ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ଗଲେ ଭାରତୀୟ ଇଲେକ୍ଟ୍ରୋନିକ ମାର୍କେଟରେ ଚାଇନା ଇଲେକ୍ଟ୍ରୋନିକ ଜିନିଷ ବେଶ ଅଧିକ ମାତ୍ରାରେ ବିକ୍ରି ହେଉଛି । ତାହା ପୁଣି ନାନା ପ୍ରକାରର ପ୍ରତିବନ୍ଧକ ସତ୍ତ୍ୱେବି । ସବୁଠି ବଜାରରେ ଲୋ କ୍ୱାଲିଟି ଇଲେକ୍ଟ୍ରିକ୍ ପ୍ରଡକ୍ଟ ବିକ୍ରି ହେଉଛି । ଆଉ ଏହି ସବୁ ଲୋକ୍ୱାଲିଟି ଜିନିଷ ଯୋଗୁଁ ଅଧିକାଂଶ ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟୁଛି ।
ଯେଉଁ କାରଣରୁ ସରକାର ଜାଗ୍ରତ ହୋଇ ଏହି ଇଲେକ୍ଟ୍ରୋନିକ ଜିନିଷର ବ୍ୟବହାର ଉପରେ କଠୋର ନିୟମ ଆଣିଛନ୍ତି । ତେଣୁ ସରକାରଙ୍କ କଠିନ ନିୟମ ଅନୁଯାୟୀ ଯଦି କୌଣସି ଦୋକାନୀ ଏମିତି ଲୋକ୍ୱାଲିଟି ଜିନିଷ ବିକ୍ରୟ କରୁଥିବାର ଧରା ପଡ଼ନ୍ତି କିମ୍ବା ଅନ୍ୟ କୌଣସି କମ୍ପାନୀରେ ଏମିତି ଜିନିଷ ଉତ୍ପାଦନ କରାଯାଉଥିବାର ଦେଖିବାକୁ ମିଳେ ତେବେ , ତେବେ ତାଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।
ଏଭଳି ଲୋକ୍ୱାଲିଟି ଜିନିଷର ଉତ୍ପାଦନ ଏବଂ ଆମଦାନୀକୁ ରୋକିବା ପାଇଁ ଏବଂ ସ୍ବଦେଶ ଜିନିଷର ଉତ୍ପାଦନକୁ ପ୍ରତ୍ସାହିତ ପାଇଁ ସରକାର ‘ ସୁଇଚ୍-ସକେଟ୍-ଆଉଟଲେଟ୍ ’ ଏବଂ ‘ କେବୁଲ୍ ଟ୍ରାକିଂ ’ ଭଳି ବୈଦ୍ୟୁତିକ ସାମଗ୍ରୀ ପାଇଁ କିଛି ନିୟମ ଉଲ୍ଲେଖ କରିଛନ୍ତି । ତେଣୁ ଏହି ନିୟମ ଅନୁଯାୟୀ କୌଣସି ବଜାରରେ ଇଲେକ୍ଟ୍ରୋନିକ ଜିନିଷ ବିକ୍ରି କରିଥିବା ଦୋକାନୀ ମାନେ ଭଲ ଇଲେକ୍ଟ୍ରୋନିକ ଜିନିଷ ବିକ୍ରୟ କରିବାକୁ ବାଧ୍ୟ ଅଟନ୍ତି ।
ଏଥିପାଇଁ ଉଚିତ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସରକାର । ତେବେ ଯଦି ଆମେ ଏଥିପାଇଁ ଦିଆଯାଇଥିବା ନୂଆ ନିର୍ଦେଶ ବିଷୟରେ କହିବୁ ତେବେ DPIIT ଅନୁଯାୟୀ , ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ମାର୍କ ବହନ ନକଲେ ସାମଗ୍ରୀ ତିଆରି , ଆମଦାନୀ , ବିକ୍ରୟ , ବାଣିଜ୍ୟ , ଏବଂ ସଂରକ୍ଷଣ ହୋଇପାରିବ ନାହିଁ ।
ଏହାବ୍ୟତୀତ ନିୟମ ପ୍ରକାଶ ହେବାର ଛଅ ମାସ ପରେ ହିଁ ଆଦେଶ କାର୍ଯ୍ୟକାରୀ ହେବ । ଏହି ନିୟମରେ ରିଲିଫ ଅନୁଯାୟୀ ଛୋଟ ଉଦ୍ୟୋଗଗୁଡିକ କିଛି ମାତ୍ରାରେ ଛାଡ଼ ପାଇବେ । କ୍ଷୁଦ୍ରକୁଟୀର ଏବଂ ମଧ୍ୟମ କ୍ଷେତ୍ରର ନିରାପତ୍ତା ପାଇଁ ଆଦେଶ ପାଳନ କରିବାରୁ ଛୁଟ୍ ଦିଆଯାଇଛି । କ୍ଷୁଦ୍ର ଶିଳ୍ପଗୁଡ଼ିକୁ ୯ ମାସର ଅତିରିକ୍ତ ସମୟ ଏବଂ ମାଇକ୍ରୋ ଉଦ୍ୟୋଗଗୁଡ଼ିକୁ ୧୨ ମାସର ଅତିରିକ୍ତ ସମୟ ଦିଆଯିବ । ତେବେ କହି ରଖିବୁ ଯେ ଯଦି ସରକାରଙ୍କର ଏହି ସବୁ ନିୟମ ନିଷ୍ପତ୍ତି କଠିନ ଭାବରେ କାର୍ଯ୍ୟକାରୀ ହୁଏ ତେବେ ଦେଶରେ ଲୋକ୍ୱାଲିଟି ଜିନିଷ ବ୍ୟବହାର କରିବା କାରଣରୁ ହେଉଥିବା ବୈଦ୍ୟୁତିକ ଦୁର୍ଘଟଣା ବନ୍ଦ ହୋଇ ପାରିବ ।