ଜୟା ବଚ୍ଚନଙ୍କ ଉକ୍ତିକୁ ନେଇ କିଛି ଏପରି ମତ ଦେଲେ ମହିଳା । କହିଲେ ଆଜିକାଲିର ଯୁବପିଢ଼ି ତାହାହିଁ ଚାହୁଁଛନ୍ତି …..

ତେବେ ଆପଣ ମାନେ ନିଶ୍ଚିତ ଭାବରେ ବଲିଉଡର ନାମକରା ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ତ ନିଶ୍ଚୟ ଜାଣିଥିବେ । ଯିଏକି ଅନେକ ସମୟରେ ନିଜର ମତକୁ ନେଇ ବିବାଦରେ ରହନ୍ତି । କାରଣ ଅନେକ ସମୟରେ ରୋଡ଼ରେ ଝ-ଗଡ଼ା ହେଉ କିମ୍ବା କୌଣସି କଥାକୁ ନେଇ ନିଜ ବ-ୟାନ ଦେବା ହେଉ , ଏମିତି ଅନେକ ଖବର ଜରିଆରେ ଜୟା ବଚ୍ଚନ କଣ୍ଟ୍ରୋଭର୍ସିକୁ ଆସିଥାନ୍ତି । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏହିପରି ଏକ ଘଟ-ଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ଜୟା କହିଥିବା ଏହି ଉକ୍ତି ଠିକ କି ଭୁଲ । ତେବେ ଏହି ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଗତ କିଛିଦିନ ହେବ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କର ଏକ ବ-ୟାନ କଣ୍ଟ୍ରୋଭର୍ସି ରହି ଆସିଛି ଅର୍ଥାତ ତାଙ୍କ କଥାରେ ଅନେକ ଜନସାଧାରଣ ପକ୍ଷପାତ କରିଛନ୍ତି । ଜୟାଙ୍କ କହିବା କଥା ଥିଲା ଯେ ଯଦି ତାଙ୍କ ନାତୁଣୀ ବର୍ତ୍ତମାନ ସମୟରେ ବିନା ବିବାହରେ ମା’ ହୁଅନ୍ତି ତେବେ ତାଙ୍କୁ କୌଣସି ଆପତ୍ତି ନାହିଁ । ଯେଉଁ ବୟାନକୁ ନେଇ ଜଣେ ମହିଳା ବର୍ତ୍ତମାନ ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖିଛନ୍ତି । ତେବେ ତାଙ୍କ ମତରୁ ଏହା ପ୍ରତୀତ ହେଉଛି ଯେ ସେ ଏହି କଥାର ସମ୍ପୂର୍ଣ୍ଣ ବି-ରୋଧ କରୁଛନ୍ତି । ସେ କହିଛନ୍ତି ଯେ ଯେହେତୁ ଜୟା ବଚ୍ଚନ ଏକ ଉଚ୍ଚ କ୍ଲାସ ପରିବାରରୁ ଅଟନ୍ତି ତେଣୁ ସେ ଏପରି କହୁଛନ୍ତି । ଯାହାକି ଭାରତୀୟ ସଂସ୍କୃତି ଅନୁଯାୟୀ ଆଦୋୖ ଭଲ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିକାଲିର ଯୁବପିଢ଼ି ଯାହା ଚାହୁଁଛନ୍ତି ତାହାହିଁ ଜୟା ବଚ୍ଚନ କହିଛନ୍ତି । ତେଣୁ ଯୁବପିଢ଼ି ତାଙ୍କୁ ନିଶ୍ଚିତ ସମର୍ଥନ କରିବେ । ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ । କାରଣ ପୂର୍ବରୁ ଯେଉଁ ସଂସ୍କୃତି ଚାଲି ଚଳଣି ରହି ଆସିଥିଲା ସେହି ସମୟରେ ହିଁ ଜୟା ମଧ୍ୟ ଏକ ମଧ୍ୟବିତ୍ତ ପରିବାରରେ ବଞ୍ଚୁଥିଲେ । ତେଣୁ ସେ ଉଚ୍ଚ ପରିବାରକୁ ଆସିବା ପରେ ସେସବୁ ଭୁଲି ଯିବା ଆଦୋୖ ଉଚିତ ନୁହେଁ । ନିଜ ନାତୁଣୀକୁ ଏପରି କହିବା ଦ୍ୱାରା ଯୁବ ସମାଜ ଉପରେ ଏହାର ଗଭୀର ପ୍ର-ଭାବ ପଡ଼ିବ ଏବଂ ଏହି କଥା ଆହୁରି ଆଗକୁ ବଢ଼ିବ । ଯାହାଦ୍ୱାରା ସଂସ୍କୃତିର କିଛି ଆଉ ମୂଲ୍ୟ ରହିବ ନାହିଁ ।

ଏହି ମହିଳାଙ୍କ ଉକ୍ତି ଭଳି ଅନେକ ଲୋକ ମଧ୍ୟ ଜୟାଙ୍କର ଏପରି ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଲୋକେ କହିଛନ୍ତି ଯେ ଜଣେ ବଲିଉଡ ଅଭିନେତ୍ରୀ ହୋଇ ଆଜିକାର ଯୁବ ସମାଜକୁ ଏପରି ଶିକ୍ଷା ଦେବା ଉଚିତ ନୁହେଁ । ଅଧିକାଂଶ ଲୋକ ଏହାର ପକ୍ଷପାତ କରିଛନ୍ତି । କାରଣ କୌଣସି ଜିନିଷକୁ ଉତ୍ସାହିତ କଲେ ତାହା ଆହୁରି ଅଧିକ ହୋଇଥାଏ । ତେଣୁ ଏହି ଉକ୍ତିକୁ ଉତ୍ସାହିତ କଲେ ମଧ୍ୟ ଯୁବପିଢ଼ି ଆହୁରି ଅଧିକ ଭୁଲ କାମ କରି ବସିବେ ଯାହାକି ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏମିତିରେ ବି ଏପରି ଘଟ-ଣାର ପରିଣାମ କିଛି ଭ-ୟଙ୍କର ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *