ସେ ଦିନ ଅଟକି ଯାଇଥିଲା ରଥ, ବାର ବାର ଛିଡି ଯାଉଥିଲା ରଥ ଦଉଡି, ମାସ ସାରା ଚାଲିଲା ରଥ ଯାତ୍ରା…

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥରେ ବସି ମହାପ୍ରଭୁ ଜଗନ୍ନାଥ ବଡ ଭାଇ ବଳିଆ ଭଉଣୀ ସୁଭଦ୍ରାଙ୍କୁ ଧରି ଜଗତର ନାଥ ଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ରଥ ବି ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ଆଜି ହେବ ଭକ୍ତ ଭଗବାନଙ୍କର ଅପୂର୍ବ ମିଳନ । ମାଉସୀ ବଡ ଆନନ୍ଦରେ ଅପେକ୍ଷା କରିଛନ୍ତି କେତେବେଳେ ଜଗା,ବଳିଆ, ସୁଭଦ୍ରା ମାଉସୀ ମା ମନ୍ଦିରରେ ପହଞ୍ଚିବେ ।

ମହାପ୍ରଭୁ ଜଗନ୍ନାଥଙ୍କୁ ଟିକିଏ ଆଖି ପୁରାଇ ଦେଖିବା ପାଇଁ ହଜାର ହଜାର ଭକ୍ତ ମଧ୍ୟ ବଡ ଦାଣ୍ଡରେ ଡେରା ପକାଇ ରହିଛନ୍ତି । ସବୁ ଅପେକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ରତ୍ନ ସିଂହାସନ ରୁ ବଡ ଦାଣ୍ଡକୁ ଆସିବେ । ରଥରେ ବସିବେ ଆଉ ଭକ୍ତଙ୍କୁ ଦର୍ଶନ ଦେବେ । ହେଲେ ବନ୍ଧୁଗଣ ଆପଣ ମାନେ ଜାଣନ୍ତି କାଳିଆର ଅଦ୍ଭୁତ ଲୀଳା ସେ ନାଟୁଆ ଠାକୁର ।

କିଛି ବର୍ଷ ପୂର୍ବେ ଭଗବାନଙ୍କର ଏହି ନବଦିନାତ୍ମକ ଯାତ୍ରା ୯ ଦିନ ପରିବର୍ତ୍ତେ ଏକ ମାସରୁ ଅଧିକ ଦିନ ଚାଲିଥିଲା । ମାସାଧିକ ପର୍ଯ୍ୟନ୍ତ ବଡଦାଣ୍ଡରେ ଅଟକି ରହିଥିଲା ନନ୍ଦିଘୋଷ । ଏହା ପଛରେ ରହିଥିଲା ଏକ ବହୁତ୍ ବଡ ରହସ୍ୟ ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । କୁହାଯାଏ ୧୯୦୨ ମସିହାର ରଥ ଯାତ୍ରାରେ ଏଭଳି କିଛି ଘଟଣା ମାନ ଘଟିଥିଲା ଯାହା ସମସ୍ତ ଭକ୍ତଙ୍କୁ ଚକିତ କରି ଦେଇଥିଲା ।ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବାରମ୍ବାର ଅଟକି ରହିଥିଲା ଶ୍ରୀଜଗନ୍ନାଥଙ୍କ ରଥ ।

ଆଉ ଏପରିକି ରଥର ଚକା ମଧ୍ୟ ବାରମ୍ବାର ଭାଙ୍ଗିବାକୁ ଲାଗିଥିଲା ଜଗନ୍ନାଥଙ୍କ ରଥର ଦଉଡି ମଧ୍ୟ ବାରମ୍ବାର ଛିଡ଼ିବାକୁ ଲାଗିଥିଲା । ଭକ୍ତଙ୍କୁ ଏପରି ଲାଗୁଥିଲା ଯେମିତି ମହାପ୍ରଭୁ ଶ୍ରୀମନ୍ଦିରକୁ ଲେଉଟି ବାକୁ ଚାହୁଁନଥିଲେ । ସେ ସେହି ରଥ ଉପରେ ହିଁ ଅଟକି ରହିବାକୁ ଚାହୁଁଥିଲେ । ସେପଟେ ଦଇତା ପତି ବଡ ପଣ୍ଡା ମାନଙ୍କ ମନକୁ ଏନେଇ ଅନେକ କଥା ଆସୁଥିଲା ।

ଲାଗୁଥିଲା କି ଅନୀତି ଅତ୍ୟାଚାର ବଢ଼ିଥିବାରୁ ବୋଧ ହୁଏ କାଳିଆ ସାହାନ୍ତ ମନ୍ଦିର ଭିତରକୁ ଯିବାକୁ ଚାହୁଁ ନାହାଁନ୍ତି । ଆଉ ସେଥିପାଇଁ ଏମିତି ରଥ ଆଗକୁ ଗଡ଼ୁନାହିଁ । ଯାହାପରେ ଭକ୍ତମାନେ ଡାକିଥିଲେ କାଳିଆକୁ ଆଉ କହିଥିଲେ କି କାଳିଆ ତୁ ଆଉ ଏମିତି ହନା । ତୋ ରଥକୁ ଆଗକୁ ଗଡ଼ିବାକୁ ଦେ । ଯଦି କିଛି ଭୁଲ ହୋଇଛି କ୍ଷମା କରି ଦେ ।

ଏହା ପରେ ଦୀର୍ଘ ଏକ ମାସ ପରେ ଭକ୍ତ ମାନେ କାଳିଆର ମାନ ଭଞ୍ଜନ କରିବା ପରେ ରଥ ଗଡିବାକୁ ଲାଗିଥିଲା । ଆଉ ଶେଷରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ତେବେ ବନ୍ଧୁଗଣ ଏବେ ବି ଏକ ଅଘଟଣ ଘଟିଥିବା ଶୁଣିବାକୁ ମିଳୁଛି । ସୁଭଦ୍ରାଙ୍କ ରଥ ଭାଙ୍ଗି ଥିବା ଖବର ବ୍ୟାପିବାରେ ଲାଗିବା ପରେ ଭକ୍ତ ମାନେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ । କାରଣ ଯେତେଥର ଏହି ଭଳି ଅଶୁଭ ସଙ୍କେତ ମିଳେ ସେତେ ଥର କୌଣସି ନା କୌଣସି କ୍ଷତି ଘଟେ ବିବାଦ ମାଡ଼ି ।

Leave a Reply

Your email address will not be published. Required fields are marked *