୋ-ଲିସ ଜାଣିବା ପରେ……

ଜଣେ ସନ୍ତାନ ପାଇଁ ମା’ ର ସାହାରା ଯେ କେତେ ଜରୁରୀ ତାହା କେବଳ ମଣିଷ ସେତେବେଳେ ବୁଝେ ଯେତେବେଳେ ସନ୍ତାନ ମୁଣ୍ଡ ଉପରୁ ମା’ର ଆଶ୍ରା ଦୂରେଇ ଯାଏ । ଆଉ ଏହି କାରଣରୁ ବୋଧହୁଏ ଏହି ଦୁଇ ଭଉଣୀ ଏଭଳି କିଛି କରିଛନ୍ତି । ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ଏକ ବର୍ଷ ଧରି ଗୋଟିଏ ଘର ଭିତରେ ମା’ର ମୃ-ତ ଦେହ ସହିତ ଜୀବନ ବିତାଉଥିଲେ ଦୁଇ ଭଉଣୀ । ଏମିତିକି ଶ-ବ ଦୁ-ର୍ଗନ୍ଧ ହେଲେ ଫିନାଇଲ ଏବଂ ପୋକ ବାହାରୁଥିଲେ ତାହାକୁ ହାତରେ ଧରି ବାହାରକୁ ଫିଙ୍ଗି ଦେଉଥିଲେ ଏହି ଦୁଇ ଭଉଣୀ । ମା’ ର ଶ-ବ ପଚିଯିବା ଫଳରେ ଏତେ ଦୁ-ର୍ଗନ୍ଧ ଆସୁଥିଲା ଯେ ଦୁଇ ଝିଅ କଣ କରିବେ କିଛି ବୁଝି ପାରି ନଥିଲେ । ଦୁର୍ଗନ୍ଧ ଯେମିତି ବାହାରକୁ ନଯିବ ସେଥିପାଇଁ ଘର ଭିତରେ ଧୂପ ଜା-ଳିବା ସହିତ ପର୍ଫ୍ୟୁମ ଏବଂ ଫିନାଇଲ ପକାଉ ଥିଲେ ।

ଖାଲି ସେତିକି ନୁହେଁ , ଯେଉଁ ଘର ଭିତରେ ମା’ର ଶ-ବ କାରଣରୁ ଦୁ-ର୍ଗନ୍ଧ ଏବଂ ପୋକ ବାହାରୁଥିଲା , ସେହି ଘରେ ଦୁଇ ଭଉଣୀ ଖାଉଥିଲେ ଶୋଉଥିଲେ ଏବଂ ରହୁଥିଲେ ମଧ୍ୟ । ୨୦୨୨ ଡିସେମ୍ବର ୮ ତାରିଖରେ ଉଷା ତ୍ରିପାଠୀ ନାମକ ଜଣେ ମହିଳାଙ୍କର ମୃ-ତ୍ୟୁ ହୋଇଥିବା ବେଳେ ତାଙ୍କ ମୃ-ତ୍ୟୁ ଘଟଣା ପଡ଼ୋଶୀ ଲୋକେ ମଧ୍ୟ ଜାଣିପାରି ନଥିଲେ । ମା’ର ମୃ-ତ୍ୟୁ ହେବା ପରେ ଶ-ବକୁ ସ-ତ୍କାର କରିବା ପରିବର୍ତ୍ତେ ଘରେ ଲୁ-ଚାଇ ଦେଇଥିଲେ ଦୁଇଝିଅ । ଦୁଇ ଝିଅ ହେଉଛନ୍ତି ପଲ୍ଲବୀ ଏବଂ କୈଶିକି । ଜଣଙ୍କର ୨୭ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ୧୮ ବର୍ଷ । ତେବେ ଏହି ଘ-ଟଣା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଘରକୁ ପିଉସୀ ଆସି ଦୁହିଁଙ୍କୁ ମା’ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଦୁହେଁ କିଛିବି କହି ନଥିଲେ ।

କିନ୍ତୁ ପିଉସୀ ଘର ଭିତରେ ଥିବା କଠୋରି ବନ୍ଦ ଥିବାରୁ ସ-ନ୍ଦେହ କରିଥିଲେ ଏବଂ ପୋଲି-ସକୁ ଖବର ଦେଇଥିଲେ । ପୋଲିସ ଆସି ସେହି ରୁମର କବାଟ ଖୋଲି ନପାରି ବାଧ୍ୟ ହୋଇ କବାଟ ଭାଙ୍ଗି ଦେଇଥିଲେ । ଘରର କବାଟ ଭାଙ୍ଗିବା ପରେ ସମସ୍ତେ ଯାହା ଦେଖିଥିଲେ , ତାହା ଦେଖିବା ପରେ ଯେମିତି ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଘର ଭିତରୁ ବହୁତ ଦୁ-ର୍ଗନ୍ଧ ଆସୁଥିଲା । ସେହି ରୁମରେ ଏକ ଖଟ ଉପରେ ଏକ କଙ୍କାଳ ଏବଂ ମା’ଙ୍କର ଏକ ଶାଢ଼ୀ ଏବଂ ଚପଲ ପଡ଼ି ରହିଥିଲା । ଯାହାକୁ ନେଇ ପୋ-ଲିସ ଦୁଇ ଝିଅଙ୍କୁ ପଚରା ଉଚୁରା କରିବାରୁ ସେମାନେ ସତ ମାନିଥିଲେ । ଦୁଇ ଭଉଣୀ କହିଛନ୍ତି ଯେ ବର୍ଷେ ତଳେ ମା’ଙ୍କ ଶ-ବର ସ-ତ୍କାର କରିବା ପାଇଁ ଟଙ୍କା ନଥିବାରୁ ଦୁଇ ଭଉଣୀ ଏମିତି କିଛି କରିଥିଲେ ।

ବାପାଙ୍କ ମୃ-ତ୍ୟୁ ପରେ ମା’ ମଧ୍ୟ ଛାଡ଼ି ଯିବାରୁ ସେମାନେ ଏହାକୁ ସହ୍ୟ କରିପାରି ନଥିଲେ । ସେଥିପାଇଁ ସେମାନେ ମା’ର ଶ-ବକୁ ପାଖରେ ରଖିଥିଲେ । ତେବେ ଏଭଳି ଏକ ଅଜବ ଘ-ଟଣା ଘଟି ଯାଇଛି ଉତ୍ତରପ୍ରଦେଶର ବାରଣାସୀ ଠାରେ ଲଙ୍କା ଥା-ନା କ୍ଷେତ୍ର ମଦ୍ରମା ଠାରେ । ଯାହା ଶୁଣିବା ପରେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *