ଏହି ଦିନ ଠାରୁ ଓଡ଼ିଶାରେ ତୁହାକୁ ତୁହା ଲଗାତାର କାଚିବ ବର୍ଷା, ବିହନ ମହଜୁଦ ରଖିବାକୁ ଚାଷୀଙ୍କୁ ପରାମର୍ଶ।

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହି ଦିନ ଠାରୁ ଆରମ୍ଭ ହେବ ଓଡ଼ିଶାରେ ବର୍ଷା। ତୁହାକୁ ତୁହା ଲଗାତାର କାଚିବ। ଚାଷୀଙ୍କୁ ବିହନ ମହଜୁଦ ରଖିବାକୁ ପରାମର୍ଶ।ଅପେକ୍ଷାର ଅନ୍ତ ହୋଇଛି। ତାତିରୁ ମିଳିବାକୁ ଯାଉଛି ନିସ୍ତାର। ଏବେ କମିବ ତାତି। ଆକାଶ ଏବେ ମେଘୁଆ ରହିବ କାରଣ କେରଳ ପହଁଚି ସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହି ଦିନ ଠାରୁ ଓଡିଶା ମୌସୁମୀ ବର୍ଷାରେ ଭିଜିବ। ପୁରା ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା। ଯାହାକୁ ନେଇ ଏବେଠାରୁ ଚାଷୀମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ହଁ ଆଜ୍ଞା ପ୍ରଚଣ୍ଡ ଖରା ମଧ୍ୟରେ ସମସ୍ତେ ମୌସୁମୀକୁ ଅପେକ୍ଷା କରିଥିଲେ। କେତେବେଳେ ମୌସୁମୀ ଆସିବ ସେଥିପାଇଁ ସମସ୍ତେ ଆକାଶକୁ ଚାହିଁ ରହିଥିଲେ ଆଉ ଏବେ ମୌସୁମୀ ସମସ୍ତଙ୍କ ଅପେକ୍ଷାର ଅନ୍ତ କରି ଦେଇଛି। ମୌସୁମୀ ନେଇ ଆସିଛି ଖୁସିର ତୋହାର। ଏବେ ଖାଲି ଚାଷୀ ମାନେ ଖୁସିରେ ନାଚି ଉଠିବେ।

ଓଡ଼ିଶାରେ ତୁହାକୁ ତୁହା କାଚିବ ବର୍ଷା। ବର୍ଷାରେ ଚାଷ କାର୍ଯ୍ୟ ଆଗେଇ ଯିବ। ଯଦି ଦେଖିବା କେରଳରେ ଦୁଇ ଦିନ ପୂର୍ବରୁ ପ୍ରବେଶ କରିଛି ମୌସୁମୀ। ୪ ମାସର ଯାତ୍ରା କେରଳରୁ ଆରମ୍ଭ ହୋଇଛି। ସବୁଠାରୁ ବଡ଼ କଥା ହେଉଛି କେରଳରେ ମୌସୁମୀ ପ୍ରବେଶ କରିବାର ତାରିଖ ହେଉଛି ଜୁନ ୧ କିନ୍ତୁ ଚଳିତବର୍ଷ ଗୁରୁବାର କେରଳ ଅତିକ୍ରମ କରି ଉତ୍ତର-ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ମାନେ ହେଉଛି କେରଳରେ ମୌସୁମୀ ଦୁଇ ଦିନ ପୂର୍ବରୁ ପହଁଚିଛି ଆଉ ଦୁଇ ଦିନ ପୂର୍ବରୁ ପହଁଚିଛି ମାନେ ଓଡ଼ିଶାରେ ବହୁତ ଶୀଘ୍ର ଆସି ପହଁଚିବ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଗୋଟିଏ ପଟେ ଦେଶରେ ଅଧିକାଂଶ ପ୍ରାନ୍ତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଅନ୍ୟ ପଟେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରବେଶ କିଛିଟା ଆସ୍ୱସ୍ତି ଦେଇଛି। ତେବେ ମୌସୁମୀର ସ୍ୱାଭାବିକ ଗତି ନେଇ ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ମୌସୁମୀ ଆଗକୁ ବଢ଼ିବା ପାଇଁ ଯଦି ପାଗ ଅନୁକୂଳ ନହୁଏ ତେବେ ଓଡିଶା ସମେତ ଅନ୍ୟନ୍ୟ ରାଜ୍ୟ ଗୁଡିକରେ ମୌସୁମୀ ପହଁଚିବ ବୋଲି ଅନୁମାନ କରାଯାଉଛି। ଏବେ ମୌସୁମୀର ଯେଉଁଭଳି ସ୍ଥିତି ରହିଛି ଜୁନ ୧୦ ରୁ ୧୧ ତାରିଖ ବେଳକୁ ଓଡିଶା ଛୁଇଁପାରେ। ଜୁନର ପ୍ରଥମ ସପ୍ତାହ ପରେ ମୌସୁମୀ ଠିକ ଭାବେ ଅଗ୍ରଗତି ନକରିଲେ ଓଡିଶାରେ ପହଁଚିବା ବିଳମ୍ବ ହେବ।

Leave a Reply

Your email address will not be published. Required fields are marked *