ଏକାବେଳେ ଚାରିଜଣ ପୁଅଙ୍କ ସହ ଘରୁ ପଳାଇଥିବା ଝିଅ ପାଇଁ, ବର ଚୟନ କଲା ପଞ୍ଚାୟତ ।

ଉତ୍ତରପ୍ରଦେଶର ଆମ୍ବେଦକର ସହରରୁ ଏକ ଆଶ୍ଚ-ର୍ଯ୍ୟଜ-ନକ ଘ-ଟ-ଣା ସାମ୍ନାକୁ ଆସିଛି । ଏହି ଘ-ଟଣା ଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ସହିତ ମଜାଳିଆ ମଧ୍ୟ । ଏଠାରେ ଏକ ଝିଅ ବାହା ହବା ପାଇଁ ଏକାବେଳେ ଚାରି ଜଣ ପୁଅଙ୍କ ସହିତ ଘର ଛାଡ଼ି ପଳେଇଥିଲା । କିନ୍ତୁ ପରେ ସେ ଦ୍ୱନ୍ଦ୍ୱରେ ପଡ଼ିଗଲା କି ଏହି ଚାରି ଜଣଙ୍କ ଭିତରୁ ସେ କାହାକୁ ନିଜ ସ୍ବାମୀ ଭାବରେ ବାଛିବ । ଏହି ସୁପର ଦ୍ୱନ୍ଦ୍ୱ ପରେ ଏକ ନିଆର ଢଙ୍ଗ ରେ ଝିଅ ପାଇଁ ବର ବଛାଗଲା ଏବଂ ଏହି ବିଷୟଟି ଏକ ଚର୍ଚ୍ଚାର ବିଷୟ ପାଲଟିଗଲା । ଏହି ପୁରା ଘ-ଟ-ଣା ଟି କଣ ଆମେ ଆପଣଙ୍କୁ ଆଗକୁ ଜଣାଉଛୁ ।

ପାଞ୍ଚ ଦିନ ପୂର୍ବେ ଝିଅଟି ଚାରି ଜଣ ପୁଅଙ୍କ ସହ ଘରୁ ପଳାଇ ଥିଲା। ପୁଅମାନେ ଦୁଇ ଦିନ ଧରି ଝିଅଟିକୁ ନିଜ ସମ୍ପର୍କୀୟଙ୍କ ଘରେ ଲୁ-ଚା-ଇ ରଖିଲେ କିନ୍ତୁ ଏହା ପରେ ସେମାନେ ଧ-ରାପ-ଡିଗଲେ । ଝିଅ ଘରବାଲା ପୁଅମାନଙ୍କ ବି-ରୋ-ଧରେ ମା-ମ-ଲା ରୁଜୁ କରିବାକୁ ଲାଗିଲେ । ଏହି ସମୟରେ ମା-ମ-ଲାଟି ପଞ୍ଚାୟତରେ ପହଞ୍ଚିଗଲା । ପଞ୍ଚାୟତ ଘରୁ ପଳାଇଥିବା ଝିଅର ବାହାଘର କରିବାକୁ ପ୍ରସ୍ତାବ ଦେଲା ।

ଯେତେବେଳେ ଝିଅ କୁ ପଚରାଗଲା ଯେ ସେ ଏହି ଚାରି ଜଣ ପୁଅଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛି, ସେତେବେଳେ ସେ ନିଷ୍ପତ୍ତି ନେଇପରିଲା ନାହିଁ କି ସେ କାହାକୁ ତା ସ୍ୱାମୀ କରିବ । ସେ କେତେବେଳେ ଗୋଟିଏ ପୁଅକୁ ଦେଖେ, କେତେବେଳେ ଦ୍ୱିତୀୟକୁ, କେତେବେଳେ ତୃତୀୟକୁ ଏବଂ କେତେବେଳେ ଚତୁର୍ଥକୁ । କିନ୍ତୁ ସେ ସ୍ଥିର କରିପାରିଲା ନାହିଁ କି ସେ କହାକୁ ବିବାହ କରିବ ।

ଏହା ପରେ ପଞ୍ଚ ପୁଅମାନଙ୍କୁ ପଚାରିଲେ କି, ସେମାନଙ୍କ ମଧ୍ୟରୁ କିଏ ଏହି ଝିଅ କୁ ବିବାହ କରିବାକୁ ଚାହୁଁଛନ୍ତି । ଏହି ମା-ମ-ଲାରେ, ପଞ୍ଚାୟତ ସେତେବେଳ ଅଟକି ଗଲା ଯେତେବେଳେ ଝିଅକୁ ନେଇ ପଳେଇଥିବା ଚାରି ଜଣ ପୁଅଙ୍କ ମଧ୍ୟରୁ କେହି ତାଙ୍କୁ ବିବାହ କରିବାକୁ ରାଜି ନହେଲେ ।

ଏହି ସମସ୍ୟାର କୌଣସି ସମାଧାନ ନମିଳିବାରୁ , ପାଞ୍ଚଜଣ ଯାକ ଏକ ବନ୍ଦ କୋଠରୀରେ ତିନି ଦିନ ଧରି ଆଲୋଚନା କଲେ କି ବର୍ତ୍ତମାନ କଣ କରାଯାଇପାରିବ । ବହୁ ବିଚାର ବିମର୍ଶ ପରେ ପଞ୍ଚାୟତ ଏହି ନିଷ୍ପତ୍ତି ନେଲା ଯେ ବର୍ତ୍ତମାନ ଝିଅକୁ କିଏ ବିବାହ କରିବ, ଏହା କେବଳ ସ୍ଲିପ୍‌ ପକାଇ ନିଷ୍ପତ୍ତି ନିଆଯିବ ।

ଏହା ପରେ, ସେହି ଚାରିଜଣ ଯୁବକଙ୍କ ନାମ ସ୍ଲିପରେ ଲେଖାଯିବ ଏବଂ ଯାହାର ନାମ ବାହାରିବ ସେ ବିବାହ କରିବ ବୋଲି ସ୍ଥିର କରାଗଲା । ପଞ୍ଚାୟତ ସମୟରେ ସ୍ଲିପ୍‌ରେ ଚାରିଜଣ ଯୁବକଙ୍କ ନାମ ଲେଖି ଏହାକୁ ଏକ ପାତ୍ରରେ ରଖାଗଲା । ଏହାପରେ ପଞ୍ଚ ଏକ ଛୋଟ ପିଲାକୁ ସ୍ଲିପ୍ ଉଠାଇବାକୁ କହିଲେ । ପିଲାଟି ସ୍ଲିପ୍ ଉଠାଇବା ଯୋଗୁଁ ତିନି ଦିନ ଧରି ଚାଲୁଥିବା ବିବାଦର ସମାଧାନ ହୋଇଗଲା ଏବଂ ସ୍ଲିପରେ ଯେଉଁ ଯୁବକର ନାମ ବାହାରିଲା, ସେହି ଯୁବକଙ୍କ ସହିତ ଝିଅଟିର ବିବାହ ସ୍ଥିର କରାଗଲା ।

Leave a Reply

Your email address will not be published. Required fields are marked *