ପ୍ରଶାସନିକ ବ୍ୟବସ୍ଥାରେ ହେବ ଅଦଳବଦଳ ଓଡ଼ିଶାରେ ବି ହେବ ଛତିଶଗଡ଼ ଭଳି ଅଫିସର ସ୍ତରରେ ବଡ଼ ପରିବର୍ତ୍ତନ।

ହଠା5ଯାଇ ପହଁଚିଲେ ମୁଖ୍ୟମନ୍ତ୍ରୀ। ଠିକରେ ଉତ୍ତର ନଦେଇ ଥରିଲେ ଅଫିସର। ଛତିଶଗଡ଼ ଭଳି ଓଡ଼ିଶାରେ ବଦଳିବେ ଅଫିସର। ବାହାରୁଛି ବଡ଼ ବଡ଼ ଭୁଲ ରାଗିଗଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇ ବିଜେପି ସରକାର ଗଢ଼ିଛି। ଆଉ ଏପଟେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପରେ ଯେତେବେଳେ ସବୁ କାମ କେମିତି ଚାଲିଛି ଜାଣିବାକୁ ପହଞ୍ଚିଥିଲେ ଅଫିସର ମାନଙ୍କୁ ଗୋଟି ଗୋଟି କରି ପଚାରିଥିଲେ।

ଆଉ ଠିକରେ ଉତ୍ତର ଦେଇପାରିନଥିଲେ ଅଫିସର। ଯାହା ଦେଖି ଚିନ୍ତାରେ ପଡିଗଲେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ସେଥିପାଇଁ ଏଭଳି ଅବ୍ୟବସ୍ଥା ଦେଖି ଆଲୋଚନା ହେଲାଣି। ଛତିଶଗଡ଼ ସରକାର ଯେମିତି କରିଥିଲା ସେମିତି ଓଡ଼ିଶାରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ। ବଦଳିପାରନ୍ତି ବଡ଼ ବଡ଼ ବୋହୁ ଅଫିସର।

ହଁ ଆଜ୍ଞା ଓଡ଼ିଶାରେ ନୂଆ ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ସମସ୍ତେ ତାଯୁବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବେଳେ ସରକାରୀ ବ୍ୟବସ୍ଥା ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ପଡିବା ପରେ ସେ ଚିନ୍ତା ପ୍ରକଟ କରିଛନ୍ତି।

ତେବେ କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ଭୁଶୁଡ଼ିଲା ଏହାର ଜବାବ ମାଗିବାରୁ କାହା ପାଖରେ ଯୁକ୍ତିଯୁକ୍ତ ଉତ୍ତର ନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ। ପ୍ରଶାସନିକ ଅବ୍ୟବସ୍ଥା ଦେଖିବା ପରେ ରାଜ୍ୟରେ ଅଫିସର ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି। ଯେମତିକି ଛତିଶଗଡ଼ ୨୦୨୩ ରେ ବିଜେପି ସରକାର ଆସିବା ପରେ ହୋଇଥିଲା ବଡ଼ ପରିବର୍ତ୍ତନ।

ରାତାରାତି ବଦଳିଥିଲେ ସବୁ ଅଫିସର ଏବଂ ଜିଲ୍ଲାପାଳ। ଏମିତିକି ବଡ଼ IPS ଅଫିସର ମଧ୍ୟ ବଦଳିଥିଲେ। ଆଉ ସେମିତି ଏବେ ଓଡ଼ିଶାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।ତେବେ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ ଢଙ୍ଗରେ କୌଣସି ଉତ୍ତର ଦେଇପାରିନଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *