ଏଥିପାଇଁ ଭୋଟ କେନ୍ଦ୍ରରେ ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ। ଜଣା ପଡିଗଲା ହାଣିବା ପଛର କାରଣ। କ’ଣ ପାଇଁ ହତ୍ୟା କଲା ତାହା ଜଣା ପଡିଗଲା। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିଲା ଏମିତି କିଛି ମତାନ୍ତର। ଯାହାକୁ ସମାଧାନ ନକରିପାରି ସ୍ୱାମୀ ପାଲଟି ଗଲା ନୃଶଂସ। ରାକ୍ଷସ ଭଳି ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାରେ ହାଣିବାକୁ ଲାଗିଲା। ହଁ ଆଜ୍ଞା ଭୋଟ କେନ୍ଦ୍ର ପୁରା ସ୍ତ୍ରୀର ରକ୍ତରେ ରକ୍ତାତ ପାଲଟି ଯାଇଛି। ଭୋଟକେନ୍ଦ୍ର ସାମ୍ନାରେ ଛୋଟପଟ ହୋଇ ଚାଲିଯାଇଛି ସ୍ତ୍ରୀର ଜୀବନ। ସ୍ୱାମୀ ଏକ ମାରଣାସ୍ତ୍ରରେ ସ୍ତ୍ରୀକୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ସ୍ତ୍ରୀର ମୁହଁ ଛାତି ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ।
ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ନିର୍ବାଚନ ମଣ୍ଡଳୀ କାଉପୁର ପଞ୍ଚାୟତ ମୁକ୍ତାଡ଼ିହି ବୋଥ ଆଗରେ। ମୃତ ମହିଳାଙ୍କ ନାମ ହେଉଛି ରଶ୍ମିରେଖା ବେହେରା ଅଭିଯୁକ୍ତ ସ୍ବାମୀର ନାଁ ହେଉଛି ପ୍ରଭାକର ରାଉତ।ଅଭିଯୋଗ ମୁତାବକ ହତ୍ୟା ପଛରେ ରହିଛି ଏମିତି କାରଣ। ପ୍ରଭାକର ଏବଂ ରଶ୍ମିରେଖାଙ୍କ ମଧ୍ୟରେ କଳହ ଲାଗିରହିଥିଲା ଯାହା ପରେ ପ୍ରଭାକରକୁ ଛାଡି ନିଜ ବାପ ଘରେ ରହୁଥିଲେ ରଶ୍ମିରେଖା।
ଉଭୟଙ୍କ ମଧ୍ୟରେ ଥିବା କଳହ ଥାନାରେ ଯାଇ ସମାଧାନ ହୋଇଥାନ୍ତା ଯାହାକୁ ନେଇ ଆସନ୍ତା ୫ ତାରିଖରେ ମହିଲାକମିଶନରେ ଟ୍ରିଟ ଥିଲା। ହେଲେ ପ୍ରଭାକର ଚାହୁଁଥିଲେ ରଶ୍ମିରେଖାଙ୍କୁ ନିଜ ରାସ୍ତାରୁ ହଟେଇବା ପାଇଁ ହେଲେ ହତ୍ୟା କରିବାର କୌଣସି ସୁଯୋଗ ପାଉନଥିଲେ କିନ୍ତୁ ଭୋଟ ଦିନ ତାଙ୍କୁ ସୁଯୋଗ ମିଳିଥିଲା ରଶ୍ମିରେଖାଙ୍କୁ ହତ୍ୟା କରିବା ପାଇଁ। ଆଉ ସେଥିରେ ସେ ସଫଳ ମଧ୍ୟ ହୋଇଗଲେ।
ରଶ୍ମିରେଖା ଯେତେବେଳେ ଭୋଟ ଦେବା ପାଇଁ ଆସିଥିଲେ ସେତେବେଳେ କୌଣସି ଖବର ପାଇ ଭୋଟକେନ୍ଦ୍ର ପାଖରେ ପହଂଚିଯାଇଥିଲା ସ୍ୱାମୀ ପ୍ରଭାକର। ଆଉ କିଛି ନକହି ସିଧା ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଗଲା। ଉଭୟଙ୍କର ଗୋଟେ ପୁତ୍ର ସନ୍ତାନ ମଧ୍ୟ ରହିଛି।
ଘର ଏବେ ଖାଲି କାନ୍ଦ ବୋବାଳିରେ ଫାଟି ପଡୁଛି। ସେପଟେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି। ଅଭିଯୁକ୍ତ ସ୍ୱାମୀ ଖସି ପଳାଇଯାଉଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଜିମା ଦେଇଛନ୍ତି। ପୋଲିସ ଏବଂ ସ୍ଥାନୀୟ ଲୋକେ ଧରି ମୃତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।