ବର୍ତ୍ତମାନ ପୁଅ ମାନେ ଝିଅଙ୍କ ଅପେକ୍ଷା ବେଶୀ ଭାଉଜ ମାନଙ୍କୁ ପଟାଉଛନ୍ତି । କାରଣ…… ଏମିତି କିଛି କହିଲେ ରୋଜା…

ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ରୋଜାଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତାଙ୍କୁ ଓଡ଼ିଶାର ଅଧିକାଂଶ ଲୋକ ଜାଣିଛନ୍ତି ଏବଂ ଅନେକ ଫ୍ୟାନ ଫୋଲିଙ୍ଗ ମଧ୍ୟ ତାଙ୍କର ରହିଛି । କିନ୍ତୁ ତାଙ୍କର କିଛି ଶ-ତ୍ରୁ ମଧ୍ୟ ରହିଛନ୍ତି । ଯେଉଁମାନେ ତାଙ୍କର ଉନ୍ନତିକୁ ଦେଖି ପାରନ୍ତି ନାହିଁ ବୋଲି କହିଛନ୍ତି ରୋଜା । କାରଣ ଦୁନିଆରେ ଲୋକ କାହାରି ଉନ୍ନତି ବାସ୍ତବରେ ହିଁ ଦେଖି ପାରନ୍ତି ନାହିଁ । କେହିବି କାହାରି ମଟିଭେସନ ହେବାକୁ ଚାହାନ୍ତିନି କିନ୍ତୁ ପଛକୁ ଠେଲିବାକୁ ସବୁବେଳେ ଆଗଭର ଥାଆନ୍ତି । ଆଉ ଲୋକଙ୍କୁ ନେଇ ସବୁବେଳେ ଆଲୋଚନା ସମାଲୋଚନା କରିବାର ଖରାପ ପ୍ରକୃତି ଲୋକଙ୍କ ଠାରେ ରହିଥାଏ । ତେବେ ରୋଜା ସେସବୁକୁ ଅଣଦେଖା କରନ୍ତି ।

ଯଦି ସେ ଏସବୁକୁ ଅଣଦେଖା କରି ନଥାନ୍ତେ ତେବେ ହୁଏତ ସେ ଏତେ ଆଗକୁ ଯାଇ ପାରି ନଥାନ୍ତେ । ତେଣୁ ସେ ସବୁ ଝିଅଙ୍କୁ କହିଛନ୍ତି ଯେ କାହାରି ସମାଲୋଚନାର ଶିକାର ନହୋଇ ଆଗକୁ ବଢ଼ିବାକୁ କହିଛନ୍ତି । ରୋଜା କହିଛନ୍ତି ଯେ ଆଜିକାଲି ପୁଅଙ୍କ ଅପେକ୍ଷା ଝିଅ ମାନେ ପ୍ରେମରେ ଅଧିକ ଧୋକା ଦେଉଛନ୍ତି । କିନ୍ତୁ ସମାଜରେ ଏଭଳି ସିଷ୍ଟମ ରହି ଆସିଛି ଯେ ପ୍ରତ୍ୟେକ କ୍ଷେତ୍ରରେ ଝିଅଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି ।

ଜଣେ ପୁଅ କେବେବି ନିଜର ଏକ୍ସ ଗାର୍ଲଫ୍ରେଣ୍ଡ ଏବଂ ପୂର୍ବ ରିଲେଶନଶିପକୁ ନେଇ କେଉଁଠିବି ଆଲୋଚନା କରିନଥାଏ କିନ୍ତୁ ଝିଅ ମାନେ ସେହିଭଳି କରନ୍ତି । ଆଉ ଏଭଳି ଯେ ସବୁ ଝିଅ କରୁଛନ୍ତି ତାହା ନୁହେଁ । ଅନେକ ଝିଅ ଅଛନ୍ତି ଯେଉଁମାନେ କି ଖୁବ ଭଲ ଅଟନ୍ତି ଏବଂ ସେମାନେ ନିଜ ପ୍ରେମକୁ ସଫଳ ମଧ୍ୟ କରୁଛନ୍ତି ।

ଯେତେବେଳେ ରୋଜାଙ୍କୁ ପଚରା ଯାଇଥିଲା ଯେ ଆଜିକାଲି ଯୁବକ ମାନେ ଝିଅଙ୍କ ତୁଳନାରେ ଭାଉଜ ମାନଙ୍କୁ କାହିଁକି ପଟେଇବାକୁ ଅଧିକ ଆଗ୍ରହୀ ? ତାହାର ଉତ୍ତରରେ ସେ କହିଛନ୍ତି ଯେ ବାସ୍ତବରେ ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଜୀବନ ଅଛି ଏବଂ ସେମାନଙ୍କର ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଆଉ ଆଜିକାଲି ଲୋକେ ଏଥିପାଇଁ OYO କୁ ବଦନାମ କରୁଛନ୍ତି । ଆଉ ସବୁ ପରେ ମଧ୍ୟ ଲୋକେ ନିଜ ଇଚ୍ଛାରେ ବଞ୍ଚିବା ଉଚିତ ।

ରୋସ୍ଟ କରିବା ଲୋକ ରୋସ୍ତ କରିବେ । କିନ୍ତୁ ସେମାନଙ୍କ ପାଇଁ ମନୁଷ୍ୟର ବ୍ୟକ୍ତିଗତ ଜୀବନରେ କିଛିବି ପରିବର୍ତ୍ତନ ଆସିବା ଉଚିତ ନୁହେଁ । ନଚେତ କେହିବି ଆଗକୁ ବଢ଼ି ପରିବେ ନାହିଁ । କହିରଖିବୁ ଯେ ଆଗକୁ ରୋଜାଙ୍କର ଏକ ନୂଆ ୟୁଟ୍ୟୁବ ଚ୍ୟାନେଲ ଆସିବାକୁ ଯାଉଛି । ଯେଉଁଥିରେ ସେ ଫୁଡ଼ ବ୍ଲଗ କିମ୍ବା ରୋସ୍ଟ ଭିଡ଼ିଓ ପୋଷ୍ଟ କରି ପାରନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *