୨୦୦୦ ଝିଅଙ୍କ ପାଖରେ ଶୋଇଲେ ଏମିତି ସାଂସଦ, ୩୫ ଦିନର ଛକାପଞ୍ଝା ପରେ ଶେଷରେ ଧରାପଡିଲେ।

ଭାଇରାଲ ସେକ୍ସ ଭିଡ଼ିଓରେ ଫସିଲେ ସାଂସଦ। ୨୦୦୦ ଝିଅଙ୍କ ସହ ଶୋଇଲେ ୩୫ ଦିନର ଛକାପଞ୍ଝା ପରେ ଶେଷରେ ବନ୍ଧାହେଲେ। ବାଙ୍ଗାଲୁରୁରେ ପାଦ ଥୋଉ ଥୋଉ ଜାଲରେ ପଡିଲେ। ରାତି ତମାମ ଘାଣ୍ଟିଲା CID। ନିଲମ୍ବିତ ଜେଡିଏସ ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ଵଳନ ରିଭାନା। ୩୦ ଜୁଲାଇ ରାତିରେ ପ୍ରଜ୍ଵଳନ ରିଭାନା ଜର୍ମାନୀରୁ ବାଙ୍ଗାଲୁରୁ ଫେରୁଥିବା ବେଳେ SIT ଟିମ ତାଙ୍କୁ ତୁରନ୍ତ ବାନ୍ଧିଥିଲା। ହେଲେ କର୍ଣ୍ଣାଟକ ସାଂସଦ ପ୍ରଜ୍ଵଳନ ରିଭାନାଙ୍କର ଶତାଧିକ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେବା ପରେ ଜର୍ମାନୀରେ ଲୁଚିଥିଲେ ପ୍ରଜ୍ଵଳନ।

ମହିଳା ପୋଲିସକର୍ମୀଙ୍କ ଟିମ ତାଙ୍କୁ ଧରି CID ଅଫିସ ଅଭିମୁଖେ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ରାତି ସାରା ପଚରାଉଚରା ହୋଇଥିବା ଜଣାପଡିଛି। SIT ଟିମ ଏୟାରପୋର୍ଟରୁ ପ୍ରଜ୍ଵଳନଙ୍କ ସହ ୨ ଟି ସୁଟକେସ ବି ନେଇଥିବା ଜଣା ଯାଇଛି। ପ୍ରଜ୍ଵଳନ ରିଭାନାଙ୍କୁ ମେଡିକାଲ ଟେଷ୍ଟ ନିମନ୍ତେ ସରକାରୀ ହସ୍ପିଟାଲକୁ ନିଆଯିବ।

ଏଥି ସହିତ ତାଙ୍କୁ ମେଜିଷ୍ଟେଡ଼ଙ୍କ ସମୁଖରେ ହାଜିର କରାଯିବ। ସେଠାରେ ପୋଲିସ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ବୋଲି ଆକଳନ କରାଯାଉଛି। ଏଥି ସହିତ ଫରେନସିସ ଟିମ ପ୍ରଜ୍ଵଳନ ରିଭାନାଙ୍କ ଅଡିଓ ସାମ୍ପଲ ଟେଷ୍ଟ କରାଯିବ। ଫଳରେ ଭାଇରାଲ ସେକ୍ସ ଭିଡ଼ିଓରେ ଶୁଣା ଯାଉଥିବା ପ୍ରଜ୍ଵଳନଙ୍କର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ।

କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଵଳନ ରିଭାନାଙ୍କ ଏକ ସେକ୍ସ ଭିଡ଼ିଓ ଭାଇରାଲ ହୋଇଥିଲା। ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡିନ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ସେ ନିଜ ଦେଶ ଛାଡି ରାଜନିତୀ ପେଷାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ।

ସେପଟେ ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଵଳନ ରିଭାନା ଓ ତାଙ୍କ ବାପା HD ରିଭାନାଙ୍କ ବିରୋଧରେ ଯୌନ ଉତ୍ପଡ଼ିନ ଅଭିଯୋଗ ଆଣିଥିଲେ। ଏହାପରେ HD ରିଭାନାଙ୍କୁ ଗିରଫ କରାଯାଇଥିଲା।ସେପଟେ CID ଜରିଆରେ CBI ର ଅନୁରୋଧ ପରେ ପ୍ରଜ୍ଵଳନ ରିଭାନା କେଉଁଠି ଅଛନ୍ତି ବୋଲି ଏ ସମ୍ପର୍କରେ ସୂଚନା ମାଗି ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା।

Leave a Reply

Your email address will not be published. Required fields are marked *