ଯାତ୍ରାର ଲୋକପ୍ରିୟ ଖଳନାୟକ ପୀୟୂଷ ତ୍ରିପାଠୀ । ଯାତ୍ରା ଦୁନିଆ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବାସ୍ତବ ଜୀବନ ।

ଯାତ୍ରା ଜଗତରେ ଅଭିନୟ ପ୍ରଦର୍ଶନ କରୁଥିବା କଳାକାର ମାନେ ଖୁବ ସଂଘର୍ଷ କରି ନିଜର ପରିଚୟ ବନାଇଥାନ୍ତି । ଯାତ୍ରାରେ ଭିନ୍ନ ଭିନ୍ନ ଚରିତ୍ର ଯାହାକି ହିରୋ ଠାରୁ ଆରମ୍ଭ କରି ଭିଲେନ ପର୍ଯ୍ୟନ୍ତ ସମସ୍ତେ ଖୁବ ସୁନ୍ଦର ଭାବରେ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି । ଆଉ ସେହିଭଳି ଜଣେ ଚରିତ୍ର ହେଉଛନ୍ତି ପୀୟୂଷ ତ୍ରିପାଠୀ । ଯାତ୍ରାରେ ପୀୟୂଷ ଖଳନାୟକ ଭୂମିକାରେ ଅଭିନୟ କରନ୍ତି । କିନ୍ତୁ ବାସ୍ତବ ଜୀବନରେ ସେ ତାହାର ସମ୍ପୂର୍ଣ୍ଣ ଓଲଟା । ଅର୍ଥାତ ଖୁବ ଖୁସି ମିଜାଜର ଏବଂ ହସ ହସ ମୁଖ ବଜାୟ ରଖନ୍ତି । ସମ୍ପର୍କକୁ ନେଇ କହନ୍ତି ଯେ ପରିବାରରେ ସମସ୍ତଙ୍କ ସମ୍ପର୍କ ଟ୍ରାନ୍ସପରେଣ୍ଟ ହେବା ଉଚିତ , ଯାହାଦ୍ୱାରା ସମ୍ପର୍କ ସୁଦୃଡ଼ ହେବ ।

ପୀୟୂଷ ରାଣୀ ପଣ୍ଡାଙ୍କର ଜଣେ ଭଲ ସାଙ୍ଗ ଏବଂ ଦୁହେଁ ଏକାଠି କାମ ମଧ୍ୟ କରିଛନ୍ତି । ଯାତ୍ରାରେ ଆଇଟମ ଗୀତ ପରିବେଷଣକୁ ନେଇ ସେ ଖୁବ ଭଲ କଥା କହିଛନ୍ତି । ତାଙ୍କ ଅନୁଯାୟୀ ଯାତ୍ରା ଦୁନିଆ କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକେ ନିଜ ପ୍ରତିଭା ପ୍ରଦର୍ଶନ ସହିତ ରୋଜଗାରର ଆଶା ନେଇ ଆସିଥାନ୍ତି ।

ତେଣୁ ଏଥିପାଇଁ କେବେବି କାହାକୁ ଇଣ୍ଡଷ୍ଟ୍ରିରୁ ବାହାର କରିବା ଭଳି ମନୋଭାବ ଆଣିବା ମଧ୍ୟ ଉଚିତ ନୁହେଁ । ଏହାବ୍ୟତୀତ ଲୋକପ୍ରିୟ କଳାକାର ଦୈତାରୀ ପଣ୍ଡାଙ୍କ ସହିତ ମଧ୍ୟ ପୀୟୂଷ କାମ କରି ସାରିଛନ୍ତି ଏବଂ ସେ ତାଙ୍କୁ ଖୁବ ସମ୍ମାନ ଦେବା ସହିତ ବାବା ବୋଲି ମଧ୍ୟ ଡାକନ୍ତି । ପୀୟୂଷଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଝିଅ ଏବଂ ବାପା ମା । ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ଯାତ୍ରା କ୍ୟାରିଅରକୁ ଖୁବ ସପୋର୍ଟ କରନ୍ତି ।

ଯଦି ଆମେ ପୀୟୂଷଙ୍କ କ୍ୟାରିଅର ବିଷୟରେ କହିବୁ ତେବେ ସେ ୩୪ ବର୍ଷ ବୟସରେ ନିଜର ଅଭିନୟ ଦ୍ୱାରା ଫ୍ୟାନ ମାନଙ୍କର ଅନେକ ଭଲ ପାଇବା ପାଇଛନ୍ତି । ସେ ପୂର୍ବରୁ ଏକ ଅପେରା ସହିତ କାମ କରୁଥିଲେ ଏବଂ ବର୍ତ୍ତମାନ ଆଉ ଏକ ଅପେରା ସହିତ କାମ କରୁଛନ୍ତି । ଦିନକୁ ଦିନ କାମର ଚାପ ମଧ୍ୟ ରହିଛି ।

ଆଉ ଏହାରି ମଧ୍ୟରେ ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପୂର୍ବରୁ ସେ କରିଥିବା ଶିବ ଫିଲ୍ମରେ ସେ ଏତେ ଆଦୃତ ହୋଇ ପାରି ନଥିଲେ । କିନ୍ତୁ ବର୍ତ୍ତମାନ ସେ ପୁଣିଥରେ କମବ୍ୟାକ କରି ଆଗକୁ ଆସୁଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର କାଇଞ୍ଚମାଳିରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହାସହିତ ସେ ଆଶା କରିଛନ୍ତି ଯେ ତାଙ୍କ ଫ୍ୟାନ ମାନଙ୍କୁ ତାଙ୍କ ଫିଲ୍ମ ପସନ୍ଦ ଆସିବ ବୋଲି ।

Leave a Reply

Your email address will not be published. Required fields are marked *